Posted inଜାତୀୟ

ଏସ୍‌ସିଏସ୍‌ରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ ସାର୍ବଭୌମତ୍ୱ ପ୍ରସଙ୍ଗକୁ ନେଇ ଛନ୍ଦି ହୋଇଯାଇଥିବା ଛୋଟ ଛୋଟ ଦେଶଗୁଡ଼ିକ ଏହା ସହ ମୁହଁ।ମୁହିଁ ହୋଇଛନ୍ତି। ପ୍ରଶାନ୍ତ ମହାସାଗରର ପଶ୍ଚିମାଞ୍ଚଳରେ ଥିବା ଏହି ସାଗର ପାରମ୍ପରିକ ମାଛଧରାକୁ ନେଇ ମଧ୍ୟ ବିବାଦୀୟ ହୋଇଯାଇଛି। ଏସ୍‌ସିଏସ୍‌ ଭିତରକୁ କ୍ଷେତ୍ରୀୟ ବହିର୍ଭୂତ ଶକ୍ତି ଆମେରିକା ଓ ଏହାର ସାମରିକ ସହଯୋଗୀମାନେ ମଧ୍ୟ ଟାଣି ହୋଇଯାଇଛନ୍ତି। ଚାଇନା ସହ ବିବାଦରେ ଭିଏତ୍‌ନାମ, ମାଲେସିଆ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଭିନ୍ନ ଭିନ୍ନ ଭାବେ ଛନ୍ଦି ହୋଇଯାଇଛନ୍ତି।
ଏପ୍ରିଲ ଆରମ୍ଭରେ ଚାଇନାର ଏକ କୋଷ୍ଟ ଗାର୍ଡ ଜାହାଜ ଭିଏତ୍‌ନାମର ଗୋଟିଏ ମାଛଧରା ବୋଟକୁ ପାରାସେଲ୍‌ ଆଇଲାଣ୍ଡସ୍‌ ଉପକୂଳରେ ଡୁବାଇଦେଇଥିଲା। ସେତେବେଳେ ବେଜିଂ ବିପକ୍ଷରେ ଭିଏତ୍‌ନାମକୁ ସମର୍ଥନ କରିଥିଲା ଫିଲିପାଇନ୍ସ। ହାନୋଇ ପାଇଁ ମାନିଲା ପୂର୍ବରୁ କେବେ ଦ୍ୱିପାକ୍ଷିକ ସମ୍ପର୍କ ଆଳରେ ଏପରି ସହଯୋଗ କରି ନ ଥିଲା। ମହାମାରୀ କରୋନାର ଭୟାବହତା ଓ କ୍ଷେତ୍ରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗର ଆବଶ୍ୟକତା ନେଇ ଅନ୍ତର୍ଜାତୀୟ ସମୁଦାୟ ଧୀରେ ଧୀରେ ସଚେତନ ହେଉଥିବାବେଳେ ମାନିଲା ପକ୍ଷରୁ ଏକ ଅସ୍ବାଭାବିକ ଭାବେ ଦୃଢ଼ ବିବୃତି ଜାରି କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, କୋଭିଡ୍‌-୧୯ ହେଉଛି ଏକ ବିପଜ୍ଜନକ ଭୂତାଣୁ, ଯାହାର ମୁକାବିଲା ପାଇଁ ଏକତା ଓ ପାରସ୍ପରିକ ବିଶ୍ୱାସ ଜରୁରୀ। ଏହା ଆଗରେ ମାଛଧରା ଓ କାଳ୍ପନିକ ଐତିହାସିକ ଦାବିଗୁଡ଼ିକ ତୁଚ୍ଛ। ଏପ୍ରିଲ ମଧ୍ୟଭାଗରେ ତଟରକ୍ଷୀ ଓ ସାମୁଦ୍ରିକ ମିଲିସିଆଙ୍କ ସୁରକ୍ଷା ବଳୟରେ ଚାଇନାର ସର୍ଭେ ଜାହାଜ ହଇୟାଙ୍ଗ୍‌ ଦିଝି ୮ ଏସ୍‌ସିଏସ୍‌ର ମାଲେସିଆ ନିକଟବର୍ତ୍ତୀ ଏକ ଅଞ୍ଚଳକୁ ପ୍ରବେଶ କରିଥିଲା। ମାଲେସିଆର ଏକ ତୈଳ କମ୍ପାନୀ ପକ୍ଷରୁ ଚାଲିଥିବା ଗ୍ୟାସ୍‌ ଡ୍ରିଲିଂ ଅପରେଶନରେ ବ୍ୟାଘାତ ସୃଷ୍ଟି କରିବା ଥିଲା ଏହି ଅଭିଯାନର ଉଦ୍ଦେଶ୍ୟ। କିନ୍ତୁ ଏହାର ବିଶେଷ ପ୍ରଭାବ ପଡ଼ି ନ ଥିଲା ଏବଂ କିଛି ଦିନ ପରେ (ଏପ୍ରିଲ ୧୮ରେ) ଏସ୍‌ସିଏସ୍‌ରେ ନୂଆ ପ୍ରଶାସନିକ ୟୁନିଟ୍‌ ପ୍ରତିଷ୍ଠା ନେଇ ବେଜିଂ ଘୋଷଣା କଲା। ଜିଶା ଓ ନାନ୍‌ଶା ନାମରେ ଦୁଇଟି ଜିଲା ଗଠନ କରାଗଲା। ବିବାଦୀୟ ପାରାସେଲ୍‌ ଓ ସ୍ପ୍ରାଟିଲ୍ସ ଦ୍ୱୀପର ଚାଇନା ଭାଷା ଅନୁସାରେ ଏହି ଦୁଇ ଜିଲାର ନାମକରଣ କରାଗଲା। ଏହା ନିଜ ଦାବିକୁ ଦୃଢ଼ କରି ବିବାଦୀୟ ଅଞ୍ଚଳ ଉପରେ ନିୟନ୍ତ୍ରଣ ପାଇଁ ବେଜିଂର ଏକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ଅଭିହିତ କଲେ। ଏହାସହ ଅନ୍ୟ ଦାବିଦାରଙ୍କ ବିରୋଧ ସତ୍ତ୍ୱେ ଚାଇନା ନିଜ ଭୂଖଣ୍ଡର ଆଇନକୁ ସେଠାରେ ଲଦି ଦେବା ପାଇଁ ଉଦ୍ୟମ କରିଛି ବୋଲି ଧରାଗଲା।
ଏସ୍‌ସିଏସ୍‌ରେ ଚାଇନା ପକ୍ଷରୁ ମାଂସପେଶୀ ଚାଳନା ବେଳେ ଭିଏତ୍‌ନାମର ଏକ ଫିଶିଂ ବୋଟ୍‌ ଇଣ୍ଡୋନେସିଆର ପାଟ୍ରୋଲ୍‌ କ୍ରାଫ୍ଟ ସହିତ ଧକ୍କା ହୋଇ ବୁଡ଼ିଯାଇଥିଲା। ଏହି ସମୟରେ ପାରମ୍ପରିକ ମାଛଧରା ଅଞ୍ଚଳରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଚାଇନା ସୋସିଆଲ ମିଡିଆ ବ୍ୟବହାର କରି କଳହ ବଢ଼ାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ସିଏସ୍‌ରେ ଏପ୍ରିଲର ଏହି ଅଶାନ୍ତିକୁ ଆମେରିକା ଉପହାସ କରି ଫ୍ରିଡମ୍‌ ଅଫ୍‌ ନେଭିଗେଶନ ପାଟ୍ରୋଲ (ଏଫ୍‌ଓଏନ୍‌) ଆରମ୍ଭ କରିଥିଲା। ଆମେରିକା ଏହି ବ୍ୟବସ୍ଥାରେ ନିଜ ନୌସେନାର ୪ଟି ଜାହାଜକୁ ନିୟୋଜିତ କରିଥିଲା। ଉଭୟ ଜଳ ଓ ସ୍ଥଳରେ ଲକ୍ଷ୍ୟସ୍ଥଳକୁ ଭେଦକରି ପାରୁଥିବା ୟୁଏସ୍‌ଏସ୍‌ ଆମେରିକା ଏହାର ନେତୃତ୍ୱ ନେଇଥିଲା। ଆମେରିକାର ସହଯୋଗୀ ଭାବେ ଅଷ୍ଟ୍ରେଲିଆ ମଧ୍ୟ ଏଫ୍‌ଓଏନ୍‌ର ସିଦ୍ଧାନ୍ତ ଅନୁଯାୟୀ ନିଜ ନୌସେନା ଜାହାଜଗୁଡ଼ିକୁ ଏହି ପ୍ରଦର୍ଶନରେ ଭାଗନେବା ପାଇଁ ପଠାଇଥିଲା। ଚାଇନାର ଜବାବ ମଧ୍ୟ ଅପ୍ରତ୍ୟାଶିତ ନ ଥିଲା। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌସେନା ଏୟାରକ୍ରାଫ୍ଟ କ୍ୟାରିୟର୍‌ ଲିଆଓନିଙ୍ଗ୍‌ ଏବଂ ଏସ୍‌ସିଏସ୍‌ରେ ଥିବା ଏହାର ସୁରକ୍ଷା ପ୍ରଦାନକାରୀ ଜାହାଜଗୁଡ଼ିକ ସମ୍ପୃକ୍ତ କ୍ଷେତ୍ରରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଆଗକୁ ବଢ଼ିଥିଲେ। ଏହାକୁ ନେଇ ଆମେରିକା ଓ ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଅଧିକାରୀମାନେ ପରସ୍ପର ବିରୋଧୀ ବାକ୍‌ଯୁଦ୍ଧରେ ମାତିଥିଲେ।

ଆମେରିକା-ଚାଇନା ମୁହଁ।ମୁହିଁ

ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବେଜିଂ ସାମୁଦ୍ରିକ କ୍ଷେତ୍ରରେ ଅତି ତତ୍ପରତା ଦେଖାଇବା ସହ କରୋନା ଭୂତାଣୁ ସଂକ୍ରମଣ କରାଇ ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ବୋଲି ଅଭିଯୋଗ ଆଣିଛନ୍ତି। ଚାଇନା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏସ୍‌ସିଏସ୍‌ରେ ଥିବା ଦ୍ୱୀପପୁଞ୍ଜ ଓ ପ୍ରବାଳ ଶ୍ରେଣୀ ଉପରେ ନିଜ ସାର୍ବଭୌମତ୍ୱକୁ ଯଥାର୍ଥ ବୋଲି ଦର୍ଶାଇଛି। ଏସ୍‌ସିଏସ୍‌ ଏବଂ ଏହା ସଂଲଗ୍ନ ଜଳରାଶି ଉପରେ ଚାଇନାର ଅଧିକାର ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବାବେଳେ ଆମେରିକାର କେତେଜଣ ବ୍ୟକ୍ତି ଗୁଜବ ଓ ମିଥ୍ୟାର ଆଶ୍ରୟ ନେଇ ତଥ୍ୟ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ଏପରି କି ସେମାନେ ବର୍ତ୍ତମାନ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବେଜିଂ ପ୍ରତି ଶତ୍ରୁଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚାଇନା କହିଛି।

ପ୍ରତ୍ୟାଖ୍ୟାନ କରିଥିଲା ହେଗ୍‌
ଏସ୍‌ସିଏସ୍‌କୁ ନେଇ ଟଣାଓଟରା ଏକ ପୁରୁଣା ବିବାଦ, ଯାହାକି ପ୍ରତି ବର୍ଷ ଅଧିକ ବିବାଦୀୟ ହେବାରେ ଲାଗିଛି। ବିବାଦୀୟ ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ (ଇଇଜେଡ୍‌)ର ପରିଚାଳନାକୁ ନେଇ ଦାବିଦାରମାନଙ୍କ ମଧ୍ୟରେ କୌଣସି ସହମତି ନ ଥିବାରୁ ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଥିଲା ଫିଲିପାଇନ୍ସ। ୨୦୧୬ ଜୁଲାଇରେ ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ (ପିସିଏ) ଦକ୍ଷିଣ ଚାଇନା ସାଗରକୁ ନେଇ ଚାଇନା-ଫିଲିପାଇନ୍ସ ବିବାଦ ମାମଲାର ଶୁଣାଣି କରିଥିଲା। ଶେଷରେ ଏସ୍‌ସିଏସ୍‌ ଉପରେ ବେଜିଂର ଐତିହାସିକ ଦାବିକୁ ପିସିଏ ପ୍ରତ୍ୟାଖ୍ୟାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri