Home

ଆଇପିଏଲ୍‌ ଉଦ୍‌ଘାଟନୀର ମୁଖ୍ୟ ଆକର୍ଷଣ ଦୀଶା-ଶ୍ରେୟା

କୋଲକାତା,୨୨/୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୮ତମ ସଂସ୍କରଣ ଏକ ବଡ଼ ଉଦ୍‌ଘାଟନୀ ଉତ୍ସବ ସହିତ ଆଜି ଆରମ୍ଭ ହେବାକୁ ଯାଉଛି। ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ୩୫ ମିନିଟ ଧରି ଚାଲିବ। ଏ ସମ୍ପର୍କରେ କ୍ରିକେଟ ଆସୋସିଏଶନ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍‌, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର,୨୨ା୩: ନୂଆ ସିଲାବସ୍‌ ଲାଗୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ସୂଚନା ଦେଇଛନ୍ତି। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍‌ ଲାଗୁ ହେବ। NEP ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ…

ନବ ଦାସଙ୍କ ହତ୍ୟାର ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା

ଭୁବନେଶ୍ୱର,୨୨ା୩: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସରୋଜ ସା’ ନାମକ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ। ତତ୍କାଳୀନ ଆଇଆଇସିଙ୍କ…

ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ, ବନବିଭାଗକୁ ଦେଖି ଦୌଡ଼ିଲେ ମାଫିଆ

ଭୁବନ,୨୨ା୩(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଏକ ବେଆଇନ ଶାଳ କାଠ ସହିତ ପିକ୍‌ଅପ୍‌ ଗାଡ଼ି ଜବତ କରାଯାଇଛି। ପିକ୍‌ଅପ୍‌ ଗାଡ଼ିଟି ଟିପିଲେଇ ସଂରକ୍ଷିତ ଜଙ୍ଗଲରୁ ଶାଳଗଛ କାଠ ବୋଝେଇ କରି ଜାତୀୟ ରାଜପଥ ୫୩କୁ…

କେକେଆର୍‌-ଆର୍‌ସିବି ହୋଇଥିଲା ରୋଚକ ମୁକାବିଲା: ୧୭ ବର୍ଷ ପରେ ପ୍ରଥମଥର ଆଇପିଏଲ୍‌ରେ ଘଟିବ ଏମିତି…

ନୂଆଦିଲ୍ଲୀ,୨୨।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଇତିହାସର ପ୍ରଥମ ମ୍ୟାଚରେ ମୁହଁାମୁହିଁ ହୋଇଥିଲେ। ୧୭ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ସିଜନର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।…

ତିହିଡ଼ି ବଜାରରୁ ହଟିଲା ଜବରଦଖଲ

ତିହିଡ଼ି,୨୨ା୩(ସଞ୍ଜିତ ବଳ): ତିହିଡ଼ି ବଜାରକୁ ପ୍ରଶାସନ ପକ୍ଷରୁ ଅବରୋଧ ମୁକ୍ତ କରାଯାଇଛି। ତିହିଡ଼ି ଥାନାଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ସରକାରୀ ଜାଗା ଉପରେ ଥିବା ୧୨୩ଟି ଦୋକାନକୁ ଉଚ୍ଛେଦ କରାଯାଇଛି। ଶନିବାର ସକାଳ ୯ଟାରୁ…

ଜିଲାପାଳଙ୍କ ଜନସମ୍ପର୍କ ଶିବିର: ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କଲେ ଜିଲାପାଳ

ଡୁଙ୍ଗୁରିପାଲି, ୨୨/୩ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମପଞ୍ଚାୟତ ପରିସରରେ ଶୁକ୍ରବାର ଜିଲାପାଳଙ୍କ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅନ୍ୟ ଦାସ ଯୋଗଦେଇ ଜନସାଧାରଣଙ୍କ ୪୦ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ସୁଭଦ୍ରା…

ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ବିଧି ଅନୁଯାୟୀ,…

ଲୋକେ ଖାଇବାକୁ ପାଉନାହାନ୍ତି, ମନ୍ତ୍ରୀ ମାଲାମାଲ

ଇସଲାମାବାଦ୍‌,୨୨।୩: ପାକିସ୍ତାନ ବର୍ତ୍ତମାନ ଗମ୍ଭୀର ମୁଦ୍ରାସ୍ଫୀତି ଏବଂ ଋଣ ସଙ୍କଟର ସମ୍ମୁଖୀନ ହେଉଛି। ସାଧାରଣ ଲୋକମାନେ ଦିନକୁ ଦୁଇଥର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ ସରକାର ତାଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦରମା ବହୁ ପରିମାଣରେ ବୃଦ୍ଧି କରୁଛନ୍ତି। ପାକିସ୍ତାନ…

ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ

ଅନୁଗୋଳ,୨୨ା୩(ମାନସ ବିଶ୍ୱାସ): ଅନୁଗୋଳ ଜିଲାର ଛେଣ୍ଡିପଦା ଥାନା ଗୋଳାଗଡିଆ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗୋଚାଲାଣକାରୀଙ୍କ ଦ୍ବାରା ୧୭୦୦ରୁ ଊର୍ଦ୍ଧ୍ୱ ଗୋରୁ ବେଆଇନ ଚାଲାଣ କରାଯାଉଥିଲା। ଏହାର ଖବର ପାଇ କିଛି ଗୋସେବକ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଗୋଚାଲଣକାରୀମାନେ ସେମାନଙ୍କୁ ମାରଣାସ୍ତ୍ର…

ମୋଦିଙ୍କ ବିରୋଧରେ ହୋଇଗଲା ବଡ଼ ଡିଲ୍‌, କଂଗ୍ରେସ-ବିଜେଡି ଏକାଠି!

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୩: ମୋଦିଙ୍କ ବିରୋଧରେ ବିଜେଡି କରିବ ବଡ଼ ପ୍ଲାନ। ଇଣ୍ଡିଆ ମେଣ୍ଟ ସହ ମିଶି ଭାଜପା ବିରୋଧରେ ମଇଦାନକୁ ଓହ୍ଲାଇବ ବିଜେଡି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ…

ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ

ଲଣ୍ଡନ,୨୨ା୩:ବିଶ୍ୱର ଅନ୍ୟତମ ସର୍ବାଧିକ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ପରିଚିତ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ନିକଟରେ ଥିବା ଏକ ବିଦ୍ୟୁତ୍‌ ସବ୍‌ଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୁକ୍ରବାର ସାରା ଦିନ ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri