Home

ହେଲାନି ଚୁକ୍ତି ନବୀକରଣ କି ଟେଣ୍ଡର: ୨୨ ଠିକା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର

ଅନୁଗୋଳ ଅଫିସ, ୪।୯- ଅନୁଗୋଳ ପୌରପାଳିକାରେ ୯ ବର୍ଷ ହେଲା ଠିକାରେ କାର୍ଯ୍ୟ କରୁଥିବା ୨୨ ଜଣ କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ହୋଇଯାଇଛି। ଠିକା ସଂସ୍ଥା ସହ ପୌରପାଳିକା କରିଥିବା ଚୁକ୍ତିର ଅବଧି ଗତ ଅଗଷ୍ଟ ୩୧ରେ ଶେଷ ହୋଇଯାଇଥିଲେ…

ଡକାୟତି ଉଦ୍ୟମ ପଣ୍ଡକଲା ଅନୁଗୋଳ ପୋଲିସ: ୭ ଜଣଙ୍କୁ ମାଡ଼ି ବସିଲା, ଜଣେ ଫେରାର

ଅନୁଗୋଳ ଅଫିସ, ୪।୯-ଅନୁଗୋଳ ପୋଲିସ ସୋମବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ଭୁଜାଲି, ୨ ଖଣ୍ଡା, ୬ ମୋବାଇଲ, ଗୋଟିଏ ମୋଟର ସାଇକେଲ ସହ…

ଲ୍ୟାଣ୍ଡର୍‌ ବିକ୍ରମର ପ୍ରଥମ ଡି-ଅର୍ବିଟାଲ ଅପରେଶନ୍‌ ଶେଷ

ଚେନ୍ନାଇ: ସେପ୍ଟେମ୍ବର ୨ ତାରିଖ ୧ଟା ୧୫ ମିନିଟ୍‌ରେ ଅର୍ବିଟର୍‌ରୁ ଭାରତର ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ଲ୍ୟାଣ୍ଡର୍‌ର ପ୍ରଥମ ଡି-ଅର୍ବିଟାଲ ଅପରେଶନ(ଅଧିକ ଉଚ୍ଚତାରେ ଥିବା…

ସୁନିଲ ଆରୋରା ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୪-୯: ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ମଙ୍ଗଳବାର ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ନୂଆଦିଲ୍ଲୀରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ…

ଭର୍ତ୍ତୃହରିଙ୍କ ବାଗ୍‌ଦାଦ୍‌ ଯାତ୍ରା:ଏସିଆନ୍‌ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବେ

ନୂଆଦିଲ୍ଲୀ: ଇରାକର ରାଜଧାନୀ ବାଗ୍‌ଦାଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବା ଲାଗି ଭାରତ ପକ୍ଷରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ମଙ୍ଗଳବାର ସେଠାକୁ ଯାତ୍ରା କରିଛନ୍ତି। ଉକ୍ତ ୩ଦିନିଆ ସମ୍ମିଳନୀରେ ଭର୍ତ୍ତୃହରି ଭାରତର ଦୃଷ୍ଟିକୋଣ ସମ୍ପର୍କରେ ବକ୍ତବ୍ୟ…

ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ୮ ଥର ଏପରି ଘଟଣା ଘଟିଥିଲେ ମଧ୍ୟ ମେଡିକାଲ ପ୍ରଶାସନ…

ମହିମା ଟୁଙ୍ଗିରେ ନବାନ୍ନ

କାମାକ୍ଷାନଗର, ୪ ।୯-କାମାକ୍ଷାନଗର ମହିମା ଟୁଙ୍ଗିରେ ମଙ୍ଗଳବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମମୁହୂର୍ତ୍ତରେ ମହିମା ଧର୍ମାବଲମ୍ବୀମାନେ ଶୁଦ୍ଧପୂତ ହୋଇ ମଠରେ ଏକାଠି ହୋଇଥିଲେ। ନୂଅଁା ଧାନରୁ ଚୁଡ଼ା ପ୍ରସ୍ତୁତ କରି ମାଟି ହାଣ୍ଡିରେ କ୍ଷୀର, ଗୁଡ଼, ଘିଅ, ମହୁ,…

ଓଡ଼ିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୪-୯(ବ୍ୟୁରୋ):ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଓଡିଆରେ ଟୁଇଟ୍‌ କରି ନୂଆଁଖାଇ ଜୁହାର ଜଣାଇଛନ୍ତି। ଏହି ଅବସରରେ ସମାଜର ସବୁବର୍ଗ…

‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’:ରାଜେଶ ପ୍ରଥମ ଓଡ଼ିଆ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର,୪-୯(ବ୍ୟୁରୋ):ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ୩ୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ଅକ୍ଟୋବର ୧୩ରେ ଗୋଆରେ ଏହାର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ତେବେ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜି.ଉଦୟଗିରି, ୪ା୯(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ମଙ୍ଗଳବାର ଜି.ଉଦୟଗିରିରୁ ୩ କିମି ଦୂର ଲାଣ୍ଡା ନିକଟ ପେଟାଗୁଡ଼ା ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଜଣ ସିରିକି କାମିନାଯୁ ଗ୍ରାମର ମାନିନୀ ପ୍ରଧାନ (୨୭)। ମୃତଦେହର ପାଦ ତଳେ…

ଚାକିରି ଦେବା ନଁାରେ ଯୁବତୀଙ୍କୁ ବଳାତ୍କାର:ଅର୍ଥ ଲଗାଣକାରୀ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

କଟକ ରୋଡ,୪-୯(ଡି.ଏନ୍‌.ଏ.): ଜଣେ ଯୁବତୀଙ୍କୁ ଚାକିରି ଦେବା ନଁାରେ ହୋଟେଲରେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ଏକ ମାମଲା(ନଂ.୨୪୦/୧୯)ରୁଜୁ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଉତ୍ତରପ୍ରଦେଶ ଭାପୁର ଜିଲାର…

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର: ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ବୁଗୁଡ଼ା,୪ା୯(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ନିକଟ ଗୋଳିଆବନ୍ଧରେ ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଗୁଡ଼ା ବନ ବିଭାଗ ମଙ୍ଗଳବାର ଶିକାରୀଙ୍କୁ କୋର୍ଟଚାଲାଣ କରିଛି। ଶିକାର ଜଣକ ହେଲେ ଓଡ଼ଗାଁ ଥାନା ବାହାଡ଼ାପିଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri