Home

କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ସହଯୋଗ…

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା ଗହଣା ସମେତ ନଗଦ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ମହିଳା ଜଣକ ମଙ୍ଗଳବାର ଦିଗପହଣ୍ଡି…

କରୋନା ଭୟ: ସଂକ୍ରମଣ ପୂର୍ବରୁ ନିଜକୁ ଅଲଗା କରି ରଖିଲେ ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନରେ ସବୁଠାରୁ ଅଧିକ ପରିମାଣରେ ଲୋକ କରୋନାରେ ସଂକ୍ରମିତ ହେବା ସହ ସେମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ଭାରତରେ ବି କରୋନା ସ୍ଥିତି…

ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ସନ୍ଦିଗ୍ଧଙ୍କ ହାତରେ ଲଗାଯାଉଛି ମୋହର

ମୁମ୍ବାଇ,୧୭।୩: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିଯୋଗୁ ମହାରାଷ୍ଟ୍ର ଅତ୍ୟଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏପର୍ଯ୍ୟନ୍ତ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।…

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା ଭାଇରସର ପ୍ରଭାବ ଯୋଗୁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମୁଲତବି ଥିବା…

କରୋନା ପ୍ରଭାବ: ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧିକୁ ସୋମବାରଠାରୁ ବଢ଼ାଯାଇଛି। ଏହା ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା…

ନିଜ ବାୟୋପିକ୍‌ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି ଯୁବରାଜ

ବଲିଉଡ୍‌ ଫିଲ୍ମ ‘ଗଲି ବୟ’ରେ ସୁନ୍ଦର ଅଭିନୟ ପାଇଁ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁବରାଜ ନିଜ ବାୟୋପିକ୍‌ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି।…

ଭାରତରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। କେବଳ ମଙ୍ଗଳବାର ୧୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଭାରତର ୧୫ ରାଜ୍ୟରେ…

କରୋନାଜନିତ ଭାରତରେ ତୃତୀୟ ମୃତ୍ୟୁ

ମୁମ୍ବାଇ,୧୭।୩: କରୋନା ଭାଇରସ୍‌ର ପ୍ରକୋପ ଥମିବାର ନା ନେଉ ନ ଥିବା ବେଳେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେର ଲାଗିଛି। ଗତ ୨୪ଘଣ୍ଟାରେ ୧୨ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ଭାରତରେ ୧୨୮ଟି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ…

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏହି…

କୋଭିଡ-୧୯: ମହାକାଳେଶ୍ୱର ମନ୍ଦିରରେ ହେଲା ଭଷ୍ମ ଆଳତି

ଉଜ୍ଜୟିନୀ,୧୭।୩: ମହାମାରୀ କରୋନା ଭୟରେ ଏବେ ଦେଶର ଅଧିକାଂଶ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି। ମଲ୍‌, ସିନେମା ହଲ୍‌ଠାରୁ ଆରମ୍ଭ କରି ବଡ ବଡ ମନ୍ଦିର ସବୁକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଥିବା ମହାକାଳେଶ୍ୱର…

ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କ ପରଲୋକ

ପୁନେ,୧୭।୩: ଭେଟେରାନ ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କର ୮୮ ବର୍ଷ ବୟସରେ ପୁନେଠାରେ ପରଲୋକ ହୋଇଛି। ବୃଦ୍ଧାବସ୍ଥା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବର୍ଷି ତହସିଲର ସୋଲାପୁର ଜିଲାରେ ଜନ୍ମ ନେଇଥିବା କୁଲକର୍ନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri