ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ: କଟକଣା ସତ୍ତ୍ୱେ ବଜାରରେ ଲୋକଙ୍କ ଭିଡ଼
ବସ୍ତା,୨୫।୩(ଡି.ଏନ୍.ଏନ୍.): ମହାମାରୀ କରୋନା ସଂକ୍ରମଣ ଭୟକୁ ରୋକିବାକୁ ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ। ଏହି ଭୂତାଣୁ ନ ବ୍ୟାପିବା ନେଇ ରାଜ୍ୟ ସରକାରଙ୍କ କଟକଣାକୁ କିଛି ଲୋକ ହେୟ ମନେ…
ଲକ୍ଡାଉନ୍କୁ ଗୁରୁତ୍ୱ ଦେଉନାହାନ୍ତି ଯାଜପୁର ରୋଡ୍ ବାସିନ୍ଦା: କିଣାକିଣି ବେଳେ ରଖାଯାଉନାହିଁ ସାମାଜିକ ଦୂରତା, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ପ୍ରବଳ ଭିଡ଼
ଯାଜପୁର ଅଫିସ,୨୫।୩-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ଘୋଷଣାକୁ ଯାଜପୁର ଜିଲାର ପ୍ରାୟ ଦୋକାନୀ ମାନୁଥିବାବେଳେ ଲୋକେ କିନ୍ତୁ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏଥିପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି। ବୁଧବାର ଯାଜପୁର ରୋଡ ଗଣେଶ ମାର୍କେଟସ୍ଥିତ ଏକ ଆଳୁ…
କରୋନା ସଂକ୍ରମଣ: ବାଦୁଡ଼ିଠାରୁ ବଜ୍ରକାପ୍ତା; ଏବେ ମନୁଷ୍ୟ ସମାଜରେ ମହାମାରୀ !
ଲଣ୍ଡନ,୨୫।୩: କରୋନା ସଂକ୍ରମଣ କିଭଳି ମନୁଷ୍ୟଠାରେ ହେଲା ସେ ନେଇ ଏବେ ସାରା ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଚାଇନାରେ କରୋନା ଭୂତାଣୁ ବାଦୁଡ଼ି ମଳରୁ ବ୍ୟାପିଥିଲା। ବାଦୁଡ଼ିର ମଳକୁ ଜଙ୍ଗଲରେ ବୁଲୁଥିବା ବଜ୍ରକାପ୍ତା ଶୁଙ୍ଘିଥିଲା।…
କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି
ବସ୍ତା,୨୫।୩(ଡି.ଏନ୍.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା ଜାରି କରାଯାଇଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ଏହି ଭାଇରସ୍କୁ କିପରି ପ୍ରତିରୋଧ…
ନୟାଗଡ଼ରେ ବାଟବଣା ଲକ୍ଡାଉନ୍: ଗଳାବାଟ ବାଛୁଛନ୍ତି ଲୋକେ, ସୁରକ୍ଷା ପ୍ରତି ଖାତିର ନାହିଁ
ନୟାଗଡ ଅଫିସ,୨୫।୩: କରୋନାର ପ୍ରତିଷେଧକ ପାଇଁ ନୟାଗଡ ଜିଲା ସଦର ମହକୁମାକୁ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏଥିପାଇଁ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି। ହେଲେ ସରକାରଙ୍କ କଟକଣାକୁ ଲୋକ ମାନୁ ନାହାନ୍ତି । ବରଂ ରାସ୍ତା ବନ୍ଦକୁ ଛାଡି…
କରୋନା ସଂକ୍ରମଣ: କେନ୍ଦ୍ରୀୟ ବିଦ୍ୟାଳୟର ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ବିନା ପରୀକ୍ଷାରେ ପାସ୍
ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସମସ୍ତ ସ୍କୁଲ ବନ୍ଦ ରହିଥିବାରୁ ପରୀକ୍ଷା କରିବା ଅସମ୍ଭବ। ତେଣୁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିନା ପରୀକ୍ଷା ପାସ୍ କରାଇବା…
ଆଖୁବୋଝେଇ ଟ୍ରକ୍ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ
ଆସିକା,୨୫।୩(ଡି.ଏନ୍.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ଆସିକା ବିଜୁ ପଟ୍ଟନାୟକ ଛକଠାରେ ମୁତୟନ ଥିବା ପୋଲିସ ସେହି ରାସ୍ତା ଦେଇ…
ଲକ୍ ଡାଉନ୍: ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ୨୪ କୋଟି ୯୮ ଲକ୍ଷରୁ ଅଧିକ ଶ୍ରମିକ
ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଲକ୍ ଡାଉନ୍ ଘୋଷଣା ପରେ ପନିପରିବା, ଖାଦ୍ୟ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି।…
ପୃଥିବୀର ୨୩୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ: ୧୩୦ କୋଟି ଭାରତୀୟ ବି ସାମିଲ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ଦେଶରେ କର୍ଫ୍ୟୁ ଜାରି ହୋଇଥିବାବେଳେ ୩୫ ଦେଶରେ ଲକ୍ ଡାଉନ୍…
ଗାଁକୁ କ୍ୱାରାଣ୍ଟାଇନ୍ କଲେ ଗ୍ରାମବାସୀ
ଲୁଧିଆନା,୨୫।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପଞ୍ଜାବର ଏକ ଗାଁକୁ ଗ୍ରାମବାସୀ କ୍ୱାରାଣ୍ଟାଇନ୍ କରିଛନ୍ତି। ସ୍ଥାନୀୟ ନାଭା ଅଞ୍ଚଳରେ ଥିବା ଅଗେତା ଗାଁକୁ ଅନ୍ୟ ଗାଁଠାରୁ ଅଲଗା କରି ରଖିବାକୁ ଗ୍ରାମବାସୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଜନତା କର୍ଫ୍ୟୁ ପରଦିନ…
କେରଳରେ ସର୍ବାଧିକ କରୋନା ସଂକ୍ରମିତ: ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର
ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। ପୂର୍ବରୁ କରୋନା ସଂକ୍ରମଣ ଘଟଣାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବାବେଳେ ଏବେ ଏହା ଦ୍ୱିତୀୟ ସ୍ଥାନକୁ…
କରୋନାରୁ ଦୂରେଇ ରହିବା ଲାଗି ହାତ ଧୋଉଧୋଉ ହୋଇ ବି ପାରେ ଜଳସଙ୍କଟ !
ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ…
Archives


