Home

ଦିଲ୍ଲୀ ପ୍ରଦୂଷଣକୁ ନେଇ ଫିଲ୍ମ ହେବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଏକ ଗମ୍ଭୀର ସମମ୍ୟାର ସମାଧାନ ଦିଗରେ ସ୍ବର ଉତ୍ତୋଳନ କରିବାକୁ ଏକାଠି ହୋଇଛନ୍ତି ଅନ୍ତର୍ଜାତୀୟସ୍ତରୀୟ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ସମୂହ।…

ଆଜି ଓଡ଼ିଶା ପହଞ୍ଚିବେ ଜଗା-କାଳିଆ

ଭୁବନେଶ୍ୱର/ କଟକ ଅଫିସ୍‌, ୭ା୯(ବ୍ୟୁରୋ): କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡ଼ିଶା ପହଞ୍ଚିବେ। ଶୁକ୍ରବାର ଜଗା-କାଳିଆଙ୍କୁୁ ଦିଲ୍ଲୀ ଏମ୍ସରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରେଳ ଷ୍ଟେଶନକୁ ନିଆଯାଇଥିଲା। ସେଠାରୁ ସେମାନେ ସନ୍ଧ୍ୟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଆସୁଛନ୍ତି।…

ଶ୍ରେଣୀଗୃହରେ ଛତା ଧରି ବସିବାକୁ ବାଧ୍ୟ ହେଉଛନ୍ତି ଛାତ୍ରୀଛାତ୍ର

ଘୋରାବନ୍ଧ,୭।୯: ଝାଡଖଣ୍ଡ ଘୋରାବନ୍ଧ ଜିଲାରେ ଏକ ସରକାରୀ ସ୍କୁଲରେ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଛନ୍ତି। ମୁରେଠାକୁରା ଗାଁରେ ଥିବା ଏହି ସ୍କୁଲରେ ବର୍ଷାହେଲେ ପାଣି ଗଳୁଥିବାରୁ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଥିବା ପ୍ରକାଶ। ସ୍କୁଲର ଶିକ୍ଷକ ରତିକାନ୍ତ ପ୍ରଧାନ…

ଟ୍ରାଫିକ ସମନ୍ବୟ ବୈଠକ: ଜାତୀୟ ରାଜପଥରେ ଲେନ୍‌ ବ୍ୟବସ୍ଥା ହେବ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ରାସ୍ତା ସମସ୍ୟା ଓ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ନିମନ୍ତେ ଶୁକ୍ରବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସିପି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ନେଇ ଆଲୋଚନା…

ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରୁ ବୃଷଭ ମୂର୍ତ୍ତି ଗାଏବ ପ୍ରସଙ୍ଗ: ପୁଣି ସ୍ଥାପନ ପାଇଁ ଗଣାଯାଉଛି ଦିନ

ପୁରୁଣା ଭୁବନେଶ୍ୱର,୭ା୯(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡିକରେ ଥିବା ପୁରାତନ କୀର୍ତ୍ତିରାଜିଗୁଡ଼ିକର ଅବକ୍ଷୟ ହେଉଛି। ଏଭଳି ଏକ ଘଟଣା ମାସକ ତଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଥିଲା, ଯାହାକୁ ଅଦ୍ୟାବଧି ଏଏସଆଇ ସମ୍ପୂର୍ଣ୍ଣ କରି ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀଲିଙ୍ଗରାଜ ମନ୍ଦିର…

ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ

ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ ଏହି ଆଇନ ଅନୁଯାୟୀ, ଜଣେ ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଲାଉଥିଲେ ପ୍ରଥମ…

ଚନ୍ଦ୍ରୟାନ-୨ ମିଶନ ବିଫଳ: ମୋଦିଙ୍କୁ ଧରି କାନ୍ଦିଲେ ସିବନ୍‌

ଶ୍ରୀହରିକୋଟା,୭।୯: ଭାରତର ବହୁ ପ୍ରତିକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଅବତରଣ ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିବା କୁହାଯାଉଛି। ଚନ୍ଦ୍ରୟାନ-୨ର ବିଫଳତା ପରେ ଇସ୍ରୋ ମୁଖ୍ୟ…

ଚନ୍ଦ୍ରୟାନ-୨କୁ ନେଇ ଭାରତକୁ କଟାକ୍ଷ କଲା ପାକିସ୍ତାନ

ଇସ୍‌ଲାମାବାଦ,୭।୯: ପାକିସ୍ତାନ ପୁଣିଥରେ ଭାରତ ପ୍ରତି ଥିବା ତା’ର ନକରାତ୍ମକ ଭାବର ପ୍ରକାଶ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ରୟାନ-୨ର ବିଫଳତା ପରେ ପାକିସ୍ତାନ ଏହାକୁ ନେଇ ଭାରତକୁ ଅଟ୍ଟହାସ୍ୟ କରିଛି। ପାକିସ୍ତାନର ମନ୍ତ୍ରୀ ଫୟାଦ ଚୌଧୁରୀ ଟୁଇଟ୍‌ କରି କହିଛନ୍ତି,‘ଯେଉଁକାମ ଆସୁନାହିଁ…

ଭୁଶୁଡ଼ିଲା ବିଦ୍ୟାଳୟର ନବ ନିର୍ମିତ କୋଠା

ରଣପୁର, ୭।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟର ନବ ନିର୍ମିତ କୋଠାର ନିମିଟାଲ ଓ ତାଜା ଶନିବାର ସକାଳେ ହଠାତ୍‌ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରୁ ଛାତ୍ରୀମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶନିବାର ସକାଳୁଆ ସ୍କୁଲ ଥିବାରୁ…

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୭।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର କ୍ରିଷ୍ଣା ଘାଟି ସେକ୍ଟରେ ଶନିବାର ସକାଳେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରିତି ଉଲ୍ଲଂଘନ କରିଛି। ହେଲେ ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଏପର୍ଯ୍ୟନ୍ତ ଏଥିରେ ମୃତାହତଙ୍କର କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଗତ…

ଆମିକସ୍‌ କ୍ୟୁରିଙ୍କ ଶ୍ରୀମନ୍ଦିର ପରିଦର୍ଶନ

ପୁରୀ ଅଫିସ୍‌.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ସକାଳ ୭ଟା ୧୦ରେ ଉଭୟ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ…

ଶପଥ ନେଲେ କେରଳ ରାଜ୍ୟପାଳ

ଥିରୁଭାନନ୍ଥପୁରମ୍‌, ୭ା୯(ପି.ଟି.) : କେରଳର ରାଜ୍ୟପାଳ ଭାବେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରିଫ୍‌ ମହମ୍ମଦ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ରାଜଭବନଠାରେ ନୂତନ ରାଜ୍ୟପାଳଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହୃଷୀକେଶ ରାୟ ପଦ ଓ ଗୋପନୀୟତାର ଶପଥ ପାଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri