ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪% ରହିଥିଲା। ତେଣୁ ଆଗାମୀ ଜିଲା ପରିଷଦ ନିର୍ବାଚନରେ ଅଧିକରୁ ଅଧିକ ଆସନ ଓ ଭୋଟ ହାତେଇ ଜିଲାରେ ଦଳକୁ ସୁଦୃଢ଼ କରିବାକୁ ଉଭୟ ଭାଜପା ଏବଂ ବିଜେଡି ଏବେଠାରୁ ଋଣକୌଶଳ ଆରମ୍ଭ କରିଦେଲେଣି। ଏହାର ଦୃଷ୍ଟାନ୍ତ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁଛି। ଭାଜପା ନେତା ଆକାଶ ଦାସ ନାୟକ ଏଠାରେ ବିଧାୟକ ଭାବେ ନିର୍ବାଚିତ ହେବାପରେ ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ବିଜେଡିର ବହୁ ଆଗଧାଡିର ନେତା ଭାଜପାମୁହଁା ହୋଇଛନ୍ତି। ସୋମବାର ପାଣିକୋଇଲିଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସମର୍ଥିତ ୯ ଜଣ ସରପଞ୍ଚ, ୪ ସମିତିସଭ୍ୟ, ୭ ପୂର୍ବତନ ସରପଞ୍ଚ, ୩ ପୂର୍ବତନ ସମିତି ସଭ୍ୟ, ଜଣେ ପୂର୍ବତନ ଜିଲା ପରିଷଦ ସଭ୍ୟ, ୨ ଜଣ ପଞ୍ଚାୟତ ସଭାପତି ଭାଜପାରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡିର ବିଧାୟିକା ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ଅନୁପସ୍ଥିତିରେ ଏଠାରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଥିବାବେଳେ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ବୈଠକ କରି ସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି।
୨୦୦୦ରୁ ଯାଜପୁର ଲୋକ ସଭା ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଜିଲାର ସମସ୍ତ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଆସୁଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡି ଝୁଣ୍ଟି ପଡ଼ିଥିଲା। ଜିଲାର ୪ ବିଧାନସଭା ଆସନକୁ ବିଜେଡି ହାତଛଡ଼ା କରିଥିଲା। କୋରେଇରେ ଭାଜପା ୪୮.୦୧% ଓ ବିଜେଡି ୪୪.୬୧% ଭୋଟ ପାଇଥିଲେ। ବର୍ତ୍ତମାନ ଗ୍ରାମାଞ୍ଚଳ ନେତା ଭାଜପାମୁହଁା ହେବା ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି। କୋରେଇ ଭାଜପା ପକ୍ଷରୁ ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ପାଣିକୋଇଲି ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଏମପି ରବିନାରାୟଣ ବେହେରା, ଭାଜପା ଜିଲା ସଭାପତି ଗୌତମ ରାୟ, ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଭାଜପାରେ ଯୋଗଦେଇଥିବା ନେତାମାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପତରଙ୍ଗା ସରପଞ୍ଚ ରଞ୍ଜନ ଦାସ, ଗୌରପୁର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଜହ୍ନା ସରପଞ୍ଚ ସଞ୍ଜୁକ୍ତା ସାହୁ, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ଗୋଲେଇପୁର ସରପଞ୍ଚ ସସ୍ମିତା ମାଝୀ, ତଣ୍ଡରା ସରପଞ୍ଚ ମାମୁନି ମହାନ୍ତି, ଲକ୍ଷ୍ମୀନଗର ସରପଞ୍ଚ ସର୍ବେଶ୍ୱର ସାହୁ, ମୁଗୁପାଳ ସରପଞ୍ଚ ପ୍ରଜ୍ଞାପରମିତା ମଲ୍ଲିକ ଓ ଟିକରପଡ଼ା ସରପଞ୍ଚ ପଦ୍ମାବତୀ ଭଦ୍ରା, ସମିତି ସଭ୍ୟ ହଳଦିଗଡ଼ିଆର ଉଦୟ ନାୟକ, ବରୁଣ୍ଡେଇର ରଶ୍ମିରଞ୍ଜନ ପରିଡ଼ା, ବାହାଦୁଲପୁରର ମାମି ମହାନ୍ତି, ମୁଗୁପାଳର ନରୋତ୍ତମ ସାହୁ। ଏହାସମେତ ତଣ୍ଡରା ପଞ୍ଚାୟତର ବିଜେଡି ସଭାପତି ମାନ ମହାନ୍ତି ଏବଂ ତରାକୋଟ ପଞ୍ଚାୟତର ବିଜେଡି ମହିଳା ସଭାନେତ୍ରୀ ମାନସୀ ବଳ ଭାଜପାରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ସରପଞ୍ଚ ଧନେଶ୍ୱରର ରାଜେନ୍ଦ୍ର ରାଉତ ଓ ନିର୍ମଳା ରାଉତ, ହଳଦିଗଡ଼ିଆର ସବିତା ମଲ୍ଲିକ, ଟିକରପଡାର ଅତୁଲ୍ୟ ପ୍ରଧାନ, ପ୍ରତିମା ମଲ୍ଲିକ, ତୁଳସୀ ପ୍ରଧାନ ଓ କବିତା ଭଦ୍ର, ପୂର୍ବତନ ସମିତି ସଭ୍ୟ ଗୋଳେଇପୁରର ଭାନୁପ୍ରଭା କରଣ, ଟିକରପଡାର ଦ୍ରୌପଦୀ ମଲ୍ଲିକ ଓ ଅଜୟ ଭଦ୍ର ଏବଂ ଜୋନ-୩୩ର ପୂର୍ବତନ ଜିଲା ପରିଷଦ ସଭ୍ୟା ଝରଣା ରାଉତ ଭାଜପାରେ ଯୋଗଦେଇଛନ୍ତି। କୋରେଇର ବିକାଶ ପାଇଁ ବିଧାୟକ ଆକାଶଙ୍କ ସହ ହାତ ମିଳାଇ କାମ କରିବାକୁ ଆଗ୍ରହୀ ବୋଲି ଭାଜପାରେ ନୂତନ ଭାବେ ସାମିଲ ହୋଇଥିବା ନେତାମାନେ ପ୍ରକାଶ କରିଛନ୍ତି।
ଜିଲା ଭାଜପା ସଭାପତି ଗୌତମ ରାୟ କହିଛନ୍ତି, କେବଳ କୋରେଇ ନୁହେଁ, ସମଗ୍ର ଜିଲାରେ ଏବେ ବିଜେଡି କର୍ମୀମାନେ ଦୁର୍ବଳ ନେତୃତ୍ୱ ପ୍ରତି ଭରସା ତୁଟାଇ ଭାଜପାମୁହଁା ହେଉଛନ୍ତି। ଅନ୍ୟପକ୍ଷରେ ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର କହିଛନ୍ତି, ବିଜେଡି ୨୪ ବର୍ଷର ରାଜନୈତିକ ଦଳ। ଯେଉଁମାନେ ଅଞ୍ଚଳର ବିକାଶ ବଦଳରେ ନିଜ ସ୍ବାର୍ଥ ସାଧନ ପାଇଁ ଦଳକୁ ଆସିଥିଲେ ସେମାନେ ଦଳ ଛାଡୁଛନ୍ତି। ତେଣୁ ସେମାନେ ଦଳ ଛାଡ଼ିଲେ ବି ବିଜେଡିକୁ କିଛି ଫରକ ପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?