Posted inଜାତୀୟ

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠରେ ବୁଧବାର ଏହାର ଚୂଡ଼ାନ୍ତ ବିଚାର ବେଳେ କୋର୍ଟରୁମ୍‌ରେ ହାଇଡ୍ରାମା ଦେଖିବାକୁ ମିଳିଛି। ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ପାଇଁ କୋର୍ଟରୁମ୍‌ରେ ଗହଳି ଲାଗି ରହିଥିଲା। ବିଚାର ଶେଷ ହେବାକୁ ଥିବାବେଳେ ହିନ୍ଦୁ ଓ ମୁସ୍‌ଲିମ୍‌ ପକ୍ଷ ଓକିଲଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ହୋଇଥିଲା। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ରାମଙ୍କ ଜନ୍ମସ୍ଥାନ ଚିହ୍ନିତ ଏକ ମାନଚିତ୍ର ଅଦାଲତରେ ଦାଖଲ କରିଥିଲେ। ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନ ଉକ୍ତ ମ୍ୟାପ୍‌କୁ ଚିରି ଦେଇଥିଲେ। ତାଙ୍କର ଏଭଳି ଆଚରଣକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ଚଳିବ ନାହିଁ ବୋଲି ସିଜେଆଇ ରଞ୍ଜନ ଗୋଗୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ପ୍ରଥମାର୍ଦ୍ଧରେ ଶୁଣାଣି ବେଳେ ହିନ୍ଦୁ ପକ୍ଷମାନେ ଯୁକ୍ତି ବାଢ଼ିଥିଲେ, ଯେଉଁ ସ୍ଥାନରେ ମସ୍‌ଜିଦ ଛିଡ଼ା ହୋଇଛି ତାକୁ ହିନ୍ଦୁମାନେ ପବିତ୍ରସ୍ଥଳ ବୋଲି ବିବେଚନା କରନ୍ତି। ତେଣୁ ଐତିହାସିକ ଭୁଲକୁ ସୁଧାରିବା ପାଇଁ ସେମାନେ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଏହାକୁ ନେଇ ଧଓ୍ବନ୍‌ କହିଥିଲେ, ୧୯୯୨ ଡିସେମ୍ବର ୫ ପୂର୍ବରୁ ଯେଉଁଠି ମସ୍‌ଜିଦ ରହିଥିଲା ସେଠାରେ ପୁଣି ମସ୍‌ଜିଦ ଗଢ଼ାଯାଉ ବୋଲି ମୁସ୍‌ଲିମ ପକ୍ଷ ଚାହାନ୍ତି। ଭଙ୍ଗାଯାଇଥିବା ବିଲ୍ଡିଂ ଆମର। ଏହାର ପୁନଃ ନିର୍ମାଣ ଅଧିକାର ମଧ୍ୟ ଆମର। ଏଥିରେ ଅନ୍ୟ କାହାର ଅଧିକାର ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏପରି କି ସେ ଜଣେ ହିନ୍ଦୁ ପକ୍ଷ ଓକିଲଙ୍କ ବିରୋଧରେ (ଯିଏକି ବାବ୍ରି ମସ୍‌ଜିଦ ଏକ ଇସ୍‌ଲାମିକ୍‌ ଢ଼ାଞ୍ଚା ନ ଥିଲା ବୋଲି ଯୁକ୍ତି ବାଢ଼ିଥିଲେ) ଅପ୍ରୀତିକର ଭାଷା ମଧ୍ୟ ପ୍ରୟୋଗ କରିଥିଲେ। ସଲତନେଟ୍‌ ୧୨୦୬ରେ ଆରମ୍ଭ ହୋଇଥିଲା। ଇସ୍‌ଲାମ ହେଉଛି ଜାତି ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ଆସ୍ଥା ବୋଲି ଧଓ୍ବନ କହିଥିଲେ।

ଦ୍ୱିତୀୟ ଦୀର୍ଘତମ ଶୁଣାଣି

ଅଯୋଧ୍ୟା ମାମଲାର ଶୁଣାଣି ହେଉଛି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ ଶୁଣାଣି। କେଶବାନନ୍ଦ ଭାରତୀଙ୍କ ଶୁଣାଣି ୬୮ ଦିନ ଧରି ଚାଲିଥିବାବେଳେ ଆଧାର ମାମଲାର ବିଚାର ୩୮ ଦିନ ଚାଲିଥିଲା। ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ୧୪ଟି ପିଟିଶନ ସର୍ବୋଚ୍ଚ ଅଦାଲତରେ ଦାଏର କରାଯାଇଥିଲା। ରାମ ଲାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ ଏବଂ ସି.ଏସ୍‌. ବିଦ୍ୟାନାଥନ୍‌ ଲଢ଼ୁଥିବାବେଳେ ନିର୍ମୋହୀ ଆଖଡ଼ା ପକ୍ଷରୁ ଏସ୍‌.କେ. ଜୈନ୍‌ ମାମଲା ପରିଚାଳନା କରୁଥିଲେ। ସେହିପରି ରାଜୀବ ଧଓ୍ବନଙ୍କ ସହ ମୀନାକ୍ଷୀ ଆରୋରା ଓ ଶେଖର ନାଫାଡେ ସୁନ୍ନି ଓ୍ବାକଫ୍‌ ବୋଡ୍‌ ଏବଂ ମୁସ୍‌ଲିମ୍‌ ପକ୍ଷମାନଙ୍କ ପ୍ରତିନିଧିତ୍ୱ କରୁଥିଲେ। ଏହି ପକ୍ଷମାନେ ଶୁଣାଣି ବେଳେ ଐତିହାସିକ, ପରିବ୍ରାଜକ ଭୌଗୋଳିକ ସୂଚୀପତ୍ର ଓ ବ୍ରିଟିଶ ଶାସନ ଅମଳରେ ପ୍ରସ୍ତୁତ ଦସ୍ତାବିଜ ଆଧାରରେ ପ୍ରସ୍ତୁତ ରିପୋର୍ଟ ବିବରଣୀ ନିଜ ନିଜ ଦାବି ସପକ୍ଷରେ ଅଦାଲତରେ ଉପସ୍ଥାପନ କରିଥିଲେ। ସେହିପରି ଭାରତର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ରିପୋର୍ଟର ମଧ୍ୟ ଅବତାରଣା କରିଥିଲେ।

ବିଦେଶ ଗସ୍ତ ବାତିଲ କଲେ ସିଜେଆଇ

ସିଜେଆଇ ରଞ୍ଜନ ଗୋଗୋଇ ତାଙ୍କର ବିଦେଶ ଗସ୍ତକୁ ବୁଧବାର ବାତିଲ କରିଦେଇଛନ୍ତି। ସେ ନଭେମ୍ବର ୧୭ରେ ଅବସର ନେବା ପୂର୍ବରୁ କେତେକ ଦକ୍ଷିଣ ଆମେରିକୀୟ, ମଧ୍ୟପ୍ରାଚ୍ୟ ଓ ଅନ୍ୟ ରାଷ୍ଟ୍ରକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ଏହାକୁ ବାତିଲ କରିଦେଇଥିବା କୁହାଯାଉଛି। ଜଷ୍ଟିସ୍‌ ଗୋଗୋଇ ଗତବର୍ଷ ଅକ୍ଟୋବର ୩ରେ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri