ସୋସିଆଲ ମିଡିଆ ଛାଡିବେ ମୋଦି: ଟ୍ରେଣ୍ଡ କରୁଛି ‘ହାସ ନୋସାର୍’
ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଟୁଇଟ୍ କରି ସେ ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ।…
କରୋନା ଭାଇରସ ରୋଗୀ ଚିହ୍ନଟ ପରେ ଗେହଲଟ ଡାକିଲେ ଉଚ୍ଚସ୍ତରୀୟ ବୈଠକ
ଜୟପୁର,୩।୩: ଚାଇନାରେ କାୟା ବିସ୍ତାର କରି ଚାଲିଥିବା କରୋନା ଭାଇରସ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ସୋମବାର ଭାରତରେ ୩ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା ପସିଯାଇଛି। ଏମାନଙ୍କ…
ଶ୍ରଦ୍ଧା କପୁରଙ୍କୁ ପୂରିଲା ୩୩: ରୋମାନ୍ସ୍ ପାଇଁ ବେଳ ନାହିଁ
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଶକ୍ତି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବାରୁ ବଲିଉଡ୍ରେ ଅଭିନୟ କରିବା ପାଇଁ ପିଲାଟି ଦିନରୁ…
ମୋଦିଙ୍କୁ ଭେଟିବେ କେଜରିଓ୍ବାଲ
ନୂଆଦିଲ୍ଲୀ,୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ୍କାର ହେବ। ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ…
ଆଜିଠୁ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର, ୩ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି। ତେବେ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ…
ସ୍ତ୍ରୀଙ୍କୁ ପିଠିରେ ବୋହି ଦୌଡ଼ନ୍ତି ସ୍ବାମୀ
ଡ୍ରୋର୍କିଙ୍ଗ୍,୩।୩: ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ପରମ୍ପରା ରହିଛି। ବ୍ରିଟେନ୍ରେ ଏକ ପରମ୍ପରା ଅନୁସାରେ ସ୍ବାମୀମାନେ ସ୍ତ୍ରୀଙ୍କୁ ପିଠିରେ ବୋହି ଏକ ଉତ୍ସବରେ ଦୌଡ଼ିଥାନ୍ତି। ପ୍ରତିବର୍ଷ ଏହି ଉତ୍ସବ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥାଏ। ଗତ ୩୦୦ ବର୍ଷ ଧରି…
ସ୍ତ୍ରୀ ଓ ୨ ପିଲାଙ୍କୁ ମାରି ଯନ୍ତ୍ରୀଙ୍କ ଆତ୍ମହତ୍ୟା
ହାଇଦ୍ରାବାଦ,୩ା୩: ହାଇଦ୍ରାବାଦର ହସ୍ତିନାପୁରମ୍ ଅନ୍ତର୍ଗତ ଏଲ୍ବି ନଗରରେ ଜଣେ ଯନ୍ତ୍ରୀ ଆର୍ଥିକ ସଙ୍କଟ ଯୋଗୁ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଗତ ଦୁଇଦିନ ହେଲା ଘର ବନ୍ଦରହିବା ପରେ ପଡ଼ୋଶୀଙ୍କଠାରୁ ଅଭିଯୋଗ…
ଶହୀଦନଗର ପ୍ରାଣୀ ଚିକିତ୍ସାଳୟରେ ମିଳିବ ୨୪ଘଣ୍ଟିଆ ସେବା
ଭୁବନେଶ୍ୱର, ୩ା୩(ବ୍ୟୁରୋ) :ରାଜ୍ୟ ସରକାରଙ୍କ ୫-ଟି ଅଧୀନ ‘ମୋ ସରକାର’ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୋମବାରଠାରୁ ସାମିଲ ହୋଇଛି। ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ ସୋମବାରଠାରୁ ଭୁବନେଶ୍ୱରର ଶହୀଦନଗର ପ୍ରାଣୀ ଚିକିତ୍ସାଳୟରେ ୨୪ଘଣ୍ଟିଆ ପ୍ରାଣୀ…
ଇସ୍ରାଏଲ୍ରେ ୧୨ ମାସରେ ୩ ଥର ନିର୍ବାଚନ
ଜେରୁଜେଲମ୍,୩ା୩(ଏଏଫ୍ପି): ଇସ୍ରାଏଲ୍ରେ ୧୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ସାଧାରଣ ନିର୍ବାଚନ ହେଉଛି। ଦେଶରୁ ରାଜନୈତିକ ସଂକଟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୃତୀୟ ଥର ନିର୍ବାଚନ ଲଢ଼ୁଛନ୍ତି। ଏଥର ଯଦି କେହି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ…
କ୍ଷତିଗ୍ରସ୍ତଙ୍କ ପାଇଁ କ’ଣ ପଦକ୍ଷେପ ନେଇଛ
ନୂଆଦିଲ୍ଲୀ,୩ା୩ (ପି.ଟି.): ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ଚିକିତ୍ସା ଓ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ରିପୋର୍ଟ ଦାଖଲ କରିବା ଲାଗି ହାଇକୋର୍ଟ ସୋମବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡି.ଏନ୍. ପଟେଲ ଓ…
୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ
ରାଞ୍ଚି,୩ା୩: ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ମାମଲାରେ ରାଞ୍ଚିର ଏକ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜିଲା ଜଜ୍ ନଭ୍ନୀତ୍ କୁମାର ଫେବୃୟାରୀ ୨୬ରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡାଦେଶ ଦେଇଛନ୍ତି।…
ଗର୍ଭପାତ ସମୟସୀମା ବୃଦ୍ଧି ବିଲ୍ ଲୋକ ସଭାରେ ଆଗତ
ନୂଆଦିଲ୍ଲୀ,୩ା୩(ପି.ଟି.): ହସ୍ପିଟାଲ ଦ୍ୱାରା ଅନୁମୋଦିତ ଗର୍ଭପାତ ପାଇଁ ସର୍ବାଧିକ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବଢ଼ାଇବା ପାଇଁ ଏକ ବିଲ୍ ସୋମବାର ଲୋକ ସଭାରେ ଆଗତ ହୋଇଛି। ଦିଲ୍ଲୀ ଦଙ୍ଗାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ…
Archives


