ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର,୨୧ା୧୦(ଡି.ଏନ୍‌.ଏ.) : ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରସ୍ଥିତ ଏକ ଭଡ଼ାଘରୁ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ମେରାଇନ ଥାନା ଚୂଡାମଣି ଗଁାର ଦୀପାଳି ପ୍ରିୟଦର୍ଶିନୀ ଜେନା(୨୯)। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ.୧୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ହେଲେ ତାଙ୍କ ସହ ଥିବା ପୁରୁଷ ବନ୍ଧୁ ଫେରାର ହେବା ଓ ଦୀପାଳି ଅବିବାହିତ ଥିବାବେଳେ ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ରହିଥିବାରୁ ଘଟଣାକୁ ରହସ୍ୟାବୃତ୍ତ କରିଦେଇଛି। ଅନ୍ୟପକ୍ଷରେ ପୁରୁଷ ବନ୍ଧୁ ବା ପ୍ରେମିକ ହିଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି।
ପୋଲିସ ସୂଚନାନୁଯାୟୀ, ଦୀପାଳି ଲିଙ୍ଗିପୁର ବିଜୟବିହାରସ୍ଥିତ ପ୍ଲଟ୍‌ ନଂ.ସି/୩/୨ରେ ଥିବା ଘରକୁ ଭଡ଼ା ନେଇ ମା’ ଓ ସାନଭଉଣୀଙ୍କ ସହ ରହୁଥିଲେ। ସେ ଭୁବନେଶ୍ୱର ବାରର ସଦସ୍ୟ ହୋଇ ନ ଥିଲେ ମଧ୍ୟ ନିୟମିତ କୋର୍ଟକୁ ଆସି ପ୍ରାକ୍ଟିସ୍‌ କରୁଥିଲେ। ତେବେ ଦୀପାଳି ଭଦ୍ରକରେ ଥିବାବେଳେ ବାଲେଶ୍ୱର ସିମୁଳିଆର ବ୍ୟବସାୟୀ ବିକ୍ରମ କେଶରୀ ମିଶ୍ରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା। ମଝିରେ ମଝିରେ ବିକ୍ରମ ଦୀପାଳି ରହୁଥିବା ଲିଙ୍ଗିପୁରସ୍ଥିତ ଭଡାଘରକୁ ଆସୁଥିଲେ। ଉଭୟ ପରିବାର ସେମାନଙ୍କ ପ୍ରେମସମ୍ପର୍କ ବିଷୟରେ ଜାଣିବା ପରେ ବିବାହ ପାଇଁ କଥାବାର୍ତ୍ତା ହୋଇଥିଲେ। ନିକଟରେ ଉଭୟଙ୍କ ବିବାହ ହୋଇଥାନ୍ତା। ସେଥିପାଇଁ ଦୀପାଳିଙ୍କ ମା’ ଗାଁକୁ ଯାଇଥିଲେ ଓ ଘରେ ତାଙ୍କ ସହ ସାନଭଉଣୀ ଥିଲେ। ଶନିବାର ଅପରାହ୍ନ ୫ଟାରେ ପ୍ରେମିକ ବିକ୍ରମ ହଠାତ୍‌ ପହଞ୍ଚତ୍ବାରୁ ସାନଭଉଣୀ ତା’ର ସାଙ୍ଗଙ୍କ ସହ ପଳାଇ ଯାଇଥିଲେ। ରାତି ପ୍ରାୟ ୧୨ଟା ୩୦ରେ ବିକ୍ରମ ସାନଭଉଣୀଙ୍କୁ ଫୋନ୍‌ କରି ଦୀପାଳି ଘର ଭିତରପଟୁ କବାଟ ବନ୍ଦ କରି ଦେଇଥିବା କହିଥିଲେ। ତୁରନ୍ତ ସେ ଘରେ ପହଞ୍ଚତ୍ବା ବେଳକୁ ବିକ୍ରମ ନ ଥିଲେ। ତେବେ ଭିତରପଟୁ ବନ୍ଦ ଥିବା କବାଟ ବାଡେଇଥିଲେ ମଧ୍ୟ ନ ଖୋଲିବାରୁ ପଡୋଶୀ ଓ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ବା ପରେ କବାଟକୁ ତଡ଼ାଯାଇଥିଲା। ଦୀପାଳି ବେକରେ କପଡ଼ା ବାନ୍ଧି ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିଲ। ପୋଲିସ ମୃତଦେହ ଜବତ କରି ଖୋଳତାଡ଼ ଆରମ୍ଭ କରିଥିଲା।
ଅପରାହ୍ନ ୫ରୁ ରାତି ୧୨ ମଧ୍ୟରେ ଏମିତି କ’ଣ ଘଟିଲା ଯେ ଦୀପାଳି ଆତ୍ମହତ୍ୟା କଲେ। ପ୍ରେମିକ ବିକ୍ରମ ଧରାପଡିଲେ ଘଟଣାର ପ୍ରକୃତ କାରଣ ଜଣାପଡିବ। ଅନ୍ୟପକ୍ଷରେ ବାହାଘର ପୂର୍ବରୁ ଦୀପାଳି କାହିଁକି ସିନ୍ଦୂର ଓ ଶଙ୍ଖା ପିନ୍ଧିଥିଲେ ତାହାକୁ ନେଇ ମଧ୍ୟ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। କିନ୍ତୁ ଦୀପାଳିଙ୍କ ମୃତ୍ୟୁ ଘଟଣାକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଭାଇ ବିଶ୍ୱରଞ୍ଜନ ଜେନା କହିଛନ୍ତି, ଭଉଣୀ ଆତ୍ମହତ୍ୟା କରିଥିବେ ବୋଲି ବିଶ୍ୱାସ ହେଉନି। ଠିକ୍‌ ତଦନ୍ତ କରାଯାଇ ସତ୍ୟାସତ୍ୟ ବାହାର କରାଯାଉ। ଭୁବନେଶ୍ୱର ବାର୍‌ ଆସୋସିଏଶନ ସମ୍ପାଦକ ବିଶ୍ୱ ନାରାୟଣ ମହାନ୍ତି କହିଛନ୍ତି, ପୋଲିସ ଗୁରୁତ୍ୱର ସହ ଉପଯୁକ୍ତ ତଦନ୍ତ କରୁ। ଯଦି ଦୀପାଳି ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହୁଛି ତାହାର କାରଣ ବି ପଦାକୁ ଆସୁ। ଧଉଳି ଥାନାଧିକାରୀ ଜୟଦେବ ବିଶ୍ୱଜିତ୍‌ କହିଛନ୍ତି, ଉଭୟଙ୍କ ଫୋନ୍‌ କଲକୁ ଯାଞ୍ଚ କରାଯାଉଛି। ଫେରାର ଥିବା ପୁରୁଷ ବନ୍ଧୁଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?