ସମ୍ବଲପୁର ରେଳ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ : କଣ୍ଟାବାଞ୍ଜିରେ ଓ୍ବାଗନ ଫ୍ୟାକ୍ଟ୍ରି ପ୍ରସ୍ତାବ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼କୁ ଚଳାଚଳ
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନର ଉନ୍ନତି ପାଇଁ ଗୁରୁବାର ସମ୍ବଲପୁର ହୋଟେଲ ଗ୍ରାଣ୍ଡ ଶିବାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଆଭ୍ୟନ୍ତରୀଣ ଓ ବାହ୍ୟ ବିକାଶ କରିବା ସହ ଅନ୍ୟ ସହରଗୁଡିକୁ ରେଳ ସଂଯୋଗ ନେଇ ବିଭିନ୍ନ…
ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ
ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ବାଗଲପୁରର ପ୍ରସନ୍ନଜିତ…
ଦୟାନଦୀରେ କମିଲା ଜଳସ୍ତର
କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକର ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା ସମସ୍ୟା ଟଳିବାର ସମ୍ଭାବନା ରହିଛି। ଏବେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ବୁଧବାର…
୩୭୦ ଉଚ୍ଛେଦକୁ ଜେୟୁଏଚ୍ର ସମର୍ଥନ
ନୂଆଦିଲ୍ଲୀ,୧୩-୯: ଅନୁଚ୍ଛେଦ ୩୭୦ ହଟାଯିବା ନିଷ୍ପତ୍ତିକୁ ମୁସ୍ଲିମ ସଙ୍ଗଠନ ଜମିୟତ୍ ଉଲାମା-ଇ-ହିନ୍ଦ୍ (ଜେୟୁଏଚ୍) ସମର୍ଥନ କରିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ସେଠାକାର ଲୋକଙ୍କ ସ୍ବାର୍ଥ ଭାରତ ସହିତ ରହିଛି ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜେୟୁଏଚ୍ର ବାର୍ଷିକ ସାଧାରଣ ବୈଠକରେ…
କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା
ଇସ୍ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍ଲାମାବାଦ। ଆଉ ଥରେ କନ୍ସୁଲାର ଆକ୍ସେସ୍ ପାଇଁ କୌଣସି ଯୋଜନା ନାହିଁ ବୋଲି ଗୁରୁବାର ପାକିସ୍ତାନ ବହିର୍ବ୍ୟାପାର ମୁଖପାତ୍ର…
ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି
ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ ଧନଜୀବନ ହାନି ହେଲାଣି। ଏହାର ପ୍ରତିକାର ଏବଂ ଉପଦ୍ରୁତ ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ…
ସତ ମାନିଲା ପାକ୍:ହାଫିଜ୍ଙ୍କ ପାଇଁ ଖର୍ଚ୍ଚ କରିଛୁ କୋଟି କୋଟି
ଇସ୍ଲାମାବାଦ,୧୩-୯:ଅକଳରେ ପଡ଼ି ଶେଷରେ ସତ ମାନିଛି ପାକିସ୍ତାନ। ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ତାଙ୍କ ସଙ୍ଗଠନ ଜମାତ୍-ଉଦ୍-ଦାଓ୍ବା (ଜେୟୁଡି) ପଛରେ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସେଠାକାର ସ୍ବରାଷ୍ଟ୍ରମନ୍ତ୍ରୀ ଐଜାଜ୍ ଅହମ୍ମଦ ସ୍ବୀକାର କରିଛନ୍ତି। ଘରୋଇ ଟିଭି…
ତେଜିଲା ମଦବିରୋଧୀ ଆନ୍ଦୋଳନ: ମଦ ଦୋକାନ ସ୍ଥାନାନ୍ତର ଦାବି
ଢେଙ୍କାନାଳ ଅଫିସ, ୧୩ା୯-ଢେଙ୍କାନାଳ ସଦର ବ୍ଲକ ପାଇକଦହିକୋର ଗ୍ରାମବାସୀ ନିଶା ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଗୁରୁବାର ଶତାଧିକ ମହିଳାପୁରୁଷ ଏକାଠି ହୋଇ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନ ବନ୍ଦ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମ ପାଖରେ…
ଡକାୟତି ଉଦ୍ୟମ, ୪ ଗିରଫ
ବଳଙ୍ଗା,୧୩ା୯(ଡି.ଏନ.ଏ)- ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ପଞ୍ଚାୟତ ଅଧୀନସ୍ଥ ଶାଳଜଙ୍ଗ ପ୍ରଧାନସାହି ମଶାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ତେବେ ଗୁରୁବାର ୪ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ପୋଲିସ ସେମାନଙ୍କ…
ପିଲାଙ୍କୁ ସ୍ମାର୍ଟ କରିବ ସ୍ମାର୍ଟକ୍ଲାସ୍
ଢେଙ୍କାନାଳ ଅଫିସ, ୧୩ା୯-ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁବାରଠାରୁ ସ୍ମାର୍ଟକ୍ଲାସ ଆରମ୍ଭ ହୋଇଛି। ଏହି ସ୍ମାର୍ଟକ୍ଲାସରେ ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରମାନେ ପ୍ରତି ବିଷୟରେ ସହଜରେ ଶିକ୍ଷାଲାଭ କରିପାରିବେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ…
‘ଭାରତର ପଦକ୍ଷେପ ଶାନ୍ତିଭଙ୍ଗ କରିବ’
ଇସ୍ଲାମାବାଦ,୧୩-୯(ପି.ଟି.): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନୂଆଦିଲ୍ଲୀ ଭାରତୀୟ ସମ୍ବିଧାନ ଓ ଶିମ୍ଲା ଚୁକ୍ତିକୁ ଉଲ୍ଲଂଘନ କରିଛି । କଶ୍ମୀରରେ ଭାରତର ପଦକ୍ଷେପ କ୍ଷେତ୍ରୀୟ ଶାନ୍ତି ପାଇଁ ବିପଦ ବୋଲି ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲ୍ଓ୍ବି ସମାଲୋଚନା କରିଛନ୍ତି।…
ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା: କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ
ଢେଙ୍କାନାଳ ଅଫିସ, ୧୩।୯-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଗ୍ରାମର ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ ଗୁରୁବାର ପଞ୍ଚାୟତ ପ୍ରତିନିଧିଙ୍କ…
Archives


