Home

ନାବାଳିକାଙ୍କୁ ବଳାତ୍କାର ଓ ବ୍ଲାକମେଲିଂ ଘଟଣା:ଜେଲ୍‌ ଗଲେ ୩ ଭାଇ

ଧାମନଗର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଖପରପଦା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ବ୍ଲାକମେଲିଂ ଘଟଣାରେ ଧୂଷୁରୀ ଥାନା ପୋଲିସ ଅଟକ ୩ ଭାଇଙ୍କୁ ଗିରଫ କରିଛି। ନାବାଳିକାଙ୍କ ମା’ଙ୍କୁ ଆକ୍ରମଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କ ଦୁଇ…

‘ତାରା’ ଯୋଜନା ଶୁଭାରମ୍ଭ କଲେ ମନ୍ତ୍ରୀ: ୩ ବର୍ଷରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ

ଛତ୍ରପୁର,୫ା୧୨(ଡି.ଏନ.ଏ)-ଗ୍ରାମାଞ୍ଚଳରେ କୃଷିର ବିକାଶ ସହ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ‘ତାରା’ ଯୋଜନା ଶୁଭାରମ୍ଭ ହୋଇଛି । ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

୩୩ ଶିଶୁଙ୍କ ବିକୃତ ପାଦ ଅସ୍ତ୍ରୋପଚାର

ଫୁଲବାଣୀ ଅଫିସ, ୫ା୧୨- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର ଶିବିର ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ବୃନ୍ଦା ଡି. ଏହାକୁ ଉଦ୍‌ଘାଟନ କରିଥିଲେ। କଟକ ଜିଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ…

ତୈଳାକ୍ତ ତ୍ୱଚାରୁ ମୁକ୍ତି ଦେବ ଧନିଆପତ୍ର ଫେସ୍‌ପ୍ୟାକ

ପ୍ରତିଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଧନିଆ କେବଳ ଖାଦ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। ଏହାର ଫେସ୍‌ପ୍ୟାକ୍‌ ବଜାରରେ ମିଳୁଥିବା ଦାମୀ କ୍ରିମ୍‌କୁ ମଧ୍ୟ ପଛରେ ପକାଇଦେବ।…

‘କାଫେ ନିର୍ମଳା ତାଇ’ରେ ନାହିଁ ପିଆଜ ମେନ୍ୟୁ: କଂଗ୍ରେସ ଟୁଇଟ୍‌

ନୂଆଦିଲ୍ଲୀ,୫।୧୨: ପିଆଜ ଦାମ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ନିର୍ମଳା ଲୋକ ସଭାରେ କହିଥିଲେ ଯେ, ପିଆଜ ଖାଆନ୍ତି ନାହିଁ। ଏହାକୁ ନେଇ କଂଗ୍ରେସ ଟୁଇଟ୍‌ କରି କହିଛି ‘କାଫେ ନିର୍ମଳା…

୧୮ ଭାରତୀୟ ନାବିକଙ୍କୁ ଅପହରଣ କଲେ ଜଳଦସ୍ୟୁ

ଅବୁଜା,୫।୧୨: ନାଇଜେରିଆର ବୋନି ଅଫ୍‌ଶୋର୍‌ ଟର୍ମିନାଲ୍‌ରୁ ଏକ କଞ୍ଚାମାଲ ବୋଝେଇ ଜାହାଜରୁ ଜଳଦସ୍ୟୁମାନେ ୧୮ ଭାରତୀୟ ନାବିକଙ୍କୁ ଅପହୃତ କରିଛନ୍ତି। ସେମାନେ ଗତ ମଙ୍ଗଳବାର ରାତିରେ ଜାହାଜରୁ ୧୯ ଜଣଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତଙ୍କ ମଧ୍ୟରେ ଜଣେ ତୁର୍କୀ ନାଗରିକ…

ଯାତ୍ରା ହେଲା ଶେଷ ଯାତ୍ରା: ମଝି ସମୁଦ୍ରରେ ଓଲଟିଲା ଡଙ୍ଗା; ୫୮ ମୃତ

ଡାକାର,୫।୧୨: ଆଟଲାଣ୍ଟିକ୍‌ ମହାସାଗରରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀମାନେ ପଶ୍ଚିମ ଆଫ୍ରିକାର ଗାମ୍ବିଆରୁ ୟୁରୋପରେ ଶରଣ ନେବାକୁ ଯାଉଥିଲେ। ଡଙ୍ଗାରେ ୧୫୦ ଜଣ ଶରଣାର୍ଥୀ ଥିଲେ। ସେମାନଙ୍କ…

କିଷାନ ସହ ମିଶ୍ରଣ ପ୍ରସଙ୍ଗରେ ବର୍ଷିଲା ନବ ନିର୍ମାଣ କୃଷକ ସଂଗଠନ: କହିଲା ‘ଭୋଟ ହାତେଇବା ପାଇଁ ‘କାଳିଆ’ ଏକ ଚାଲ୍‌ ଥିଲା’

ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ‘କିଷାନ’ ଯୋଜନା ଓ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ମିଶ୍ରଣ ସୁନିଶ୍ଚିତ ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ନବ ନିର୍ମାଣ କୃଷକ ସଂଗଠନ। ନିର୍ବାଚନ…

ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି। ସୋନି ଟିଭି ପକ୍ଷରୁ ପ୍ରସାରିତ ଡଃ ପ୍ରାଣ ଲେଲେ ଶୋ’ରେ ନେହାଙ୍କ ଉପରେ ଏକ…

ବୟସ୍କଙ୍କ ସେବା ନ କଲେ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କୁ ବି ମିଳିବ ଦଣ୍ଡ: ମୋଦି ସରକାରଙ୍କ ନୂଆ ନିୟମ !

ନୂଆଦିଲ୍ଲୀ,୫।୧୨: ପୂର୍ବରୁ ମାତା-ପିତାଙ୍କ ସେବା କରୁ ନ ଥିବା ଝିଅ ପୁଅଙ୍କ ଉପରେ ଦଣ୍ଡାଦେଶର ବ୍ୟବସ୍ଥା ଥିଲା। ତେବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨୦୦୭ ମେଣ୍ଟେନାସ୍‌ ଆଣ୍ଡ୍‌ ଓ୍ବେଲଫେୟାର ଅଫ୍‌ ପ୍ୟାରେଣ୍ଟସ୍‌ ଆଣ୍ଡ୍‌ ସିଟିଜେନ୍‌ ଆକ୍ଟରେ କେତେକ ସଂଶୋଧନ…

ଆଜି ଶେଷ ହେବ କୋଣାର୍କ ଉତ୍ସବ: ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଉତ୍ସବ ଅବସରରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଆମେରିକା, କାନାଡ଼ା, ରୁଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।…

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ ହେଲେ ମକରନ୍ଦ ପ୍ରଧାନ। ଗୁରୁବାର ମକରନ୍ଦ ମଦ ପିଇ ବିଳମ୍ବରେ ସ୍କୁଲକୁ ଆସିଥିଲେ। ପିଲାମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri