ଫ୍ରାନ୍ସ, ଜର୍ମାନୀକୁ ଟପିଲା ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୮ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱରେ କଳାବାଦଲ ଢ଼ାଙ୍କିଦେଇଛି। ଏହି ପ୍ରାଣଘାତୀ ରୋଗରୁ ମୁକୁଳିବା ଲାଗି ସଂଗ୍ରାମ ଜାରି ରହିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୮.୫୬ ଲକ୍ଷରେ ପହଞ୍ଚିଲାଣି। ବିଶ୍ୱରେ ଗୁରୁବାର ସୁଦ୍ଧା ମୋଟ ୨.୬୬ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ବେଳେ ଆମେରିକା, ୟୁରୋପ ଭଳି ରୁଷିଆ ସ୍ଥିତି ମଧ୍ୟ ଅସମ୍ଭାଳ ହେଲାଣି। ଗୁରୁବାର ରୁଷିଆରେ ଫ୍ରାନ୍ସ ଓ ଜର୍ମାନୀଠାରୁ ଅଧିକ ସଂକ୍ରମିତ ବ୍ୟକ୍ତି ଥିବା ଜଣାପଡ଼ିଛି। ଆମେରିକା, ସ୍ପେନ୍‌, ଇଟାଲୀ ଓ ବ୍ରିଟେନ ପରେ ସର୍ବାଧିକ ଆକ୍ରାନ୍ତ ରୁଷିଆରେ ଚିହ୍ନଟ କରାଯାଇଛି। ଏବେ ରୁଷିଆରେ ୧,୭୭,୧୬୦ ସଂକ୍ରମିତ ଥିବା ପ୍ରକାଶ। ୧,୬୨୫ ଜଣଙ୍କ ଜୀବନ ଏଠାରେ ଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଗୁରୁବାର ୮୮ ଲୋକଙ୍କ ଏଠାରେ ପ୍ରାଣ ଯାଇଛି। କ୍ରମବର୍ଦ୍ଧିଷ୍ଣୁ ମାମଲାକୁ ନେଇ ରୁଷିଆର ଚିନ୍ତା ବଢ଼ିଯାଇଛି।
ଆମେରିକାରେ ସର୍ବାଧିକ ୧୨,୬୭ ଲକ୍ଷ ଲୋକ କରୋନା ସଂକ୍ରମିତ ଥିବା ବେଳେ ୭୫ ହଜାର ଲୋକଙ୍କ ଜୀବନ ଗଲାଣି। ଗୋଟିଏ ଦିନରେ ଏଠି ପ୍ରାୟ ୪ ହଜାର ମାମଲା ସାମ୍ନାକୁ ଆସିଛି। ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨.୫୭ ଲକ୍ଷରେ ପହଞ୍ଚିଥିବା ବେଳେ ୨୬, ୦୬୦ ଲୋକ ମଲେଣି। ଇଟାଲୀରେ ୨୯,୬୯୦ ଜଣ ଜୀବନ ହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨.୧୪ ଲକ୍ଷରୁ ଅଧିକ ହେଲାଣି। ବ୍ରିଟେନରେ ଅନୁରୂପ ସ୍ଥିତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୦୧ ଲକ୍ଷ ଥିବାବେଳେ ୩୦,୦୭୬ ମୁଣ୍ଡ ଗଡ଼ିଲାଣି। ଏହା ପରେ ରୁଷିଆ ସର୍ବାଧିକ ସଂକ୍ରମିତ ବ୍ୟକ୍ତିଙ୍କ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଫ୍ରାନ୍ସରେ ୧.୭୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନା ପୀଡ଼ିତ ଥିବାବେଳେ ମୃତ୍ୟୁସଂଖ୍ୟା ୨୫,୮୦୯ରେ ପହଞ୍ଚିଛି। ଜର୍ମାନୀରେ ୧.୬୮ ଲକ୍ଷ, ତୁର୍କୀରେ ୧.୩୧ ଲକ୍ଷ, ବ୍ରାଜିଲରେ ୧.୨୭ ଲକ୍ଷ, ଇରାନରେ ୧.୦୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜର୍ମାନୀରେ ୭,୩୨୨, ବ୍ରାଜିଲରେ ୮,୬୦୫, ତୁର୍କୀରେ ୩,୫୮୪, ଇରାନରେ ୬,୪୮୪, ଚାଇନାରେ ୪,୬୩୩, କାନାଡ଼ାରେ ୪,୨୮୦, ବେଲଜିୟମରେ ୮,୪୧୫, ନେଦରଲାଣ୍ଡ୍ସରେ ୫, ୨୮୮, ସ୍ବିଡେନରେ ୩,୦୪୦ କୁ ବୃଦ୍ଧିପାଇଛି। ପରିସ୍ଥିତି କ୍ରମଶଃ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବିଶ୍ୱର ୨୧୨ ଦେଶ ଏକପ୍ରକାର ଅକାମୀ ହୋଇପଡ଼ିଛି। ଅର୍ଥନୀତି ଭୁଶୁଡ଼ି ପଡ଼ିବା ସହ ଲୋକମାନଙ୍କ ମଧ୍ୟରେ କେକୁଆ ଭୟ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?