Home

ମୁହଁ ଖୋଲିଲା ପାକିସ୍ତାନ: ଆତଙ୍କବାଦୀ ସୃଷ୍ଟି ପାଇଁ ଆମେରିକା ଦେଇଥିଲା ଆର୍ଥିକ ସହାୟତା

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପରେ ଗୋଟିଏ ସତ ମାନୁଛନ୍ତି। ଏବେ ଇମ୍ରାନ୍‌ କହିଛନ୍ତି କି ୧୯୮୦ରେ ଆଫଗାନିସ୍ତାନରେ ରୁଷ( ତତ୍କାଳିନ ସୋଭିଏତ୍‌ ସଂଘ)ବିରୋଧରେ ଲଢିବା ପାଇଁ ପାକିସ୍ତାନ ଜେହାଦିଙ୍କୁ ପ୍ରସ୍ତୁତ କରିଥିଲା। ଏମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।…

ବିଦେଶ ଯାତ୍ରା ପାଇଁ ରବର୍ଟଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୩।୯: ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ସ୍ବତନ୍ତ୍ର ଅଦାଲତ ରବର୍ଟ ଭଦ୍ରାଙ୍କୁ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜାମିନରେ ଥିବା…

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ: ବହିଷ୍କାର ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର, ୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ୱାର୍ଡମେମ୍ବରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉଚିତ୍‌ ପଦକ୍ଷେପ ନେବାକୁ ଶୁକ୍ରବାର ଉପଜିଲାପାଳଙ୍କୁ ସେମାନେ ସାକ୍ଷାତକରି ଦାବିପତ୍ର ପ୍ରଦାନ…

ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ: ପ୍ରକଳ୍ପ କାର୍ଯ୍ୟରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ। ସହରର ଭିତ୍ତିଭୂମି ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି। ତେବେ…

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୩୫ ଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ଲାଞ୍ଜିଗଡଠାରେ ବ୍ଲକର ୬ ପଞ୍ଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ଲକର ଲାଞ୍ଜିଗଡ଼, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଛତ୍ରପୁର ଏବଂ ଚମ୍ପାଦେଇପୁରର କୃତୀ…

ବ୍ରହ୍ମପୁର ରେଳଷ୍ଟେଶନରେ ଦୀର୍ଘଦିନ ଧରି ପଡ଼ିରହିଛି ଏକ କାର୍‌: ଚିନ୍ତାରେ ପୋଲିସ, ଲୋକେ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୩।୯- ବ୍ରହ୍ମପୁର ରେଳଷ୍ଟେଶନ ସମ୍ମୁଖରେ ଦୀର୍ଘଦିନ ହେଲା ଏକ ନାଲି ରଙ୍ଗର କାର ଛିଡା ହୋଇରହିଛି। ସମ୍ପୃକ୍ତ ଗାଡିର ମାଲିକ କାର୍‌ଟିକୁ ସେଠାରୁ ନେଉ ନ ଥିବା ଯୋଗୁ ଦୀର୍ଘ ମାସ ଧରି ଏହା ପଡ଼ି ରହିଛି। କାର୍‌ ଭିତରେ…

ସ୍ବାମୀ ଚିନ୍ମୟାନନ୍ଦଙ୍କୁ ୭ ଘଣ୍ଟା ଜେରା: ପୀଡିତାଙ୍କ ସହ ଆଶ୍ରମ ପହଞ୍ଚିଲା ଏସ୍‌ଆଇଟି

ଲକ୍ଷ୍ନୌ,୧୩।୯: ଶାହାଜାହାନପୁର ନିବାସୀ ଆଇନ ଛାତ୍ରୀଙ୍କୁ ଯୌନ ଶୋଷଣା ମାମଲାରେ ଶେଷରେ ଏସ୍‌ଆଇଟି ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଶୁକ୍ରବାର ଏସ୍‌ଆଇଟିର ଏକ ଟିମ୍‌ ପୀଡିତାଙ୍କୁ ନେଇ ଚିନ୍ମୟାନନ୍ଦଙ୍କ ଆଶ୍ରମରେ ପହଞ୍ଚିଥିଲା। ଏହା ପୂର୍ବରୁ ଏସ୍‌ଆଇଟି…

ଭାରତ-ଚାଇନା ସୀମାରେ ସେନାର ଅପରେଶନ ‘ହିମବିଜୟ’

ନୂଆଦିଲ୍ଲୀ,୧୩।୯: ଭାରତ-ଚାଇନା ସୀମାରେ ସେନା ତା’ର ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରକୁ ଭାରତ-ଚାଇନା ସୀମାରେ ମୁତୟନ କରିବାକୁ ଯୋଜନା କରୁଛି। ଫଳରେ ଭାରତ-ଚାଇନା ସୀମାରେ ଥିବା ଅରୁଣାଚଳ ପ୍ରଦେଶର ସୀମାରେ…

୩ମାସ ଟ୍ରାଫିକ ନିୟମ କୋହଳ ହେବାରୁ ଗାଡ଼ିଚାଳକ ବେପରୁଆ: କିନ୍ନରଙ୍କ ଅଭିନବ ଉପାୟରେ ସଚେତନତା

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ଯାହାଦ୍ୱାରା ଗାଡ଼ିଚାଳକ ଏବେ ପୁଣି ବେପରୁଆ ହୋଇଗଲେଣି। ସେମାନେ ଢିଲାଭାବେ ଗାଡ଼ିଚାଳନା କରୁଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଟ୍ରାଫିକ…

ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରପତି ଆରିଫ ଆଲଓ୍ବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଶୁଭେଚ୍ଛା…

ୟୁଗ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ କଳାକାର

ଅଜୟ ଦେବଗନ୍‌ଙ୍କ ସହ କାଜଲଙ୍କ ବୈବାହିକ ଜୀବନ ବେଶ୍‌ ସୁଖମୟ। ଝିଅ ନ୍ୟାସା ଏବଂ ପୁଅ ୟୁଗ୍‌ଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଆଗେଇ ଚାଲିଛି। ଆଜି ଅର୍ଥାତ ଶୁକ୍ରବାର ପୁଅ ୟୁଗ୍‌ଙ୍କ ଜନ୍ମଦିନ। ଏହି ସ୍ପେଶାଲ ଡେ’ରେ କାଜଲ ଏବଂ…

୧୪୦ କିଲୋ ଓଜନର ଖେଳାଳି ପଡିଆରେ କଲେ କମାଲ୍‌

ଜାମାଇକା,୧୩।୯: କାରାବିଆନ୍‌ ପ୍ରିମିୟର୍‌ ଲିଗ୍‌ରେ କମାଲ୍‌ କରିଛନ୍ତି ୧୪୦ କିଲୋ ଓଜନର ଖେଳାଳି। ଲିଗ୍‌ର ଏକ ମ୍ୟାଚ୍‌ରେ ଜାମାଇକା ତଲାଓ୍ବାହସ ଏବଂ ସେଣ୍ଟ୍‌ ଲୁସିଆ ଜୁକ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ର ସବୁଠୁ ବଡ ଆକର୍ଷଣ ଥିଲେ ୧୪୦ କିଲୋ ଓଜନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?