Home

ଦାଉଦ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କ : ଜାତିସଂଘରେ ଆଶଙ୍କା ବ୍ୟକ୍ତ କଲା ଭାରତ

ଜାତିସଂଘ,୧୧ା୭(ପି.ଟି.): ପାକିସ୍ତାନରେ ରହୁଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କରେ ପରିଣତ ହୋଇଛି। ଡି-କମ୍ପାନୀ, ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା ଭାରତ ପାଇଁ ପ୍ରକୃତ ବିପଦ ବୋଲି ନୂଆଦିଲ୍ଲୀ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ଅଭିଯୋଗ କରିଛି। ଦାଉଦ୍‌ର…

ମିଳିଲାନି ଆଇସିୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ; ମହିଳା କର୍ମଚାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ) କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଫାଙ୍କା ନ ଥିବାରୁ ତାଙ୍କୁ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିଲା। ହେଲେ ଆବଶ୍ୟକ ଚିକିତ୍ସା ନ ମିଳିବାରୁ ମହିଳାଙ୍କର ମୃତ୍ୟୁ ଘଟିଥିଲା।…

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତଙ୍କୁ ସମନ ଜାରି କରିଛି। ଋତୁପର୍ଣ୍ଣା ରୋଜଭ୍ୟାଲି ଗ୍ରୁପ୍‌ ଅଧ୍ୟକ୍ଷ…

ବିଏମ୍‌ସି ପକ୍ଷରୁ ପଲିଥିନ ଚଢ଼ାଉ; ୯୦ କେଜି ଜବତ

ଭୁବନେଶ୍ୱର,୧୧।୭(ବ୍ୟୁରୋ) ବାରଣ କରାଯାଇଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲଗାତାର ଚଢାଉ ଜାରି ରଖିଛି। ଚଳିତ ସପ୍ତାହରେ ୯୦ କେଜି ପଲିଥିନ ଜବତ କରିବା ସହ ୧୧ ହଜାର ୯ ଶହ ଟଙ୍କାର ଜରିମାନା…

ଆଇଏଫ୍‌ଏଫ୍‌ଏମ୍‌ରେ ପ୍ରଦର୍ଶିତ ହେବ ‘ବୁଲ୍‌ବୁଲ୍‌ କ୍ୟାନ୍‌ ସିଙ୍ଗ୍‌’

ମେଲବୋର୍ନ,୧୧ା୭: ଅଗଷ୍ଟ ୮ରେ ହେବାକୁ ଥିବା ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ ମେଲ୍‌ବୋର୍ନ (ଆଇଏଫ୍‌ଏଫ୍‌ଏମ୍‌)ର ଉଦ୍‌ଘାଟନୀ ମହୋତ୍ସବରେ ରିମା ଦାସଙ୍କ ଦ୍ୱାରା ନିର୍ମିତ ଅହମିୟା ଫିଲ୍ମ ‘ବୁଲ୍‌ବୁଲ୍‌ କ୍ୟାନ୍‌ ସିଙ୍ଗ୍‌’ ପ୍ରଦର୍ଶିତ ହେବ। ୨୦୧୯ରେ ଉକ୍ତ ଫିଲ୍ମ ଫେଷ୍ଟିଭାଲ୍‌ର ୧୦ବର୍ଷ ପୂର୍ତ୍ତି…

ଅବସର ନେଇ ଧୋନୀ କିଛି କହିନାହାନ୍ତି: କୋହଲି

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଅବସର ତଥା ତାଙ୍କ ଭବିଷ୍ୟତ ଯୋଜନା ନେଇ କିଛି ସୂଚନା ଦେଇ ନାହାନ୍ତି ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଧୋନୀ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା…

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି, ସେମାନେ ହେଲେ ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ…

ବିଧାନସଭା ବାହାରେ ଭାଜପାର ବିକ୍ଷୋଭ:‘କୁମାରସ୍ବାମୀ ଗାଦି ଛାଡ଼’

ବେଙ୍ଗାଲୁରୁ,୧୧ା୭(ପି.ଟି.): କର୍ନାଟକର ଭାଜପା ସଭାପତି ବି.ଏସ୍‌. ୟେଦୁରପ୍ପାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ରାଜଭବନରେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ସାକ୍ଷାତ୍‌ କରିଛି। ରାଜ୍ୟପାଳଙ୍କ ପରେ ଭାଜପା ନେତାମାନେ ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ବିଧାନସଭାରେ ଭେଟିଛନ୍ତି। ଏହା ପୂର୍ବରୁ ବିଧାନସଭା…

ପାର୍ଲାମେଣ୍ଟ ସରଗରମ: ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୧ା୭(ପି.ଟି.): କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ କ୍ରମାଗତ ତୃତୀୟ ଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହ ସରଗରମ ହୋଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୂନ୍ୟକାଳରେ କହିଥିଲେ, କର୍ନାଟକରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହାସହ ସରକାରର ପତନ…

ବିବାଦରେ ଧୋନୀଙ୍କ ରନ୍‌ଆଉଟ୍‌

ନୂଆଦିଲ୍ଲୀ, ୧୧।୭- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇସାରିଛି। କିନ୍ତୁ ମ୍ୟାଚ୍‌ ପରେ ଏକ ବିବାଦୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସୋସିଆଲ…

ଆର୍ବିଟ୍ରେଶନ୍‌ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଆନୁଷ୍ଠାନିକ ଘରୋଇ ତଥା ଅନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ବାଧୀନ ତଥା ସ୍ବୟଂଚାଳିତ ସଂସ୍ଥା ଗଠନ ଲାଗି ଅଣାଯାଇଥିବା ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ନୂଆଦିଲ୍ଲୀ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ ସେଣ୍ଟର (ଏନ୍‌ଡିଆଇଏସି) ବିଲ୍‌, ୨୦୧୯ ଆଇନରେ ପରିଣତ…

ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୩ ଲକ୍ଷ ୟୁନିଟ ରହିଥିଲା। ଦେଶ ମଧ୍ୟରେ କାର ବିକ୍ରି ୨୪.୯୭% ହ୍ରାସ ଘଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?