କ୍ରିସ୍‌ମାସ୍‌ ପୂର୍ବ ସଂନ୍ଧ୍ୟାରେ ଅଘଟଣ: ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ, ଫସି ରହିଲେ ହଜାର ହଜାର ପର୍ଯ୍ୟଟକ

ପ୍ୟାରିସ,୨୪।୧୨: ଆଇକନକ ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ। ଏଥିନେଇ ପୁରା ଟାଓ୍ବାରକୁ ଶୀଘ୍ର ଖାଲି କରାଯାଇଥିଲା। ସେଠାରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଐତିହାସିକ ସ୍ଥାନରୁ ଦୂରକୁ ନିଆଯାଇଥିଲା। କ୍ରିସମାସ୍‌ ପୂର୍ବଦିନ ଯୋଗୁ ଟାଓ୍ବାରରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ହେଲେ ଏହାର ଏକ ଲିଫ୍ଟରେ ନିଆଁ ଲାଗିବା ଯୋଗୁ ଭୟର ବାତାବରଣ ଖେଳିଯାଇଥିଲା। ସମସ୍ତଙ୍କୁ ଠିକ୍‌ ସମୟରେ ବାହାରକୁ ବାହାର କରି ନିଆଯାଇଥିବାରୁ ବଡ଼ ଦୁର୍ଘଟଣା ଟଳିଛି। ସେହିଭଳି ଘଟଣା ପରେ ଟାଓ୍ବାରକୁ ବନ୍ଦ କରାଯାଇ ଘଟଣାର ତଦନ୍ତ ଚାଲିଛି।

ମିରର୍‌ ୟୁକେର ରିପୋର୍ଟ ମୁତାବକ, ଟାଓ୍ବାରର ରକ୍ଷଣାବେକ୍ଷଣ କରୁଥିବା କମ୍ପାନୀ ଏସ୍‌ଇଟିଇର ମୁଖପାତ୍ରଙ୍କ ଅନୁଯାୟୀ ଲିଫ୍ଟରେ ସର୍ଟ ସର୍କିଟ ଯୋଗୁ ଆଲାର୍ମ ବାଜ ଉଠିଥଲା। ଟାଓ୍ବାରର ଦ୍ୱିତୀୟ ମହଲା ଏବଂ ଉପର ମହଲାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ସୁରକ୍ଷା ପ୍ରକ୍ରିୟାକୁ ନେଇ ଆମେ ଆଇଫିଲ୍‌ ଟାଓ୍ବାରକୁ ଖାଲି କରିଦେଇଛୁ ବୋଲି ମୁଖପାତ୍ର କହିଛନ୍ତି।

ସାଧାରଣତଃ କ୍ରିସମାସ ଅବସରରେ ବହୁ ସଂଖ୍ୟକ ପର୍ଯ୍ୟଟକ ଆଇଫିଲ ଟାଓ୍ବାର ପରିଦର୍ଶନ କରିବାକୁ ଆସନ୍ତି। ଆଜି ମଧ୍ୟ ସମାନ ଘଟିଥିଲା। ସେଠାରେ ପର୍ଯ୍ୟଟକମାନେ କିଛି ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଆଲାର୍ମ ବାଜିଥିଲା। ଏହା ପରେ କିଛି ସମୟ ଲାଗି ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ। ଶେଷରେ ପ୍ରାୟ ୧୨୦୦ ଲୋକଙ୍କୁ ଟାଓ୍ବାରରୁ ସୁରକ୍ଷିତ ଭାବେ ବାହାର କରାଯାଇଥିା ସୂଚନା ମିଳିଛି। ଏଥିରେ କୌଣସି ପର୍ଯ୍ୟଟକଙ୍କ କ୍ଷତି ହୋଇ ନ ଥିବା ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri