ହିଂସ୍ର ହେଉଛି ହଂକଂ

ହଂକଂ,୩୧ା୮(ଆଇଏଏନ୍‌ଏସ୍‌): ହଂକଂରେ ବେଆଇନ ଭାବେ ଶୋଭାଯାତ୍ରା କରିବା ଅଭିଯୋଗରେ ଡେମୋସିଷ୍ଟୋ ପାର୍ଟି ନେତା ଜୋଶୁଆ ଓ୍ବୋଙ୍ଗ୍‌ଙ୍କ ସମେତ ଗଣତନ୍ତ୍ର ସପକ୍ଷବାଦୀ ୩ ନେତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ୨୩ ବର୍ଷୀୟ ଓ୍ବୋଙ୍ଗ୍‌ ହେଉଛନ୍ତି ୨୦୧୪ ଅମ୍ବ୍ରେଲା ରିଭୋଲ୍ୟୁଶନ୍‌ର ନେତୃତ୍ୱ ନେଇଥିବା ଅନ୍ୟତମ ପ୍ରମୁଖ ନେତା। ତାଙ୍କ ସହ ସରକାର ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା ତଥା ଗଣତନ୍ତ୍ର ସପକ୍ଷବାଦୀ ଅଗ୍‌ନେସ୍‌ ଚୋ ଏବଂ ହଂକଂ ନ୍ୟାଶନାଲ ପାର୍ଟି ପ୍ରତିଷ୍ଠାତା ଆଣ୍ଡି ଚାନ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ହଂକଂରେ ଏକ ବିଶାଳ ବିକ୍ଷୋଭର ଆୟୋଜନ କରାଯିବାକୁ ଥିବାବେଳେ ପୋଲିସ ଏହା ଉପରେ ରୋକ ଲଗାଇ ସେମାନଙ୍କୁ ହାଜତକୁ ନେଇଛି। ଜୁନ୍‌ ୨୧ରେ ପୋଲିସ ମୁଖ୍ୟାଳୟକୁ ୧୫ ଘଣ୍ଟା ବେଆଇନ ଭାବେ କବ୍‌ଜା କରିବା ଓ ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଓ୍ବୋଙ୍ଗ୍‌ଙ୍କୁ ଧରାଯାଇଥିବାବେଳେ କେତେକ ସ୍ଥାନରେ ସଭା ଆୟୋଜନ କରିବା ଅଭିଯୋଗରେ ଚୋ’ଙ୍କୁ ଗିରଫ କରାଯାଇଛି। ସ୍ବାଧୀନତା ପ୍ରଚାରକ ଚାନ୍‌ଙ୍କୁ ବିକ୍ଷୋଭ ବେଳେ ଦଙ୍ଗା ଭିଆଇବା ଓ ପୋଲିସକୁ ଆକ୍ରମଣ କରିବା ସନ୍ଦେହରେ ଗରିଫ କରାଯାଇଛି। ହଂକଂ ବିମାନବନ୍ଦରରୁ ଟୋକିଓକୁ ଯିବା ପାଇଁ ବିମାନରେ ଚଢ଼ିବା ପୂର୍ବରୁ ତାଙ୍କୁ ଧରାଯାଇଛି। ବିକ୍ଷୋଭକାରଙ୍କ ଗିରଫଦାରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ପରେ ଏମାନଙ୍କୁ ଜାମିନରେ ଛାଡ଼ିଦିଆଯାଇଛି।
ଅଗଷ୍ଟ ୩୧ରେ ହଂକଂର ଗଣତାନ୍ତ୍ରିକ ସଂସ୍କାର ଉପରେ ବେଜିଂ କଠୋର ‘୮୩୧ ନିଷ୍ପତ୍ତି’ ନେଇଥିଲା। ଶନିବାର ଏହାର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହି ଅବସରରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ପାଇଁ ସିଭିଲ ହ୍ୟୁମାନ୍‌ ରାଇଟ୍ସ ଫ୍ରଣ୍ଟ ପକ୍ଷରୁ ଯୋଜନା କରାଯାଇଥିଲା। ଜୁନ୍‌ରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପଛରେ ଏହି ସାମ୍ମୁଖ୍ୟ ନେତୃତ୍ୱ ନେଉଥିବାରୁ ସେବେଠୁ ଅଦ୍ୟାବଧି ୯୦୦ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି। ଏହାର ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ପୋଲିସ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ବ୍ୟବହାର କରୁଥିବାବେଳେ ବିକ୍ଷୋଭକାରୀମାନେ ସୁରକ୍ଷା ବଳ ଉପରକୁ ଇଟାପଥର ମାଡ଼ କରି ବୋମା ଫିଙ୍ଗିବାରେ ଲାଗିଛନ୍ତି।

ପ୍ରହାର ବେଳେ ପ୍ରେମ


ତୁହାକୁ ତୁହା ପୋଲିସର ଲୁହବୁହା ବାଷ୍ପ ଆଉ ଏଥିରୁ ରକ୍ଷା ପାଇବା ପାଇଁ ଆବି ଓ ନିକ୍‌ଙ୍କ ମୁହଁରେ ରହିଥିଲା ମୁଖା। ପୋଲିସ ଦମନଲୀଳା ଚଳାଇଥିବାବେଳେ ତା’ ଭିତରେ ପ୍ରେମ କରିବା ପାଇଁ ସମୟ ବାହାର କରିଥିଲେ ହଂକଂର ଏହି ପ୍ରେମୀ ଯୁଗଳ। ଗତ ଜୁନ୍‌ରେ ଚାଇନାର ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଏକ ବିତର୍କ ବେଳେ ପରସ୍ପରକୁ ଭେଟିଥିଲେ ୨୦ ବର୍ଷୀୟ ନିକ୍‌ ଓ ତାଙ୍କଠାରୁ ବର୍ଷେ ସାନ ଆବି। ସେବେଠୁ ଏହି ଦୁଇ ଗଣତନ୍ତ୍ର ସପକ୍ଷବାଦୀ ଛାତ୍ରନେତା ଅନେକଥର ବିକ୍ଷୋଭ ଶୋଭାଯାତ୍ରରେ ସାମିଲ ହେଲେଣି। ବିକ୍ଷୋଭ ବେଳେ ପୋଲିସର ପ୍ରହାରକୁ ଖାତିର ନ କରି ଦୁହେଁ ଦୁହିଁକୁ ଭେଟି କିଛି ସମୟ ରୋମାନ୍ସ କରନ୍ତି, ଯେମିତି ଶୁକ୍ରବାର କରିଛନ୍ତି।

ଆନ୍ଦୋଳନର ପୃଷ୍ଠଭୂମି
ଚାଇନାର ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ହଂକଂରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏବେ ଅଣାୟତ୍ତ। ଆପରାଧିକ ସନ୍ଦିଗ୍ଧମାନଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପଠାଯିବା ପାଇଁ ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଥିଲା, ଯାହାକୁ ଜୁନ୍‌ରେ ହଂକଂବାସୀ ବିରୋଧ କରିଥିଲେ। ବିକ୍ଷୋଭ ଯୋଗୁ ଏହାକୁ ସାମୟିକ ସ୍ଥଗିତ କରାଯାଇଥିଲେ ହେଁ କୁହୁଳୁଥିବା ଧୂଆଁ କ୍ରମଶଃ ସରକାର ବିରୋଧୀ ଆନ୍ଦୋଳନର ରୂପ ନେଇସାରିଥିଲା। ଜୁଲାଇରେ ଆନ୍ଦୋଳନକାରୀମାନେ ପାର୍ଲାମେଣ୍ଟରେ ଧସେଇ ପଶି ଏହାର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ବେଜିଂ ଏହାକୁ ଆତଙ୍କବାଦ ସହ ତୁଳନା କରି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଗଣତନ୍ତ୍ରର କଣ୍ଠରୋଧ ଉଦ୍ୟମ ଚଳାଇଛି। ଏଥିଯୋଗୁ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହିଂସାର ରୂପ ନେଇଛି। ସଂଘର୍ଷରେ ଉଭୟ ପକ୍ଷର ଅନେକେ ଆହତ ହେଲେଣି। ଆନ୍ଦୋଳନକୁ ଚପାଇଦେବା ପାଇଁ ଚାଇନା ସେନାକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ ହଂକଂରେ ସାମରିକ ବଳର ଉପସ୍ଥିତିକୁ ବେଜିଂ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବରୁ ବ୍ରିଟିଶ୍‌ ଉପନିବେଶ ଥିବା ହଂକଂର ସ୍ବାୟତ୍ତତା ପାଇଁ ସଙ୍କଟ ସୃଷ୍ଟି ହୋଇଥିବାରୁ ଏହି ସହର ନ୍ୟାୟିକ ସ୍ବାଧୀନତା ହରାଇପାରେ ବୋଲି ଆଶଙ୍କା କରାଯାଉଛି।

ସ୍ଥିତି ଅବସ୍ଥିତି
ହଂକଂ ବ୍ରିଟେନର ଏକ କଲୋନି ବା ଉପନିବେଶ ଥିଲା। ବ୍ରିଟେନ ୧୯୯୭ରେ ଏହାକୁ ଚାଇନାକୁ ହସ୍ତାନ୍ତର କରିଥିଲା। ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସ୍ବାୟତ୍ତତା ପ୍ରଦାନକାରୀ ‘ଏକ ରାଷ୍ଟ୍ର, ଦୁଇ ବ୍ୟବସ୍ଥା’ ଚୁକ୍ତି ଅନୁସାରେ ହଂକଂ ପରିଚାଳିତ। ହଂକଂର ନିଜସ୍ବ ନ୍ୟାୟପାଳିକା ଓ ଚାଇନାଠାରୁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ରହିଛି। ମୂଳ ଆଇନ ଅନୁସାରେ ହଂକଂବାସୀଙ୍କ ସଭା କରିବା ଓ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ରହିଛି, ଯାହାର ଅବଧି ୨୦୪୭ରେ ଶେଷ ହୋଇଯିବ। ସେତେବେଳେ ହଂକଂର ଷ୍ଟାଟସ୍‌ (ସ୍ଥିତି) କ’ଣ ହେବ ସେନେଇ କିଛି ସ୍ପଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସମଗ୍ର ବିହାର ଗର୍ବିତ’: ବୈଭବ ସୂର୍ଯ୍ୟବଂଶୀଙ୍କ ଉଚ୍ଚ ପ୍ରଶଂସା କଲେ BCA ସଭାପତି

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହାରେ ଅନୁଷ୍ଠିତ ‘ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬’ (ACC Men’s Asia Cup Rising Stars 2026) ରେ, ୟୁନାଇଟେଡ…

ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ ନକରିବା ନିଷ୍ପତ୍ତି ଉପରେ ମୁହଁ ଖୋଲିଲେ ରାଜୀବ ଶୁକ୍ଲା; ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୫।୧୧: ୱେଲିଙ୍ଗଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ ଏହି ମ୍ୟାଚର…

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ୧୫ ଟଙ୍କାରେ 5G ଡାଟା, ୩୯୯ ରୁ ୩,୯୯୯ ଟଙ୍କା ଯାଏ ଆସିଲା ନୂଆ ପ୍ଲାନ

ଯଦି ଆପଣ Jioର ସିମ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ତାହାର ଗ୍ରାହକମାନଙ୍କ ପାଇଁ ’Happy New Year…

ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼: ଜୀଅନ୍ତା କଙ୍କଡ଼ା ,ଛଟପଟ ମାଛ

ଭୁବନେଶ୍ବର,୨୫।୧୧: ଛାଡ଼ଖାଇକୁ ନେଇ ଆଜି ସବୁଠି ଉତ୍ସାହ। ଦୀର୍ଘଦିନର ଆମିଷ ବର୍ଜନ ପରେ ଛାଡ଼ଖାଇରେ ଆମିଷ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଆଗ୍ରହ। ଏହାକୁ…

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏକାଠି ନାମ ପଞ୍ଜୀକରଣ କରିଛନ୍ତି ପିତା-ପୁତ୍ର

ନୂଆଦିଲ୍ଲୀ,୨୫।୧୧: ୨୦୨୭ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ଖେଳାଳି ନିଲାମ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ସିଜିନ ପାଇଁ ଏହା ଏକ ‘ମିନି-ନିଲାମ’…

୨୦୩ ରନର ଧମାକା ପରେ ବଦଳିବ ବୈଭବଙ୍କ ଭାଗ୍ୟ: ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୨୫।୧୧: ଦୋହାରେ ଚାଲିଥିବା ରାଇଜିଂ ଷ୍ଟାର୍ସ ଏସିଆ କପରେ ମଙ୍ଗଳବାର ୟୁଏଇ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଦ୍ୱିଶତକ ପରେ କ୍ରିକେଟପ୍ରେମୀମାନେ ଆଶ୍ଚର୍ଯ୍ୟଚକିତ। ଗଳି ମୁଣ୍ଡରେ…

Miss Universe 2026: ଇତିହାସ ରଚିଲେ ଗୋଟିଏ ସନ୍ତାନର ଜନନୀ ଜେନିଫର୍‌ ବାରେଟୋ, ପୂର୍ବରୁ ଆମେରିକୀୟ ସେନାରେ କାମ କରିସାରିଛନ୍ତି ଏହି ‘ବିଶ୍ୱ ସୁନ୍ଦରୀ’

ଓ୍ବାଶିଂଟନ,୨୫।୧୧: ‘ମିସ ୟୁନିଭର୍ସ’ (Miss Universe) ପ୍ରତିଯୋଗିତାରେ ଜଣେ ନୂଆ ବିଜେତା ମିଳିଛନ୍ତି। ପୁଏର୍ତ୍ତୋ ରିକୋର ଜେନିଫର୍‌ ବାରେଟୋ ୭୫ତମ ‘ମିସ ୟୁନିଭର୍ସ’ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି।…

ଆକ୍ରମଣକାରୀ ଭାଇଙ୍କ ଗିରଫ ଦାବି କଲେ ଭଉଣୀ: ଥାନା ସାମ୍ନାରେ ଆମରଣ ଅନଶନ

ତିହିଡି଼,୨୫।୧୧(ସଞ୍ଜିତ ବଳ): ଆକ୍ରମଣକାରୀ ଭାଇଙ୍କ ସମେତ ବାପଘରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବାରେ ପୋଲିସ ଅବହେଳା ପ୍ରଦର୍ଶନ କରିଥିବା ପ୍ରତିବାଦରେ ଭଉଣୀ ସ୍ନିଗ୍ଧାରାଣୀ ତିହିଡି଼ ବ୍ଲକ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?