Home

ରାଜ୍ୟ ସଭା ପ୍ରାର୍ଥୀ ଭବାନୀପାଟଣାର ସୁଜିତ୍‌ କୁମାର: ଜିଲାରେ ଖୁସିର ଲହରି

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): ରାଜ୍ୟ ବିଜେଡି ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ କଳାହାଣ୍ଡି ଜିଲାର ଭବାନୀପାଟଣା ନିବାସୀ ସୁଜିତ୍‌ କୁମାରଙ୍କ ନାମ ପ୍ରକାଶ ପାଇବା ପରେ ସହର ସମେତ ସମଗ୍ର ଜିଲାରେ ଖୁସିର ଲହରି ଖେଳିଖଯାଇଛି। ଏନେଇ ସୁଜିତ୍‌ କୁମାରଙ୍କୁ ଓ ତାଙ୍କ ପରିବାରଙ୍କ…

ଦେଶରେ ୪୧ କରୋନା ସଂକ୍ରମିତ: ଆଇସୋଲେଶନରେ ଦିଲ୍ଲୀର ୩୩୭ ଲୋକ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ରବିବାର କେରଳରେ ୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଅମୃତସରରେ ୨,ଗୁଡ଼ଗାଓ୍ବଁରେ ୧, ଦିଲ୍ଲୀରେ ୩, ଜୟପୁରରେ ୧୭, ଲଦାଖରେ…

ଭୁଶୁଡିଲା କରୋନା ସନ୍ଦିଗ୍ଧ ରହୁଥିବା ୮୦ ବଖରା ବିଶିଷ୍ଟ ହୋଟେଲ

ବେଜିଂ,୮।୩: ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେବି ସେଠାରେ କେତେଜଣଙ୍କୁ କରୋନା ଭାଇରସ ଥିବା ସନ୍ଦେହ କରି ପୃଥକ ଭାବେ ରଖାଯାଇଛି। ଫୁଜିଆନ ଅଞ୍ଚଳରେ ୮୦ ବଖରା ବିଶିଷ୍ଟ ଏକ ହୋଟେଲରେ କେତେଜଣ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଲିଭିଗଲା ୩ ଜଣଙ୍କ ଜୀବନଦୀପ

ବାଲିଆପାଳ,୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ଜୀବନଦୀପ ଲିଭିଯାଇଛି। ମୃତକମାନେ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳୀକୋଠା ଗାଁର…

ଟୁଇଟରର ପାସଓ୍ବାର୍ଡ କହିଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ଦିଆଯାଇଛି। ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ ଏହି ମହିଳାମାନେ ଦିନ ତମାମ ନିଜ ନିଜର ଜୀବନ କାହାଣୀ ଏହି…

ମହୁମାଛିର ବି ରହିଛି ଗଣିତ ଜ୍ଞାନ

ବର୍ଲିନ୍‌,୮।୩: ମହୁମାଛିର ବି ଗଣିତ ଜ୍ଞାନ ରହିଛି। ଦୁଇଟି ସଂଖ୍ୟା ମଧ୍ୟରେ କେଉଁଟି ବଡ଼ ଏବଂ କିଏ ସାନ ତାହା ମହୁମାଛି ଜାଣିପାରିଥାଏ। ଏନେଇ ଜର୍ମାନୀର କୋଲୋଜେନ୍‌ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମହୁମାଛି ଦୁଇଟି…

ଆବଶ୍ୟକ ନ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୮।୩: କରୋନା ଭାଇରସ ଏବେ ଭାରତରେ ତା’ର କାୟା ବିସ୍ତାର ଆରମ୍ଭ କରିଥିବା ବେଳେ ରବିବାର ସୁଦ୍ଧା ଭାରତରେ ୩୯ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା…

ଫିଡେ ମହିଳା ଗ୍ରାଁ ପ୍ରି: ତୃତୀୟ ସ୍ଥାନକୁ ଖସିଲେ ହରିକା

ଲଉସେନ,୮।୩(ପି.ଟି.)-ଏଠାରେ ଚାଲିଥିବା ଫିଡେ ମହିଳା ଗ୍ରାଁ ପ୍ରି ଚେସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଦ୍ରୋଣଭାଲି ହାରିକା ଷଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଲେକଜାଣ୍ଡ୍ରା କୋଷ୍ଟେନେଉକଙ୍କଠାରୁ ପରାସ୍ତ ହୋଇଛନ୍ତି। ଫଳରେ ସେ ତୃତୀୟ ସ୍ଥାନକୁ ଖସିଛନ୍ତି। ଦୁଇଟି ବିଜୟ ଓ…

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ଭାରତର ଟାର୍ଗେଟ୍‌ ୧୮୫

ମେଲବୋର୍ନ,୮।୩- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ କଷ୍ଟାସାଧ୍ୟ ୧୮୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ…

ପୋଷା ପ୍ରାଣୀ ବି ମନୁଷ୍ୟକୁ ରଖିଥାନ୍ତିି ସୁସ୍ଥ !

ଓ୍ବାଶିଂଟନ,୮।୩ : କେତେକ ଲୋକଙ୍କର ଘରେ ପୋଷା ପ୍ରାଣୀ ପାଳିବା ସଉକ ରହିଥାଏ। କେହିକେହି କୁକୁର, ବିଲେଇ, ଠେକୁଆ, ଶୁଆ, କଇଁଛ ଆଦି ପ୍ରାଣୀ ଘରେ ପାଳିଥାନ୍ତି। ତେବେ ଏହାଦ୍ୱାରା ମନୁଷ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରେ ପୋଷା ପ୍ରାଣୀ…

ଗିରଫ ହେଲେ ୟସ୍‌ ବ୍ୟାଙ୍କର ଫାଉଣ୍ଡର ରାଣା

ମୁମ୍ବାଇ,୮।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାଖାପାଖି ୨୦ ଘଣ୍ଟା ଜେରା କରିବା ପରେ ରବିବାର ଗିରଫ କରିଛି। ଇଡି ରାଣାଙ୍କୁ ରବିବାର ମୁମ୍ବାଇର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଇଥିଲା। ପଚରାଉଚରା ପାଇଁ କୋର୍ଟ ରାଣାଙ୍କୁ ୧୧…

ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ସ୍କଟଲାଣ୍ଡର ଏକ ସଫାରି ପାର୍କରେ ବିଭିନ୍ନ ପ୍ରଜାତିର ଡାଇନୋସରସ୍‌ଙ୍କ ପ୍ରତିକୃତି ସ୍ଥାପନ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri