ମେଲାଣି ନେଲେ ମା’
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ। ଆତସବାଜି, ଢୋଲ, ମର୍ଦ୍ଦଳ, ଘଣ୍ଟ, ଘଣ୍ଟି ସହ ନାଚ ଗୀତର ରୋଶଣିରେ ଭକ୍ତମାନେ ମା’ଙ୍କୁ ବିଦାୟ ଦେଇଛନ୍ତି। ମା’ଙ୍କ ମେଲାଣି ସହ ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ଶେଷ…
ପିଏମ୍-କିଷାନରେ ଆଧାର ସଂଯୋଗ ଅବଧି ବଢିଲା
ନୂଆଦିଲ୍ଲୀ,୧୦-୧୦: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା (ପିଏମ୍-କିଷାନ) ଲାଗି ଆଧାର ସଂଯୋଗୀକରଣର ସମୟ ଅବଧିକୁ କେନ୍ଦ୍ର ସରକାର ବୁଧବାର ଆସନ୍ତା ମାସ ୩୦ ଯାଏ ବଢାଇ ଦେଇଛନ୍ତି। ଅର୍ଥାତ ଲୋକମାନେ ଏହି ଯୋଜନା ଲାଗି ନଭେମ୍ବର ମାସ ୩୦ ଯାଏ…
କୁର୍ଦ୍ଦଙ୍କ ଉପରେ ତୁର୍କୀର ଆକ୍ରମଣ
ରାସ୍ ଅଲ୍-ଅଇନ୍,୧୦ା୧୦(ଏଫ୍ପି): ଉତ୍ତର ସିରିଆରେ ଥିବା କୁର୍ଦ୍ଦ ଆତଙ୍କବାଦୀମାନଙ୍କ ଆଡ୍ଡାସ୍ଥଳ ଉପରେ ତୁର୍କୀ ପକ୍ଷରୁ ବୁଧବାର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୀମାନ୍ତ ଅଞ୍ଚଳଗୁଡିକରେ ତୁର୍କୀ ସେନା ବୋମାମାଡ଼ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଏହି ଆକ୍ରମଣକୁ ‘ଅପରେଶନ…
ଉଇଗର ମୁସ୍ଲିମ୍ଙ୍କୁ ନିର୍ଯାତନା ଅଭିଯୋଗ: ଚାଇନା ଉପରେ ଆମେରିକାର ଭିଜା କଟକଣା
ଓ୍ବାଶିଂଟନ/ବେଜିଂ,୧୦ା୧୦(ପି.ଟି.): ଜିନ୍ଜିଆଙ୍ଗ୍ ପ୍ରଦେଶରେ ଉଇଗର ମୁସ୍ଲିମ ସମ୍ପ୍ରଦାୟ ସମେତ ସଂଖ୍ୟାଲଘୁଙ୍କ ଉପରେ ବେଜିଂର ଦମନକାରୀ ଅଭିଯାନକୁ ନେଇ କ୍ଷୁବ୍ଧ ଆମେରିକା ଚାଇନା ଉପରେ ଭିଜା କଟକଣା ଜାରି କରିଛି। ଚାଇନା ସରକାର ଓ ଶାସକ କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ବିରୋଧରେ ଏହାର…
ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା
ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ସୋମବାର ଭଦୋଦରାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚରେ ମହାରାଷ୍ଟ୍ରକୁ ୩ ଉଇକେଟରେ ପରାସ୍ତ କରିଛି। ମହାରାଷ୍ଟ୍ର ପକ୍ଷରୁ ଧାର୍ଯ୍ୟ ୨୬୦…
୨୦୨୪ ନିର୍ବାଚନ ପୂର୍ବରୁ ହଟିବେ ଅନୁପ୍ରବେଶକାରୀ
କୈଠାଲ, ୧୦ା୧୦: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ରହୁଥିବା ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ହଟାଯିବ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ପ୍ରକାଶ କରିଛନ୍ତି। ହରିୟାଣାର ବୈଠାଲରେ ନିର୍ବାଚନ ରାଲିକୁ ଉଦ୍ବୋଧନ ଦେବାବେଳେ ସେ ଏହା କହିଛନ୍ତି। ଦେଶର…
ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ପୁଣେ,୧୦।୧୦ (ପି.ଟି.)- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍ସିଏ) ଗ୍ରାଉଣ୍ଡରେ ଗୁରୁବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଚଳିତ ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ସିରିଜ ବିଜୟଠାରୁ ଆଉ ଗୋଟିଏ ପାଦ…
ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିବା ଘଟଣା: ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର, କନ୍ଷ୍ଟେବଳ ନିଲମ୍ବିତ
ପୁରୀ ଅଫିସ, ୧୦ା୧୦: ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପୋଲିସ ହେଲ୍ପ ଲାଇନ୍ର କନ୍ଷ୍ଟେବଳ ସୁଶାନ୍ତ ଭୁଜବଳଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ ଏବଂ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତିକରି ଭୁଜବଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା…
ସିଂହଦ୍ୱାରରେ ଜମିଲା ମେଳଣ
ପୁରୀ ଅଫିସ, ୧୦ା୧୦: ଶେଷ ହୋଇଛି ଦଶହରା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଗୋସାଣୀ ଭସାଣି ପର୍ବ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟାରେ ପୁରୀ ସହରର ବିଭିନ୍ନ…
ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ରୁମ୍ରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବତୀ ଜଣକ ହେଲେ ବ୍ରହ୍ମପୁରର ଦାମିନି କୁମାରୀ ସ୍ବାଇଁ। ପୋଲିସ ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ…
ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀ;୧୦ ସ୍ଥାନ ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ,୧୦-୧୦: ଗ୍ଲୋବାଲ କମ୍ପିଟିଟିଭ୍ ଇଣ୍ଡେକ୍ସ ବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୬୮ତମ ସ୍ଥାନରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡିକରେ ଉନ୍ନତି ହେବା କାରଣରୁ ଘରୋଇ ବଜାର ତଳକୁ ଖସିଛି। ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ…
ଆରମ୍ଭ ହେଲା ରାଷ୍ଟ୍ରୀୟ ଡାକ ସପ୍ତାହ
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବୁଧବାରଠାରୁ ‘ରାଷ୍ଟ୍ରୀୟ ଡାକ ସପ୍ତାହ’ ପାଳନ ଆରମ୍ଭ ହୋଇଛି। ୯ ଅକ୍ଟୋବର ‘ବିଶ୍ୱ ଡାକ ଦିବସ ପାଳନ’ ଅବସରରେ ପ୍ରଧାନ ଡାକପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଡାକମଣ୍ଡଳର ରାଷ୍ଟ୍ରୀୟ ଡାକ ସପ୍ତାହ ପାଳନ ସମ୍ପର୍କରେ ସୂଚନା…
Archives


