କରୋନା ମାଡ, ସ୍ଥାଣୁ ପାଲଟିଛି ରଙ୍ଗତୁଳୀ
ଜୁନାଗଡ,୧୨।୪(ଡି.ଏନ୍.ଏ.)-ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକ୍ଡାଉନ ଜାରି କରିଛନ୍ତି। ଏହାର ପ୍ରଭାବରେ ଅନେକ ଲୋକ ନିଜ ଜୀବିକା ହରାଇ ବସିଛନ୍ତି। ଫଳରେ ସେମାନଙ୍କ ଚଳିବା ଏବେ କଷ୍ଟକର ହୋଇପଡିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକର,ରଙ୍ଗତୂଳୀ…
ଗିଲ୍ଗିଟ୍-ବଲ୍ଟିସ୍ତାନ-ପିଓକେରେ ବଢୁଛି କରୋନା ସଂକ୍ରମଣ: ପାକିସ୍ତାନ ସରକାରଙ୍କ ନାହିଁ ନିଘା
ଇସଲାମାବାଦ,୧୨।୪: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଗିଲ୍ଗିଟ୍, ବଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସଂକ୍ରମିତଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ଘଟୁଛି। ସରକାର ଏସମ୍ପର୍କରେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ…
ପଡ଼ା, ପୋଲିସକୁ ନାକେଦମ କଲେ ଯୁବକ: ଭୟରେ ଘର ଛାଡ଼ି ପଳାଇଲେ ପରିବାର ଲୋକେ
ସମ୍ବଲପୁର, ୧୨।୪ (ବ୍ୟୁରୋ) ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳକୁ ଜଣେ ୩୫ ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରିଛନ୍ତି । ଏହାକୁ ନେଇ ପଡାବାସୀଙ୍କ ସହ ପୋଲିସ ନାକେଦମ ହୋଇଛି। ସମ୍ପୃକ୍ତ ଯୁବକ ସରକାରଙ୍କ ନୀତି ନିୟମ ଓ କଟକଣା ପାଳନ…
ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ
ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ…
ଅନ୍ଲାଇନ୍ ଚେସ୍ରୁ ସାଢ଼େ ୪ ଲକ୍ଷ ଟଙ୍କା ସଂଗ୍ରହ
ଚେନ୍ନାଇ,୧୨।୪(ପି.ଟି.)-ପୂର୍ବତନ ବିଶ୍ୱଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ନେଇ ଆୟୋଜିତ ହୋଇଥିବା ଅନ୍ଲାଇନ୍ ଚେସ୍ ପ୍ରଦର୍ଶନୀରୁ ୪.୫ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। କୋଭିଡ୍-୧୯ ମୁକାବିଲା ପାଇଁ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପଣ୍ଡକୁ ପ୍ରଦାନ କରାଯିବ। ଆନନ୍ଦଙ୍କ ସମେତ ଏହି ଟୁର୍ନାମେଣ୍ଟରେ ଭାରତର…
ମୋଟରସ୍ପୋଟର୍ସ କିମ୍ବଦନ୍ତୀ ମୋସ୍ଙ୍କ ପରଲୋକ
ଲଣ୍ଡନ,୧୨।୪ (ଏଏଫ୍ପି)-ମୋଟରସ୍ପୋଟର୍ସର କିମ୍ବଦନ୍ତୀ ଷ୍ଟର୍ଲିଂ ମୋସ୍ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ଏହି ବ୍ରିଟିଶ ଡ୍ରାଇଭରଙ୍କ ଦେହାନ୍ତ ହୋଇଛି ବୋଲି ତାଙ୍କ ସ୍ତ୍ରୀ ରବିବାର ଘୋଷଣା କରିଛନ୍ତି। ମୋସ କେବେବି ଫର୍ମୁଲା-୧ ଟାଇଟଲ ହାସଲ…
ରିଲିଫ ପାଣ୍ଠିକୁ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାନ
ସମ୍ବଲପୁର,୧୨।୪(ବ୍ୟୁରୋ): ସମ୍ବଲପୁର ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ରବିବାର ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ବରଗଡ ଏମ୍ପି ସୁରେଶ ପୂଜାରୀଙ୍କୁ ଏହି ଚେକ୍ ପ୍ରଦାନ…
କରୋନାକୁ ହରାଇ ଘରକୁ ଫେରିଲେ ବୋରିସ୍ ଜନସନ୍: କିଛି ଦିନ ବିଶ୍ରାମ ପରେ କାର୍ଯ୍ୟରେ ଦେବେ ଯୋଗ
ଲଣ୍ଡନ,୧୨।୪: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନାକୁ ପରାଜିତ କରି ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। କିଛି ଦିନ ବିଶ୍ରାମ ପରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଉଛି। ୫୫ ବର୍ଷ ବୟସ୍କ ବୋରିସ୍ଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ…
ଥରିଲା ଦିଲ୍ଲୀ: ଆତଙ୍କିତ ହୋଇ ଘରୁ ବାହାରିଲେ ଲୋକେ
ନୂଆଦିଲ୍ଲୀ,୧୨।୪: ଦିଲ୍ଲୀରେ ରବିବାର ଅପରାହ୍ନ ୫ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂଗର୍ଭର ୮ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା…
ଆମାଜନ୍ ଜଙ୍ଗଲରେ ପହଞ୍ଚିଲା କରୋନା: ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ
ସାଓ ପାଓଲୋ,୧୨।୪: କରୋନା ସଂକ୍ରମଣ ଏବେ ବ୍ରାଜିଲ୍ର ଆମାଜନ୍ ଜଙ୍ଗଲରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ଏଠାରେ ଜଣେ ୧୫ ବର୍ଷ ବୟସ୍କ ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କୁ ଏପ୍ରିଲ୍ ୩ରେ ଜ୍ୱର ହେବା ସହିତ ମୁଣ୍ଡବିନ୍ଧା, ଗଳାରେ…
ଭାରତରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ସ୍ଥିତି ସାମାନ୍ୟ
ନୂଆଦିଲ୍ଲୀ,୧୨।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ୮୦ ପ୍ରତିଶତ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି। ମାତ୍ର ୨୦ ପ୍ରତିଶତ ସଂକ୍ରମିତଙ୍କ କ୍ଷେତ୍ରରେ ଗୁରୁତର ଲକ୍ଷଣ…
ତାଜ୍ ହୋଟେଲର ୬ କର୍ମଚାରୀ କରୋନା ପଜିଟିଭ୍
ମୁମ୍ବାଇ,୧୨।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇର ତାଜ୍ ହୋଟେଲରେ ୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ…
Archives


