ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍‌

ସିଡ୍‌ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ ଅଷ୍ଟ୍ରେଲିଆ ପାଇଁ ଏହା ନିହାତି ହାନୀକାରକ ହେବ ବୋଲି ଯୁବ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ କହିଛନ୍ତି।
ଅକ୍ଟୋବରରେ ଏକ ଟ୨୦ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବା ସହ ଭାରତ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଏହାପରେ ଏକ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ଆଗାମୀ ଡିସେମ୍ବରରେ ଭାରତ ଗସ୍ତ ଶେଷ କରିବ। ତେବେ କୋଭିଡ୍‌ ୧୯ ମହମାରୀ କାରଣରୁ ଅଷ୍ଟ୍ରେଲିଆରେ ତା’ର ସୀମା ସିଲ୍‌ କରିଛି। ପୁଣି ଯଦି କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରା ଯାଇ ପାରି ନାହିଁ। ଫଳରେ ଭାରତର ଏହି ହାଇପ୍ରୋଫାଇଲ ଗସ୍ତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ଯଦି ଭାରତ ଏହି ଗସ୍ତରେ ନ ଆସେ ତାହାଲେ ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ ଦଳ ଓ ମୋ ପାଇଁ ଏହା କ୍ଷତିକାରକ ହେବ ବୋଲି ଲାବୁସେନ୍‌ ଏକ ଅନ୍‌ଲାଇନ୍‌ ଖବରଦାତା ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି। ଭାରତ ଏହି ଗସ୍ତ ମଝିରେ ଅର୍ଥାତ୍‌ ଅକ୍ଟୋବର ୧୮ରୁ ଟି୨୦ ବିଶ୍ୱକପ୍‌ ମଧ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିଶ୍ୱରେ ଚାଲିଥିବା ଏହି ସ୍ବାସ୍ଥ୍ୟ ସଙ୍କଟ ଟି୨୦ ବିଶ୍ୱକପ୍‌କୁ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।
ଇତିମଧ୍ୟରେ ଅଷ୍ଟ୍ରେଲିଆରେ କୋଭିଡ୍‌-୧୯ ପଜିଟିଭ୍‌ ମାମଲାରେ ଆଖିଦୃଶିଆ ଅବନତୀ ପରିଲକ୍ଷିତ ହୋଇଛି। ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୬,୮୦୦ ଲୋକ ସଂକ୍ରମିତ ହୋଇଛନ୍ତି ଓ ୧୦୦ଜଣଙ୍କର ପ୍ରାଣହାନୀ ହୋଇଛି। ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ସେବାକୁ ଲାବୁସେନ୍‌ ବେଶ୍‌ ପ୍ରଶଂସା କରିଛନ୍ତି। କରୋନା ଭାଇରସ୍‌ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରହିଛି। ଯଦି ଏଥିରେ ସଫଳ ହେବୁ ତାହାଲେ ଆଗାମୀ ୩-୪ କିମ୍ବା ୪-୫ ମାସରେ ଆମେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ଦେଖିବୁ ବୋଲି ଲାବୁସେନ ଆଶା ପ୍ରକାଶ କରି କହିଛନ୍ତି। ତେବେ ଯଦି ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଆସିପାରିବନି ତାହେଲେ ନିରାଶ ହେବି ବୋଲି ସେ କହିଛନ୍ତି। ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ ୨୫ ବର୍ଷୀୟ ଲାବୁସେନ୍‌ ନିଜ ଦକ୍ଷତା ଓ ପ୍ରତିଭାକୁ ଆହୁରି ଶାଣିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ବୋଲିଂରେ ମଧ୍ୟ ସୁଧାର ଆଣିବାକୁ ସେ ଚେଷ୍ଟା କରୁଛନ୍ତି।
ଏହି ମହାମାରୀ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବା ପରେ ପୂରା ସିରିଜ ବାତିଲ ହୋଇଥିଲା। ଏଥିସହିତ ସବୁ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri