ଗୋଟିଏ ବର୍ଷରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ
ନୂଆଦିଲ୍ଲୀ, ୭।୮: ଗୋଟିଏ ବର୍ଷ ମଧ୍ୟରେ ଦିଲ୍ଲୀ ଏହାର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି। ୨୦୧୮ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଏପରି ଘଟିଛି। ମଙ୍ଗଳବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି। ସେ…
ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ: ପ୍ରସ୍ତାବରେ ସୀମିତ ରେଲୱେ ଡିିଭିଜନ
ଯାଜପୁର ଅଫିସ,୭ା୮: ଯାଜପୁର ଜିଲାର ଅନ୍ୟତମ ପୌର ପରିଷଦ ବ୍ୟାସନଗର ଓ ଏହାର ପାରିପାର୍ଶ୍ୱିକ ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏକାଧିକ ପ୍ରକଳ୍ପ ଅଧାରେ ଅଟକିଛି। ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର-କେନ୍ଦୁଝରରୋଡ ରେଲୱେ ଡିିଭିଜନ ଓ ଯାଜପୁରରୋଡକୁ ଉପଖଣ୍ଡ ମାନ୍ୟତା ପ୍ରସ୍ତାବ…
ପାରାଦୀପରେ ପ୍ରଦୂଷଣ ନିୟନ୍ତ୍ରଣ ଚିନ୍ତା : ରୁଦ୍ଧଦ୍ୱାର ବୈଠକରେ ହେଲା ସମୀକ୍ଷା
ପାରାଦୀପ,୭ା୮(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ପାରାଦୀପକୁ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ। ଏଠାରେ ଧୂଳି ଧୂଅଁା ଆସ୍ତରଣ ଧାର୍ଯ୍ୟ ପାରାମିଟର (ପିଏମ୍-୧୦)ଠାରୁ ଦଶଗୁଣା ଅଧିକ ବୋଲି…
ସମୟ ଗଡୁଛି, ସରୁନି ମାଷ୍ଟର ପ୍ଲାନ : ଅସଜଡ଼ା ଜଗତ୍ସିଂହପୁର ସହର
ଜଗତ୍ସିଂହପୁର ଅଫିସ,୭ା୮: ଦିନକୁ ଦିନ ଜଗତ୍ସିଂହପୁର ସହର ତା’ର କାୟା ବିସ୍ତାର କରିଚାଲିଛି। କିନ୍ତୁ ଏହା ଅସଜଡ଼ା ଭାବେ ସମ୍ପ୍ରସାରିତ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଟ୍ରାଫିକଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟସ୍ତ ହୋଇପଡୁଛି। ୨୦୧୭ରୁ ରାଜ୍ୟ…
୮ରେ ଜାତୀୟ କୃମିନାଶ ଦିବସ: ୧କୋଟିରୁ ଅଧିକ ପିଲାଙ୍କୁ ଦିଆଯିବ ବଟିକା
ଭୁବନେଶ୍ୱର, ୭ା୮(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ୬ମାସରେ ଥରେ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କୃମିନାଶ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ୍ ‘ଏ’ର ଦ୍ରବଣ ଖାଇବାକୁ ଦିଆଯାଉଛି। ନିୟମିତ କୃମିନାଶ ଔଷଧ…
ଶ୍ରୀଜଗନ୍ନାଥ ବଲ୍ଲଭ ମଠ : ୧୬ କୋଟିର ଅନିୟମିତତା ଅଭିଯୋଗ
ପୁରୀ ଅଫିସ, ୭ା୮: ଶ୍ରୀମନ୍ଦିର ରୀତିନୀତି ସହିତ ଜଡ଼ିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ଏହି ମଠର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ପ୍ରାୟ ୧୬କୋଟି ଟଙ୍କାର ଆର୍ଥତ୍କ ଅନିୟମିତତା ହୋଇଥିବା ନେଇ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି। ପୁରୀ…
ଦୂରହେବ ଦୃଷ୍ଟିବାଧିତ ପିଲାଙ୍କ ପାଠପଢ଼ା ସମସ୍ୟା: ଜର୍ମାନୀରୁ ଆସିଲା ଉଚ୍ଚଶକ୍ତିସମ୍ପନ୍ନ ବ୍ରେଲ୍ ମେଶିନ
ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟର ଦୃଷ୍ଟି ବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ବ୍ରେଲ୍ ପାଠ୍ୟପୁସ୍ତକ ପାଇଁ ଉଚ୍ଚ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ବ୍ରେଲ୍ ମେଶିନ ଜର୍ମାନୀରୁ ଅଣାଯାଇଛି। ଏହି ମେଶିନ ଦ୍ୱାରା ମାଧ୍ୟମିକ ସ୍ତରରେ ପଢ଼ୁଥିବା ଦୃଷ୍ଟି ବାଧିତ ପିଲାଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଠ୍ୟପୁସ୍ତକ…
ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ହାଇକୋର୍ଟରେ ପିଟିଶନ, ଶୁଣାଣି ଆଜି
କଟକ ଅଫିସ,୭ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଗତ ୨ ତାରିଖରେ ଏକ ଗେଜେଟ୍ ନୋଟିଫିକେଶନ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୋଟିଫିକେଶନକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର କଟକ ସ୍ୟାଟ୍ ବାର ଆସୋସିଏଶନ ପକ୍ଷରୁ…
ଜମ୍ମୁ-କଶ୍ମୀରରେ ଲାଗୁହେବ ୧୦୬ କେନ୍ଦ୍ରୀୟ ଆଇନ
ନୂଆଦିଲ୍ଲୀ ,୭ା୮(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦, ୩୫ଏ ହଟାଇବା ସହ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ତେଣୁ ଜମ୍ମୁ-କଶ୍ମୀର ଲାଗି ଭାରତ ସମ୍ବିଧାନର ସମସ୍ତ ବ୍ୟବସ୍ଥା ଲାଗୁ କରାଯିବ। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ…
୩୭୦କୁ ନେଇ କଂଗ୍ରେସ ଦୁଇଭାଗ
ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ସହ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଘଟଣାକୁ ନେଇ କଂଗ୍ରେସ ଦୁଇ ଭାଗ ହୋଇଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରିଥିବାବେଳେ ଦଳର ଅନେକ ନେତା ଏହା…
ଶାହ ମିଛ କହୁଛନ୍ତି: ଫାରୁକ୍
ଶ୍ରୀନଗର/ନୂଆଦିଲ୍ଲୀ, ୭ା୮(ପି.ଟି./ଆଇଏଏନ୍ଏସ୍): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀନଗରସ୍ଥିତ ତାଙ୍କ ବାସଭବନରେ ଖବରଦାତାଙ୍କୁ ସମ୍ବୋଧିତ କରି ଫାରୁକ୍ କହିଛନ୍ତି, କେନ୍ଦ୍ର ଆମକୁ ହତ୍ୟା କରିବାକୁ ଚାହୁଁଛି।…
‘ପାକିସ୍ତାନଠାରୁ କଶ୍ମୀରକୁ ରକ୍ଷାକରିବା ଲାଗି ବିଜୁ ବାବୁ ଯୁଦ୍ଧବିମାନ ଉଡ଼ାଇଥିଲେ’
ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ପାକିସ୍ତାନ କବଳରୁ ରକ୍ଷାକରିବା ଲାଗି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯୁଦ୍ଧବିମାନ ଉଡ଼ାଇଥିଲେ ବୋଲି ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉେଚ୍ଛେଦକୁ ବିଜେଡି ପୂର୍ଣ୍ଣ ସମର୍ଥନ…
Archives


