୧୦୦ ଦିନ ପରେ ଖାଲି ହେଲା ଶାହିନବାଗ
ନୂଆଦିଲ୍ଲୀ,୨୪।୩: ଦୀର୍ଘ ପ୍ରାୟ ୧୦୦ ଦିନର ଆନ୍ଦୋଳନ ପରେ ମଙ୍ଗଳବାର ଖାଲି ହୋଇଛି ଶାହିନବାଗ। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସେଠାରେ ଚାଲିଥିବା ଆନ୍ଦୋଳନ କରୋନା ଭାଇରସ କାରଣରୁ ଶେଷ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯଦି କରୋନା ଭାଇରସ ଆସି…
୪୧ ବର୍ଷରେ ଇମରାନ୍ ହାସ୍ମୀ: ବଲିଉଡ୍ରେ ଆରମ୍ଭ କରିଥିଲେ କିସିଂ-ଲିପ୍ଲକ୍ ଟ୍ରେଣ୍ଡ୍
ମୁମ୍ବାଇ: ବଲିଉଡ୍ର କିସିଂ ଷ୍ଟାର ଇମରାନ୍ ହାସ୍ମୀ ମଙ୍ଗଳବାର ୪୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍ରେ କିସିଂ ଏବଂ…
ଏମ୍ପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ
ଭୋପାଳ,୨୪ା୩: ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ (ଏମ୍ପି)ର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ରାତି ୯ଟାରେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ତାଙ୍କୁ ଭାଜପା ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବରିଷ୍ଠ…
୨୫ରୁ ଘରୋଇ ବିମାନ ସେବା ବାତିଲ
ନୂଆଦିଲ୍ଲୀ, ୨୪ା୩: କରୋନା ଭାଇରସ୍ ଯୋଗୁ ଆସନ୍ତା ୨୫ରୁ ସମସ୍ତ ଘରୋଇ ବିମାନ ବନ୍ଦରହିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। କରୋନା ଭୂତାଣୁ ଯେପରି ନ ବ୍ୟାପିବ, ସେଥିଲାଗି ବିମାନ ଯାତ୍ରା ଉପରେ କଟକଣା…
୧୨ ଘରୋଇ ଲାବ୍ ଚେନ୍ରେ ହେବ କରୋନା ପରୀକ୍ଷା
ନୂଆଦିଲ୍ଲୀ,୨୪ା୩(ଆଇଏଏନ୍ଏସ୍): କରୋନା ପରୀକ୍ଷା ଲାଗି ସରକାର ୧୨ଟି ଘରୋଇ ଲାବ୍ ଚେନ୍କୁ ଦାୟିତ୍ୱ ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି। ଏହି ୧୨ଟି ଲାବ୍ ଚେନ୍ ଅଧୀନରେ ୧୫,୦୦୦ ନମୁନା…
ସୁପ୍ରିମକୋର୍ଟରେ କରୋନା କଟକଣା
ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ ଗୋଟିଏ କୋର୍ଟରେ ଅତି ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେବ ବୋଲି କୁହାଯାଇଛି। ସୋମବାରଠାରୁ ଆଇନଜୀବୀ…
ଏପ୍ରିଲ ସୁଦ୍ଧା ଭାରତରେ ହୋଇପାରେ ଇଟାଲି ସ୍ଥିତି
ମୁମ୍ବାଇ,୨୪ା୩(ଆଇଏନ୍ଏସ୍): କୋଭିଡ-୧୯ ଭୂତାଣୁ ଭାରତରେ ଯେଉଁଭଳି ବ୍ୟାପିବାରେ ଲାଗିଛି, ଏହା ମାସକ ମଧ୍ୟରେ ଦେଶରେ ବଡ଼ଧରଣର ମେଡିକାଲ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ଏଥିପାଇଁ ଅନ୍ତତଃ ଦୁଇସପ୍ତାହ ଜନତା କର୍ଫ୍ୟୁ କାର୍ଯ୍ୟକାରୀ ହେବା ଜରୁରୀ ବୋଲି ଜଣେ ମାଇକ୍ରୋବାୟୋଲୋଜିଷ୍ଟ ସତର୍କ କରାଇଦେଇଛନ୍ତି। ସାମାଜିକ…
କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି
ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍ ସମାଧାନ ମାଧ୍ୟମରେ ଏହାର ମୁକାବିଲା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମକୁ…
କୋଲକାତାରେ ପ୍ରଥମ କରୋନା ମୃତ୍ୟୁ
ନୂଆଦିଲ୍ଲୀ, ୨୪ା୩: କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଛି। ବିଭିନ୍ନ ଦେଶରେ ଲୋକମାନେ ପୋକମାଛି ଭଳିି ମରୁଛନ୍ତି। ଭାରତ ବି ଏଥିରୁ ବାଦ୍ପଡ଼ିନି। ସୋମବାର ଆଉ ୨ ଜଣଙ୍କ ମୃତ୍ୟୁ ହେବା ପରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚତ୍ଛ…
୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର
ନୂଆଦିଲ୍ଲୀ,୨୪ା୩: ଭାରତରେ କରୋନା(କୋଭିଡ୍-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା କରିବାକୁ ପ୍ରସ୍ତୁତ କି? ଭାରତରେ ଲୋକସଂଖ୍ୟା ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ଏବଂ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ…
‘ଖବରକାଗଜ ଦ୍ୱାରା କରୋନା ବ୍ୟାପେନି’
ଜେନିଭା, ୨୪ା୩: ଖବରକାଗଜ ଦ୍ୱାରା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ କରୋନା ଭାଇରସ୍ ବ୍ୟାପେ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଡବ୍ଲ୍ୟୁଏଚ୍ଓ ଗାଇଡ୍ଲାଇନ୍ରେ ମଧ୍ୟ ଏହା ଉଲ୍ଲେଖ ରହିଛି। ଖବରକାଗଜ ପ୍ୟାକେଟ୍ ଗ୍ରହଣ କରିବା…
କୋଭିଡ-୧୯ ପାଣ୍ଠିକୁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକ ସ୍ବତନ୍ତ୍ର ସହାୟତାର ଆବଶ୍ୟକତା ରହିଛି। କରୋନା(କୋଭିଡ-୧୯) ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି। ଏହାର ମୁକାବିଲା କରିବା ପାଇଁ ଏଭଳି ପରିସ୍ଥିତିରେ ବ୍ୟାପକ ଜନସଚେତନତା ତିଆରି ଲାଗି ବ୍ୟାପକ ଅର୍ଥର…
Archives


