କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ
କେନ୍ଦୁଝର,୨୧।୮(ସ୍ବ.ପ୍ର.): କେନ୍ଦୁଝର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ଥାନା ହିସାବୁରୁ ଗ୍ରାମର ବିପିନ ନାୟକ। ପ୍ରକାଶ ଯେ, ବିପିନ ୨୦୧୭ ମସିହାରେ ଚମ୍ପୁଆ ଜେଲରୁ ଏଠାକୁ ସ୍ଥାନାନ୍ତରିତ ହୋଇଆସିଥିଲେ। ବୁଧବାର…
ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩ ଫେରାର୍
ଜମନକିରା, ୨୧।୮(ଡି.ଏନ୍.ଏ.) : ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଷଣ୍ଢପଥର ବାବେଜୋର ପୋଲ ନିକଟରେ ଏକ ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର…
ରାସ୍ତା ମରାମତି ଦାବିରେ ଜମନକିରା ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ
ଜମନକିରା, ୨୧।୮(ଡି.ଏନ୍.ଏ.): ସମ୍ବଲପୁର ଜିଲା ଗୌଡ଼ପାଲିଠାରୁ ଦେବଗଡ଼ ପର୍ଯ୍ୟନ୍ତ ୫୩ ନମ୍ବର ରାଜ୍ୟ ରାଜପଥର ପ୍ରାୟ ୯୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ରହିଛି। ରାସ୍ତା ମରାମତି ନେଇ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ହେଁ ବିଭାଗ ଏବଂ…
ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ
ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି, ସମ୍ବଲପୁର ଏମ୍ପିଙ୍କ ପ୍ରତିନିଧି, ଜିଲାପରିଷଦ…
୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍ଙ୍କ ଉପରେ ଖଣ୍ଡା
ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ମାମଲା ନେଇ ଦେଶର ରାଜନୈତିକ ସ୍ଥିତି ବେଶ୍ ସରଗରମ୍ ରହିଛି। ଇଡ଼ି ଏବଂ ସିବିଆଇ ପକ୍ଷରୁ ଚିଦାମ୍ବରମ୍ଙ୍କ ଉପରେ କଡ଼ା…
ସୁଗାର ଫ୍ରି’ ନୁହେଁ ବ୍ରାଉନ ରାଇସ୍
ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ ଡାଇବେଟିଜ୍ ରିସର୍ଚ୍ଚ ଫାଉଣ୍ଡେସନ (ଏମ୍ଡିଆର୍ଏଫ୍) ପ୍ରକାଶ କରିଛି। ଚାଉଳ ସୁଗାର-ଫ୍ରି ହୋଇପାରିବ ନାହିଁ ବୋଲି…
ପୁଣି ଜଣେ ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ: ଭିଡ଼ିଓ ଭାଇରାଲ ହେବା ପରେ ଆଶ୍ରମରୁ ବାବା ଚମ୍ପଟ୍
ଚଣ୍ଡିଗଡ଼, ୨୧।୮: ଏବେ ପୁଣି ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ସୋସିଆଲ୍ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଚମ୍ପଟ୍…
୧୩ ବର୍ଷ ପରେ ବଲିଉଡ୍ ଫେରିବେ ଶିଳ୍ପା
କିଛିବର୍ଷ ହେବ ଶିଳ୍ପା ଶେଟ୍ଟୀ ବଲିଉଡ୍ଠାରୁ ଦୂରେଇ ଯାଇଛନ୍ତି। କେବଳ ରିୟଲିଟି ଶୋ’ରେ ଯାହା ତାଙ୍କୁ ଦେଖିବାକୁ ମିଳୁଛି। ୯୦ ଦଶକରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ବେଶ୍ କିଛିବର୍ଷ ଧରି କୌଣସି କାରଣରୁ ଫିଲ୍ମରୁ ଦୂରେଇ ଯାଇଥିଲେ। ଫ୍ୟାନ୍ଙ୍କ ପାଇଁ…
ଚାଇନାର ଚିନ୍ତା ବଢ଼ିଲା: ଏଫ୍-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା
ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି ଦେଇଛି। ଏଥିପାଇଁ ୮ ବିଲିୟନ୍ ଡଲାର ଚୁକ୍ତି ହୋଇଥିବା କୁହାଯାଉଛି। ଏହି ଦ୍ୱିପାକ୍ଷିକ ଚୁକ୍ତିକୁ…
ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍
ଇସଲାମାବାଦ୍,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ ବିଭିନ୍ନ କାଣ୍ଡ ଭିଆଉଛି। ତେବେ ଏହାକୁ ନେଇ ଫ୍ରାନ୍ସ୍ ପାକିସ୍ତାନକୁ ଶାନ୍ତି ସ୍ଥିତି…
ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ: ୨୩ ମନ୍ତ୍ରୀ ନେଲେ ଶପଥ
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବୁଧବାର ହୋଇଛି। ଏଥିରେ ୨୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୬ କ୍ୟାବିନେଟ୍, ୬ ସ୍ବାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୧୧ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। କ୍ୟାବିନେଟ୍ ମନ୍ତ୍ରିମଣ୍ଡଳରେ…
ଚିଦାମ୍ବରମ୍ ଲୁଚି ବିଦେଶ ପଳାଇବା ଆଶଙ୍କା: ଜାରି ହେଲା ଲୁକ୍ଆଉଟ୍ ସର୍କୁଲାର
ନୂଆଦିଲ୍ଲୀ,୨୧।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଉପରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନେଇ ଯୋଜନା ଆରମ୍ଭ ହୋଇଛି। ଜାମିନ୍ ନ ମିଳିଲେ ସେ ଲୁଚି ବିଦେଶ ପଳାଇବା ଆଶଙ୍କାକୁ ଦୃଷ୍ଟିରେ ରଖି ଇଡ଼ି ପକ୍ଷରୁ ଲୁକ୍ଆଉଟ୍…

