ବରିଷ୍ଠ ଓକିଲ ସାଲ୍‌ଭେଙ୍କ ଗୁରୁତର ଅଭିଯୋଗ;ଦେଶରେ ସୃଷ୍ଟ ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ

ନୂଆଦିଲ୍ଲୀ,୧୮-୯: ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ ବୋଲି ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲ୍‌ଭେ ମତ ଦେଇଛନ୍ତି। ଏକ ନୁଜ୍‌ ଓ୍ବେବ୍‌ସାଇଟକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ୨୦୧୨ରେ ୨ଜି ସ୍ପେକ୍ଟ୍ରମ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରଠାରୁ ଦେଶରେ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା।
ସାଲ୍‌ଭେ ନିଜ ଯୁକ୍ତି ସପକ୍ଷରେ କହିଛନ୍ତି ଯେ,୨୦୧୨ରେ ସର୍ବୋଚ୍ଚ ଅଦାଲତ ଗୋଟିଏ କଲମ ଗାରରେ ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ଓ କୋଇଲା ବ୍ଲକ୍‌ ଆବଣ୍ଟନକୁ ବାତିଲ କରିଦେଲେ। ଫଳରେ ୧୨୨ ସ୍ପେକ୍ଟ୍ରମ ଲାଇସେନ୍ସ ଓ ୧୯୯୩ରୁ ୨୦୧୧ ପର୍ଯ୍ୟନ୍ତ ୨୧୮ କୋଇଲା ବ୍ଲକ୍‌ ଆବଣ୍ଟନ ରଦ୍ଦ ହୋଇଗଲା। ଏହା ବିଦେଶୀ ନିବେଶକଙ୍କ ଉପରେ ବଡ଼ ଧରଣର ପ୍ରଭାବ ପକାଇଲା। ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ପ୍ରଦାନରେ ଅନୀୟମିତତା ହୋଇଥିବା ସେ ମାନୁଛନ୍ତି। ତେବେ ବିଦେଶୀମାନେ ନିବେଶ କରିଥିବା ଲାଇସେନ୍ସକୁ ବେପରୁଆ ଭାବେ ବାତିଲ କରାଯିବା ଉଚିତ୍‌ ନ ଥିଲା। ଭାରତୀୟ ପାର୍ଟନରଙ୍କ ସହାୟତାରେ ବିଦେଶୀ ନିବେଶକ ପୁଞ୍ଜିନିବେଶ କରୁଛନ୍ତି। ଘରୋଇ ପାର୍ଟନର କିଭଳି ଲାଇସେନ୍ସ ପାଇଲେ ତାହା ବିଦେଶୀ ନିବେଶକ ଦେଖନ୍ତି ନାହିଁ। ସେମାନେ ବହୁ ଶତାଧିକ କୋଟି ଟଙ୍କା ନିବେଶ କରିଥିଲେ। ତେବେ ଗୋଟିଏ ଥରରେ ସେମାନଙ୍କ ନିବେଶ ଉପରେ ପ୍ରହାର ସେମାନଙ୍କ ପାଇଁ ବଡ଼ ଝଟ୍‌କା ଥିଲା। ସୁପ୍ରିମକୋର୍ଟ ସେମାନଙ୍କୁ ଗୋଟିଏ ଥରେ ଦେଶରୁ ବାହାର କରିଦେଲେ। ଏହି ସମୟଠାରୁ ଅର୍ଥନୀତି ଧିମା ହେବା ଆରମ୍ଭ ହୋଇଥିଲା। କୋଇଲା ସମ୍ପର୍କରେ ଉଦାହରଣ ଦେଇ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ସମସ୍ତ କୋଇଲା ଖଣି ଲାଇସେନ୍ସ ବାତିଲ କରିଦେବା ପରେ ପ୍ରକୃତ ନିବେଶକ ଏହି କ୍ଷେତ୍ରରୁ ହଟିଗଲେ। କୋଇଲା ଲାଇସେନ୍ସ ବାତିଲ ପୂର୍ବରୁ ପ୍ରତ୍ୟେକ ମାମଲାର ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ହେବା ଉଚିତ୍‌ ଥିଲା। ଲାଇସେନ୍ସ ବାତିଲ ଯୋଗୁ ଦେଶରେ ପ୍ରଚୁର କୋଇଲା ମହଜୁଦ୍‌ ଥିବା ସତ୍ତ୍ୱେ ଆମେ ଏବେ ବିଦେଶରୁ ଏହାକୁ ଆମଦାନୀ କରୁଛୁ। କୋଇଲା ଖଣି ବନ୍ଦ ରହିବା ଯୋଗୁ ଲକ୍ଷ ଲକ୍ଷ ଲୋକେ ବେକାର ହୋଇଗଲେ। ଏଥିଯୋଗୁ ଅର୍ଥନୀତି ଉପରେ ଚାପ ବଢ଼ିବା ଆରମ୍ଭ ହୋଇଥିଲା। କୋଇଲା ବ୍ଲକ୍‌ ବାତିଲ ଯୋଗୁ ଅର୍ଥନୀତିକୁ ୧% କ୍ଷତି ହୋଇଛି ଏବଂ ଏଥିଯୋଗୁ ଜିଡିପି କମିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri