ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର
ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୩୨ ପୃଷ୍ଠା ବିଶିଷ୍ଟ ଏହି ଘୋଷଣା ପତ୍ରର ନାଁ ରଖାଯାଇଛି…
ସୁନାରେ ତିଆରି ହେଲା ଏଟିଏମ୍ କାର୍ଡ
ଲଣ୍ଡନ,୧୩।୧୦: ଇଂଲଣ୍ଡରେ ଏକ କମ୍ପାନୀ ପ୍ରଥମ ସୁନା ଏଟିଏମ୍ କାର୍ଡ ତିଆରି କରିଛି। ସରକାରୀ କମ୍ପାନୀ ଦି ରୟାଲ ମିଣ୍ଟ୍ ପକ୍ଷରୁ ଏହି କାର୍ଡ ତିଆରି ହୋଇଛି। ଏହି କାର୍ଡକୁ ରାରିସ୍ ଭାବେ ନାମିତ କରାଯାଇଛି। ୧୮ କ୍ୟାରେଟ୍ ସୁନାରେ ତିଆରି…
ଥରିଲା ବିକାନେର୍: ଲୋକେ ଆତଙ୍କିତ
ଜୟପୁର,୧୩।୧୦: ରାଜସ୍ଥାନ ବିକାନେର୍ରେ ରବିବାର ପୂର୍ବାହ୍ନ ୧୦ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ତଳେ ଥିବା…
ଫିଲ୍ମକୁ ଆସିବା ପୂର୍ବରୁ ଏପରି ଦେଖାଯାଉଥିଲେ ହ୍ରିତିକ୍ଙ୍କ ଏହି ନାୟିକା…
ମୁମ୍ବାଇ,୧୩।୧୦: ରବିବାର ସାଉଥ୍ ଅଭିନେତ୍ରୀ ପୂଜା ହେଗ୍ଡ଼େ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ମହେଞ୍ଜୋଦାରୋର ନାୟିକା ଭାବେ ପୂଜା ବେଶ୍…
ମୋଦିଙ୍କ ମଇଳା ସଫା କରିବା ଭିଡ଼ିଓ ଭାଇରାଲ: ଏକା ଏକା କ୍ୟାମେରାମ୍ୟାନ୍ଙ୍କ ଆଗରେ ଶୁଟିଂ ପାଇଁ ଛାଡ଼ି ଦିଆଗଲା କିପରି ପ୍ରଶ୍ନ କଲେ ପ୍ରକାଶ ରାଜ୍
ନୂଆଦିଲ୍ଲୀ,୧୩।୧୦: ସୋସିଆଲ୍ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ମାମଲ୍ଲାପୁରମ୍ ସମୁଦ୍ରକୂଳରୁ ମଇଳା ଉଠାଇବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅଭିନେତା ପ୍ରକାଶ ରାଜ୍ ସମାଲୋଚନା କରିଛନ୍ତି। ସେ ଏହି ଭିଡ଼ିଓକୁ ଟୁଇଟରରେ ଅପଲୋଡ୍ କରି ପ୍ରଶ୍ନ କରିଛନ୍ତି,…
‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ
ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ଗୋବିନ୍ଦ ସିଂ ନିଜ ବାସଭବନରେ ‘ପାଦ ଛୁଇଁବା ମନା’…
ଜାପାନରେ ଘୂର୍ଣ୍ଣିଝଡ଼ ପରେ ଆସିଲା ଭୂକମ୍ପ: ୭୦ ଲକ୍ଷ ଲୋକ ସ୍ଥାନାନ୍ତର
ଟୋକିଓ,୧୩।୧୦: ଜାପାନରେ ଆସିଥିବା ଘୂର୍ଣ୍ଣିଝଡ଼ରେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଟୋକିଓରେ ଘୂର୍ଣ୍ଣିଝଡ଼ ‘ହଗିବିସ’କୁ ନେଇ ହାଇ ଆଲର୍ଟ ଜାରି କରାଯାଇଥିଲା। ଏହାସହ ପ୍ରାୟ ୭୦…
ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’: ଚିନ୍ତାରେ ପାକିସ୍ତାନ
ଓ୍ବାଶିଂଟନ,୧୩।୧୦: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍ ମ୍ୟାକ୍କର୍ଡ ମିଲିଟାରୀ ବେସ୍ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଜାରି ରହିବ। ଏହି ୧୦ତମ ମିଳିତ ସମରାଭ୍ୟାସରେ ୪୫ ଜଣ ସଦସ୍ୟ ଅଂଶଗ୍ରହଣ କରି…
ଉତ୍ତର ପ୍ରଦେଶ ସରକାରଙ୍କ ଦୀପାବଳି ଉପହାର: ଆଗୁଆ ମିଳିବ ବେତନ, ପେନ୍ସନ୍
ଲକ୍ଷ୍ନୌ,୧୩।୧୦: ଦଶହରା ପରେ ଆସୁଛି ଉତ୍ସବର ପର୍ବ ଦୀପାବଳି। ଏହାକୁ ନଜରରେ ରଖି ଉତ୍ତର ପ୍ରଦେଶର ଭାଜପା ଶାସିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ଦେଇଛନ୍ତି ବଡ ଉପହାର। ସରକାର ଘୋଷଣା କରିଛନ୍ତି…
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ହୀରାନଗର ଜନବସତି ଉପରେ ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଶନିବାର ରାତିରୁ ରବିବାର ସକାଳ ୫ଟା ୩୦ ପର୍ଯ୍ୟନ୍ତ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ହୀରାନଗର ସେକ୍ଟରରେ ଥିବା ଜନବସତିଗୁଡ଼ିକ ଉପରେ ମୋର୍ଟାର ଶେଲିଂ ମାଡ଼…
ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟଙ୍କ ପ୍ରଶିକ୍ଷଣ ଖର୍ଚ୍ଚ ବହନ କରିବେ କେରଳ ସରକାର
ଥିରୁଭାନନ୍ତପୁରମ,୧୩।୧୦: କେରଳର ୨୦ ବର୍ଷୀୟ ଆଦମ ହ୍ୟାରୀ ଜଣେ ତୃତୀୟ ଲିଙ୍ଗ ବ୍ୟକ୍ତି ବା ଟ୍ରାନ୍ସଜେଣ୍ଡର। ସେ ଏବେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟ ହେବାକୁ ଯାଉଛନ୍ତି। ଆଉ ତାଙ୍କ ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ କେରଳ ସରକାର ବହନ କରିବେ ବୋଲି…
ବାଣିଜ୍ୟ ପାଇଁ ଫିଟିବ ବାଟ
ମାମଲ୍ଲାପୁରମ୍,୧୩ା୧୦(ପି.ଟି.): ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଓ ଚାଇନା ମଧ୍ୟରେ ସହମତି ପ୍ରକାଶ ପାଇଛି। କ୍ଷେତ୍ରୀୟ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ନେଇ ପାରସ୍ପରିକ ସହଯୋଗ ନେଇ ମଧ୍ୟ ଦୁଇଦେଶ ରାଜି ହୋଇଛନ୍ତି। ତାମିଲନାଡ଼ୁର ମାମଲ୍ଲାପୁରମ୍ରେ…
Archives


