ଫନୀ ପରେ ନଡ଼ିଆଚାଷ ଚିନ୍ତା : ଯୋଜନା ହେଉଛି, ନାହିଁ ସଚେତନତା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଗତ ମେ ମାସ ୩ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଫନୀ ଉପକୂଳ ଓଡିଶାରେ ଭୟଙ୍କର ପ୍ରଭାବ ସୃଷ୍ଟି କରିଥିଲା। ବାତ୍ୟା ଫନୀ ଯୋଗୁ ମୁଖ୍ୟତଃ ଉପକୂଳିଆ ୬ ଜିଲା (ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା)ରେ ବ୍ୟାପକ କ୍ଷତି ଘଟିଥିଲା। ବିଶେଷକରି ଉପକୂଳ ଓଡିଶାବାସୀଙ୍କ ରୋଜଗାରର ମୁଖ୍ୟପନ୍ଥା ନଡିଆ ଗଛ ଯେତିକି ଭାଙ୍ଗିଛି ତା’ର ହିସାବ ମଧ୍ୟ ଏଯାଏ ସରକାର କରିପାରୁନାହାନ୍ତି। ନଡିଆ ଚାଷୀଙ୍କୁ ସରକାର ସହାୟତା ଦେବାକୁ ଯୋଜନା କରୁଛନ୍ତି। ସେହିପରି ନଡିଆ ଚାଷ ବୃଦ୍ଧି କରିବା ସକାଶେ ନୂଆ ନୂଆ ଯୋଜନା କରାଯାଉଥିଲେ ମଧ୍ୟ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ ନ ଥିବାରୁ ଚାଷୀ ଏହାର ଲାଭ ପାଇପାରୁନାହିଁ। ସେହିପରି ଫନୀ ସହାୟତା ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି।
ରାଜ୍ୟ ସରକାର ଏବଂ ସିଡିବି(ନାରିକେଳ ଉନ୍ନୟନ ବୋର୍ଡ) ପକ୍ଷରୁ ନଡିଆ ଚାଷ ପାଇଁ ଏକ ସ୍ବତନ୍ତ୍ର ଯୋଜନା କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଅଧିକ ୫୬୩.୫ ହେକ୍ଟର ଜମିରେ ନଡିଆ ଚାଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ବଜେଟରେ ରାଜ୍ୟ ସରକାର ୧୦୯ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ଗୋଟିଏ ହେକ୍ଟର ଚାଷ ଜମିରେ ମୋଟ ୧୭୫ଟି ଲେଖାଏ ନଡିଆ ଗଛ ଲଗାଇବାକୁ ସରକାର ସବ୍‌ସିଡି ବ୍ୟବସ୍ଥା କରିଛନ୍ତି। ହେକ୍ଟର ପିଛା ୨୪ହଜାର ଟଙ୍କା ସବ୍‌ସିଡି ସରକାର ପ୍ରଦାନ କରିବେ। ଚାଷୀମାନେ ନିଜ ହାତରୁ ଗଛ କିଣି ଲଗାଇବାପରେ ଏହି ଅର୍ଥ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ ମିଳିବ। ପ୍ରଥମ ବର୍ଷ ସବ୍‌ସିଡି ବାବଦକୁ ୧୭,୫୦୦ଟଙ୍କା ରାଜ୍ୟ ସରକାର ପ୍ରଦାନ କରୁଥିବା ବେଳେ ଦ୍ୱିତୀୟ ବର୍ଷ ସିଡିବି ପକ୍ଷରୁ ୬ ହଜାର ୫୦୦ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ଜଣେ କୃଷି ଅଧିକାରୀଙ୍କ କହିବାନୁଯାୟୀ ଏହି ଯୋଜନାରୁ ଚାଷୀ ଲାଭ ଉଠାଇପାରୁନାହାନ୍ତି। ଏନେଇ ଯଦି ବ୍ୟାପକ ପ୍ରଚାର କରାଯାଇପାରନ୍ତା ତେବେ ଚାଷୀ ସୁବିଧା ପାଆନ୍ତେ। ଅନ୍ୟପଟେ ରାଜ୍ୟ ସରକାର ନଡିଆ ଚାଷ ପାଇଁ ଆଉ ଏକ ସ୍ବତନ୍ତ୍ର ଯୋଜନା କରିଛନ୍ତି। ଫନୀ ପରେ କ୍ଷତିଗ୍ରସ୍ତଙ୍କୁ ସ୍ବତନ୍ତ୍ର ସାହାଯ୍ୟ ଯୋଗାଇବା ଲାଗି ସିଡିବି(କୋକୋନଟ୍‌ ଡେଭଲପମେଣ୍ଟ ବୋର୍ଡ) ଯୋଜନା କରିଛି। ଫନୀ ପ୍ରଭାବିତ ୬ ଜିଲା ପାଇଁ କୃଷି ବିଭାଗକୁ ମୋଟ ୨୯ କୋଟି ଟଙ୍କା ଦେବା ଲାଗି ସିଡିବି ଘୋଷଣା କରିଛି। ଏଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କୃଷି ବିଭାଗକୁ ସିଡିବି ପକ୍ଷରୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଦ୍ୱାରା ଫସଲ ନଷ୍ଟ ହୋଇଥିବା ଅଞ୍ଚଳର ପୁନରୁଦ୍ଧାର ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଯୋଜନାରେ ଜଣେ ଚାଷୀଙ୍କୁ ୩୨ଟି ଗଛ କାଟିବା ପାଇଁ ଗୋଟାକୁ ୧ହଜାର ଟଙ୍କା ହିସାବରେ ସହାୟତା ମିଳିବ। ସେହି ସ୍ଥାନରେ ମୋଟ ୧୦୦ଟି ଗଛ ଲଗାଇବାକୁ ଗୋଟିଏ ଗଛ ପିଛା ୪୦ଟଙ୍କା ହିସାବରେ ୪ ହଜାର ଟଙ୍କା ଦିଆଯିବ। ମାତ୍ର ଏ ପର୍ଯ୍ୟନ୍ତ କେତେଜଣ ଫନୀ ପ୍ରଭାବରେ ଶାକାର ହୋଇଥିବା ଚାଷୀ ଏହାର ଲାଭ ପାଇଲେଣି ସେ ନେଇ ସରକାର ଏ ପର୍ଯ୍ୟନ୍ତ ତଥ୍ୟ ପ୍ରସ୍ତୁତ କରିପାରିନାହାନ୍ତି।
ପୁରୀ ଜିଲା ବାଲିଗୋରଡି ଗାଁର ନଡିଆ ଚାଷୀ ଭଗବାନ ସାହୁ କହିଛନ୍ତି, ସରକାର ନଡିଆ ଗଛ ଭାଙ୍ଗିଲେ ୨୫ଟା ଗଛ ପାଇଁ ଟଙ୍କା ମିଳିବ କହିଛନ୍ତି, ମିଳିନାହିଁ। ଯଦି ଗଛ କାଟିବା ଏବଂ ସେହି ସ୍ଥାନରେ ଗଛ ପୋତିବା ଲାଗି ସରକାର ଟଙ୍କା ଦେଉଛନ୍ତି ତେବେ ଭଲ କଥା। ଏ ବିଷୟରେ ଟିକେ ମାତ୍ର ଖବର ଆମ ପାଖରେ ନାହିଁ। ଯଦି ଏହି ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଆନ୍ତା ତେବେ ବହୁଲୋକ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ସେହିପରି ଚାଷୀ ସୁବୋଧ ମିଶ୍ର କହିଛନ୍ତି, ବାତ୍ୟା ଯୋଗୁ ବହୁତଗୁଡିଏ ଗଛ ଭାଙ୍ଗିଗଲା। ବାତ୍ୟାକୁ ୬ମାସ ପୂରଣ ହେଲାପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ଉପରୋକ୍ତ ଯୋଜନା ସମ୍ପର୍କରେ କିଛି ଜାଣିନାହୁଁ। ବର୍ତ୍ତମାନ ଗଛ ସଫା କରି ନୂଆ ଗଛ ପୋତିବାକୁ ଟଙ୍କା ଦେବା କଥା କହିଲେ କ’ଣ ହେବ। ଆମେମାନେ ତ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ବାତ୍ୟା ସମୟରେ ଭାଙ୍ଗିଯାଇଥିବା ଗଛ ସଫା କଲୁ। କେବଳ ଚାଷୀଙ୍କୁ ସହାୟତା ଦେବା ନାଁରେ ହରିଲୁଟ କରିବାକୁ ଏହି ଯୋଜନା ବୋଲି ସେ କହିଛନ୍ତି।
ଫନୀ ପ୍ରଭାବିତ ଉପରୋକ୍ତ ୬ ଜିଲାରେ ନଷ୍ଟ ହୋଇଥିବା ନଡିଆ ଚାଷୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିପାଇଁ ୫୦ କୋଟି ଟଙ୍କା କୃଷି ବିଭାଗକୁ ଦିଆଯାଇଛି। ବ୍ଲକସ୍ତରର ଅଧିକାରୀମାନେ ନଷ୍ଟ ହୋଇଥିବା ନଡିଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାପରେ ସହାୟତା ବାବଦ ଅର୍ଥ ଲୋକଙ୍କୁ ଦିଆଯାଉଛି। ମିଳିଥିବା ସୂଚନା ମୁତାବକ ଗତ ୩ ତାରିଖ ସୁଦ୍ଧା ମୋଟ ୩୪କୋଟି ୬୭ଲକ୍ଷ ୭୬ ହଜାର ୫୦୦ଟଙ୍କା ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ ସରିଛି। ପୁରୀର ସର୍ବାଧିକ ୧ଲକ୍ଷ ୨୭ହଜାର କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୭୯ହଜାର ୯୩୫ଜଣଙ୍କୁ ୩୨କୋଟି ୧୪ଲକ୍ଷ ୫୮ହଜାର ୫୦୦ଟଙ୍କା ଦିଆସରିଛି। ମାତ୍ର କେନ୍ଦ୍ରାପଡା ଏବଂ କଟକ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ଏ ପର୍ଯ୍ୟନ୍ତ ସହାୟତା ଦିଆଯାଇନାହିଁ। କଟକର ୭,୧୭୮ ଏବଂ କେନ୍ଦ୍ରାପଡାର ୪୭୭ଜଣ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଛି। ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ନଡିଆ ଗଛ ପାଇଁ ଗୋଟାଏ ପିଛା ୫୦୦ଟଙ୍କା ଲେଖା ସହାୟତା ଦିଆଯାଉଛି। ତେବେ ସହାୟତା ମିଳିବାରେ ବିଳମ୍ବ ହେବାକୁ ନେଇ ୪ଟି ମୁଖ୍ୟ କାରଣ ଦର୍ଶାଯାଇଛି। ଫନୀ ପରେ ଚାଷୀମାନେ ବ୍ୟାଙ୍କରେ ସେମାନଙ୍କ ଆକାଉଣ୍ଟ ଡିଟେଲସ୍‌ ନ ଦେଇପାରିବା, କମ୍‌ ସଂଖ୍ୟାରେ କମ୍ପ୍ୟୁଟର ଏବଂ କର୍ମଚାରୀ ରହିବା ଯୋଗୁ ସମ୍ପୂର୍ଣ୍ଣ ତାଲିକା ଅପଡେଟ୍‌ ନ ହେବା, ଡାଟାଏଣ୍ଟ୍ରି ଅପରେଟର ଭୁଲ୍‌ ତଥ୍ୟ ଦେବା, ଗୋଟିଏ ଜମି ପଟ୍ଟା ଏବଂ ଗଛର ତାଲିକା ଏକାଧିକ ବ୍ୟକ୍ତି ଦେବା ଯୋଗୁ ସହାୟତା ଦେବାରେ ବିଳମ୍ବ ହେଉଥିବା ମଧ୍ୟ ଦର୍ଶାଯାଇଛି। ମାତ୍ର ଚାଷୀଙ୍କ ଅଭିଯୋଗ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାପକ ପାତରଅନ୍ତର ଚାଲିଛି। ପ୍ରକୃତ ଚାଷୀଙ୍କୁ ଟଙ୍କା ମିଳୁ ନ ଥିବା ମଧ୍ୟ ଅଭିଯୋଗ ଆସିବାରେ ଲାଗିଛି। ଅନ୍ୟପଟେ ଜଣେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ନଡିଆ ଚାଷ କରିବାକୁ ଉପରିସ୍ଥ ଅଧିକାରୀମାନେ ବହୁତ ପ୍ରକାର ଯୋଜନା କରୁଛନ୍ତି କିନ୍ତୁ ସେନେଇ ଚାଷୀଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଇବାରେ ସକ୍ଷମ ହେଉନାହାନ୍ତି। ଧାନ ଚାଷ କରିବାକୁ ଚାଷୀଙ୍କୁ ସରକାର ଯେତିକି ଅବଗତ କରାଉଛନ୍ତି ଯଦି ନଡିଆ ଚାଷ ପାଇଁ ସେତିକି ଗୁରୁତ୍ୱ ଦେବେ ତେବେ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?