Home

ମୋଦିଙ୍କ ହ୍ୟୁଷ୍ଟନ ସମାବେଶରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଲାଗି ଆସନ୍ତା ରବିବାର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୋଗଦେବେ ବୋଲି ଜଣାପଡିଛି। ହ୍ବାଇଟ ହାଉସ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଭାରତୀୟ…

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି। ଜମ୍ମୁ-କଶ୍ମୀରର ଜନସୁରକ୍ଷା ଆଇନ (ପିଏସ୍‌ଏ)ରେ ଫାରୁକ୍‌ଙ୍କୁ…

ଶିକ୍ଷକଙ୍କ ବଦଳି ଓ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ଓହରିଲେ

ଖୁଣ୍ଟା,୧୭ା୯(ଡି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଶିକ୍ଷା ବିଭାଗରେ କିଛି ଦିନ ହେଲା ଶିକ୍ଷକ ବଦଳି ଓ ନିଯୁକ୍ତିକୁ ନେଇ ଅଧିକାରୀମାନଙ୍କୁ ବେଶ ନାକେଦମ୍‌ ହେବାକୁ ପଡ଼ିଛି। ଜଣେ ଶିକ୍ଷକଙ୍କ ବଦଳି ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିଦ୍ୟାଳୟକୁ ୫ ଦିନ ଧରି…

ଓଡ଼ିଶା ବିଧାନସଭାର ହେବ ନବକଳେବର

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଓଡ଼ିଶା ବିଧାନସଭା ହେବ ଦେଶର ମଡେଲ ବିଧାନ ସଭା। ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ବିଲ୍ଡିଂ କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗର ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହି କମିଟି ଦେଶର…

ବିନା ପଞ୍ଜୀକରଣରେ ସ୍କୁଟି ବିକ୍ରି:ଡିଲରଙ୍କ ଉପରେ ୧ ଲକ୍ଷ ଜରିମାନା

କଟକ ଅଫିସ,୧୭-୯:କଟକ ଜିଲା ବାରଙ୍ଗ ଥାନା ସମ୍ମୁଖରେ ଗତ ୧୨ରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ ଚାଲିଥିବାବେଳେ ଜବତ ହୋଇଥିବା ସ୍କୁଟିକୁ ନେଇ କଟକ ଆର୍‌ଟିଓ ଭୁବନେଶ୍ୱରର ଏକ ଗାଡ଼ି ଡିଲରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।…

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା

ମାଲକାନଗିରି,୧୭-୯(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଊଦ୍ଧାର କରାଯାଇଥିଲା। ସୋମବାର ଅନ୍ୟ ନିଖୋଜମାନଙ୍କୁ ଖୋଜିବା ଲାଗି ବାୟୁସେନା ଓ ନୌସେନାର…

କନ୍ଦଳକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଭୁବନେଶ୍ୱର,୧୭-୯(ବ୍ୟୁରୋ): କିଛିଦିନ ହେବା ନିଷ୍କ୍ରିୟ ହୋଇପଡିଥିବା କଂଗ୍ରେସ ପୁଣିଥରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚାକୁ ଆସିଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ରଖିବା ଯୋଗୁ ରବିବାର ଇତିଶ ପ୍ରଧାନଙ୍କୁ ଏନ୍‌ଏସୟୁଆଇ ଓଡିଶା ଇନ୍‌ଚାର୍ଜ ମୋଥା ରୋହିତ…

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ ଦିନରେ ଆହୁରି…

୨୦ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏଥିଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ହାଲକା ବର୍ଷା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।…

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭-୯:ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ ବର୍ଷ…

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ଏକକାଳୀନ ୭ଟି…

ଆଧାର ଲିଙ୍କ୍‌ ସତ୍ତ୍ୱେ ମିଳୁନି ଗ୍ୟାସ୍‌ ସବ୍‌ସିଡି

ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍‌ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ୨୦୧୬ ମେ ୧ରେ ପ୍ରଧାନମନ୍ତ୍ରୀ ଉଜ୍ୱଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri