ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ପାଇଁ ବିଏମ୍‌ସିର ପ୍ରସ୍ତୁତି ଆରମ୍ଭ : ନୂଆ କମିଟି ଉପରେ ଗୁରୁଦାୟିତ୍ୱ

ଭୁବନେଶ୍ୱର,୧।୧୧ : ଭାରତର ନଂ.୧ ସ୍ମାର୍ଟସିଟି ଭୁବନେଶ୍ୱର ସ୍ବଚ୍ଛ ସର୍ବେକ୍ଷଣରେ ବହୁ ପଛରେ। ଦେଶର ୪ ହଜାର ୨୩୭ ସହର ମଧ୍ୟରେ ଭୁବନେଶ୍ୱର କ୍ରମାଗତ ଭାବେ ୨୦୧୭ରେ ୯୪ତମ, ୨୦୧୮ରେ ୨୧୮ତମ ଓ ୨୦୧୯ରେ ୨୮୮ତମ ସ୍ଥାନରେ ରହିଆସିଛି। ଏପରି କି ଚଳିତବର୍ଷ ବ୍ରହ୍ମପୁର ମହାନଗର ନିଗମ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଠାରୁ ଆଗରେ ଅର୍ଥାତ୍‌ ୨୧୬ ତମ ସ୍ଥାନରେ ରହିଛି। ଜାତୀୟ ସ୍ତରରେ
ଏପରି ଖରାପ ପ୍ରଦର୍ଶନକୁ ବଦଳାଇ ନୂଆ ଧାରା ସୃଷ୍ଟି ପାଇଁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ସ୍ବଚ୍ଛ ସର୍ବେକ୍ଷଣରେ ଏଥର ସହରକୁ ଶୀର୍ଷ ଆଡକୁ ନେବାକୁ ବିଏମ୍‌ସି ନୂଆ କମିଟି ଗଠନ କରି ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କମିଟିର ମଙ୍ଗ ଧରିଥିବାବେଳେ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସହରର ସ୍ବଚ୍ଛତା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। କମିଟିରେ ବିଏମ୍‌ସି ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଡେପୁଟି କମିଶନର ସରିତା ଧନଓ୍ବାର, ସଂଘମିତ୍ରା ସାହୁ ଓ ଶ୍ୟାମସୁନ୍ଦର ସେଠୀ ରହିଥିବା ଜଣାପଡ଼ିଛି। ସହରରେ ସ୍ବଚ୍ଛତା ଆଣିବାକୁ ବିଏମ୍‌ସି ଦ୍ୱାରା ଆରମ୍ଭ କରାଯାଇଥିବା ‘ମୁଁ ସଫେଇବାଲା’ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ସ୍ଥିର କରାଯାଇଛି।
ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି, ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କୁ ଏବେଠାରୁ ସଚେତନ କରାଯିବ। ସହରର ୩ଟି ଜୋନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା ପଥପ୍ରାନ୍ତ ନାଟକ, ମାଇକ୍‌ ଯୋଗେ ପ୍ରଚାର, ଡଷ୍ଟବିନ୍‌ ବାଣ୍ଟିବା ପରି କାର୍ଯ୍ୟ ହାତକୁ ନିଆଯିବା ସହ ସ୍ବଚ୍ଛତା ଆପଣାଇବା ପାଇଁ ପୋଷ୍ଟର ବ୍ୟାନର ଲଗାଯିବ। ପ୍ରାଥମିକ ଭାବେ ଏବେ ‘ମୁଁ ସଫେଇବାଲା ଅଭିଯାନ’କୁ ସ୍କୁଲ ଓ ଆପାର୍ଟମେଣ୍ଟ ସ୍ତରରେ ଆରମ୍ଭ କରାଯାଇଥିବାବେଳେ ଆଗକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଯିବ। ବିଭିନ୍ନ ପ୍ରତିଯୋଗିତା କରାଯାଇ ସ୍ବଚ୍ଛ ରହୁଥିବା ପରିବାରକୁ ଫିଲ୍ମ ଟିକେଟ ଓ ଅନ୍ୟ ପୁରସ୍କାର ଦିଆଯାଇ ଉତ୍ସାହିତ କରାଯିବ। ସ୍ବଚ୍ଛ ସର୍ବେକ୍ଷଣରେ ସହରକୁ ଆଗକୁ ଆଣିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଡେପୁଟି କମିଶନର ସେଠୀ କହିଛନ୍ତି, ଇନ୍‌ଫର୍‌ମେଶନ, ଏଜୁକେଶନ ଓ କମ୍ୟୁନିକେଶନ (ଆଇଇସି) କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବ ବିଏମ୍‌ସି। ପ୍ରାଚୀର ସଚେତନତା ବାର୍ତ୍ତା, ସ୍କୁଲ ପିଲାଙ୍କୁ ସ୍ବଚ୍ଛତା ଶିକ୍ଷା ପରି ବହୁ କାର୍ଯ୍ୟକ୍ରମ ଏବେ ବିଏମ୍‌ସି ହାତକୁ ନେଇଛି। ଆଗାମୀ ଦିନରେ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ଏହା ନିଶ୍ଚୟ ବିଏମ୍‌ସିକୁ ଲାଭ ଦେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକଙ୍କ ମତାମତ, କେନ୍ଦ୍ରୀୟ ଟିମ୍‌ଙ୍କ କ୍ଷେତ୍ର ପରିଦର୍ଶନ, ସାର୍ଟିଫିକେଶନ ଓ ସେବା ସ୍ତରରେ ପ୍ରଗତିକୁ ମାପଦଣ୍ଡ କରି ସ୍ବଚ୍ଛ ସର୍ବେକ୍ଷଣ କରାଯାଏ।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri