ସାମୁଦ୍ରିକ ଥାନା ଜଳ ସୀମାକୁ ନେଇ ଦ୍ୱନ୍ଦ୍ୱ

ପାରାଦୀପ,୨ା୮(ସ୍ବ.ପ୍ର.): ପାରାଦୀପରେ ଦୁଇଟି ସାମୁଦ୍ରିକ ଥାନା ରହିଛି। ଗୋଟିଏ ହେଲା ନେହେରୁ ବଙ୍ଗଳାରେ ଥିବା ସାମୁଦ୍ରିକ ଥାନା ଓ ଅନ୍ୟଟି ହେଲା ନୂଆ ବଜାରସ୍ଥିତ ଜଟାଧାର ମୁହାଣ ସାମୁଦ୍ରିକ ଥାନା। ସ୍ଥଳଭାଗରେ ଦୁଇ ଥାନାର ସୀମା ନିର୍ଦ୍ଧାରଣ କରାଯାଇଛି। ଯେପରି କି ଜଟାଧାର ଥାନାର ସୀମା ବନ୍ଦର ୫ନଂ. ଗେଟ୍‌ଠାରୁ ବିଶୋଧନାଗାର ସାଉଥ୍‌ ଗେଟ୍‌ ଭୋସ୍କାଲିସ ପଏଣ୍ଟ ପର୍ଯ୍ୟନ୍ତ ଓ ନେହେରୁ ବଙ୍ଗଳା ଥାନା ସୀମା ସ୍ଥଳଭାଗର ବନ୍ଦର ପୋତାଶ୍ରୟ ପ୍ରବେଶପଥଠାରୁ ମହାନଦୀ ମୂହାଣ ପର୍ଯ୍ୟନ୍ତ। କିନ୍ତୁ ଜଳଭାଗର ସୀମା ଅଦ୍ୟାବଧି ନିର୍ଦ୍ଧାରଣ ହୋଇପାରିନାହିଁ। ତେଣୁ ସମୁଦ୍ରରେ କିଛି ଦୁର୍ଘଟଣା ବା ଅପରାଧ ଘଟିଲେ କେଉଁ ଥାନାରେ ଅଭିଯୋଗ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମଙ୍ଗଳବାର ସମୁଦ୍ରର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ପାଖରେ ଜଣେ ମତ୍ସ୍ୟଜୀବୀ ଟ୍ରଲରରୁ ଖସିପଡି ନିଖୋଜ ହୋଇଯାଇଥିଲେ। ସେହି ସୀମା କେଉଁ ଥାନା ଅଧୀନରେ ରହିଛି, ତାହା ସ୍ପଷ୍ଟ ନ ହେବାରୁ ସମ୍ପୃକ୍ତ ଟ୍ରଲର ମାଲିକ ଭାଗବତ ନାୟକ ଅଭିଯୋଗ କରିବାକୁ ଦୁଇ ଥାନାକୁ ରାତି ୧୧ଟା ପର୍ଯ୍ୟନ୍ତ ଦୌଡ଼ିଥିଲେ। ଶେଷରେ କୂଳରୁ ସିଧା ପାଣିକୁ ଲକ୍ଷ୍ୟ କରାଯାଇ ଜଟାଧାର ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଥିଲା। ଏ ସମ୍ପର୍କରେ ଜଟାଧାର ସାମୁଦ୍ରିକ ଥାନା ଅଧିକାରୀ ଭରତ କୁମାର ବେହେରା କହିଛନ୍ତି ଯେ, ସ୍ଥଳଭାଗର ସୀମା ଅନୁସାରେ ଆକଳନ କରାଯାଇ ମାମଲା ରୁଜୁ କରାଯାଇଛି। ସମୁଦ୍ରରେ ସାମୁଦ୍ରିକ ଥାନାର ସୀମା କେତେ ପଚାରିବାରେ ସେ ଜାଣି ନ ଥିବା କହିଥିଲେ। ସୂଚନାଯୋଗ୍ୟ, ୨୦୦୯ ବ୍ଲାକରୋଜ ବୁଡି ଘଟଣାବେଳେ ସାମୁଦ୍ରିକ ଥାନାର ସୀମା କୂଳଠାରୁ ୬ ନଟିକାଲ ମାଇଲ (୯ କିମି) ବୋଲି କୁହାଯାଇଥିଲା। ଏବେ ସମୁଦ୍ରରେ ପାଟ୍ରୋଲିଂ ହେଉ ନ ଥିବାରୁ ଥାନାର ସୀମା ନିର୍ଦ୍ଧାରଣ କରିବାରେ ମେରାଇନ୍‌ ଥାନା ବିଫଳ ହେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri