ସହାୟତା ଦାବି କଲେ ଘରୋଇ ଗାଡି ଚାଳକ
ସମ୍ବଲପୁର,୧୯ା୪(ବ୍ୟୁରୋ)-ଲକ୍ଡାଉନର ପ୍ରଭାବ ଘରୋଇ ବସ୍, ଟ୍ରକ, କାର ଓ ସମସ୍ତ ଚାରିଚକିଆ ଯାନ ଚଲାଇଥିବା ଡ୍ରାଇଭରମାନଙ୍କ ଉପରେ ପଡିଛି । ଗାଡି ଚଳାଚଳ ବନ୍ଦ ହେବାରୁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ତେଣୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି…
କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ
ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ପଥପ୍ରାନ୍ତ…
ରାଜ୍ୟରେ କରୋନା ଟେଷ୍ଟିଂ ପାଇଁ କେତେ କିଟ୍ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ
ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବିନା ଟେଷ୍ଟିଂରେ ”ଲକ୍ଡ଼ାଉନ“ ନିରର୍ଥକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) କହିଛି। ଯେଉଁ ପର୍ଯ୍ୟନ୍ତ ବ୍ୟାପକ ଟେଷ୍ଟ କରାଯାଇନାହିଁ , ସେ ଯାଏ ”ଲକ୍ଡ଼ାଉନ“ ଉଠାଇଲେ ବିପଦଜନକ ବୋଲି ସ୍ପଷ୍ଟ ମତ ରହିଛି । ତେଣୁ ସାଢେ ଚାରି କୋଟି…
ହ୍ବାଟ୍ମୋର୍ ବରୋଦା ରଣ୍ଜୀ ଟିମ୍ କୋଚ୍ ନିଯୁକ୍ତ
ବଦୋଦରା, ୧୯।୪ (ପି.ଟି.)- ଶ୍ରୀଲଙ୍କାକୁ ବିଶ୍ୱକପ୍ ବିଜୟୀ କରିଥିବା ଅଷ୍ଟ୍ରେଲୀୟ କୋଚ୍ ଡେଭ୍ ହ୍ବାଟମୋର ରବିବାର ବରୋଦା ରଣଜୀ ଦଳର କୋଚ୍ ଓ କ୍ରିକେଟ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ କ୍ରିକେଟ ଆସୋସିଏଶନ (ବିସିଏ) ସଂପାଦକ ଅଜିତ ଲେଲେ ଏହା…
କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ
ଜୁନାଗଡ,୧୯।୪(ଡି.ଏନ୍.ଏ)-ଜୁନାଗଡ ସହର ଅଗ୍ରସେନ ଭବନଠାରେ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୧ଜଣ ମହିଳା,ପୁରୁଷ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ କଳାହାଣ୍ଡି ପୋଲିସ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।…
କରୋନା ମାଡ଼ ପରେ ଚାଷୀଙ୍କୁ କରାମାଡ଼ ଚିନ୍ତା
ଦେଓଗାଁ,୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ କରୋନା ଯୋଗୁଁ ହୋଇଥିବା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଏବେ ଅଦିନିଆ ବର୍ଷା ଓ କରାମାଡ଼ ଚିନ୍ତା ଘାରିଛି। ଶନିବାର ସନ୍ଧ୍ୟାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ଝଡବର୍ଷା ହୋଇଥିଲା…
ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗ୍ରହ
ପାଟଣାଗଡ, ୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ରାମସାଗର ଠାରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୫୦…
ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ
ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍ଡାଉନ୍ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୩ ହଜାର ୧ ଶହ ଟଙ୍କା, ୧୩ଟି ବାଇକ୍, ୫ଟି ମୋବାଇଲ ଫୋନ୍ ଓ…
୪୩୦ କି.ମି.ଚାଲି ପାଇକମାଳରେ ପହଞ୍ଚିଲେ ୨୦ ଶ୍ରମିକଙ୍କ ପରିବାର
ପାଇକମାଲ, ୧୯।୪ (ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାର ଏକ ଇଟାଭାଟିରେ କାମ କରୁଥିବା ୨୦ ଦାଦନ ଶ୍ରମିକଙ୍କ ପରିବାରର ମୋଟ ୨୮ ସଦସ୍ୟ ଶନିବାର ପାଇକମାଲ ବ୍ଲକ କାଂସଡା ପଞ୍ଚାୟତରେ ପହଞ୍ଚିଛନ୍ତି । ଲକ୍ ଡାଉନ କଟକଣା ସତ୍ତ୍ବେ ସେମାନେ ୪୩୦ କିମି…
କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ
ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ କରେନା କଟକଣା ପ୍ରାୟ ୭ ଶହ ବର୍ଷର ପରମ୍ପରା ଭାଙ୍ଗି ଦେଇଛି। କେବଳ ପୂଜକଙ୍କ…
ଛତିଶଗଡରୁ ସାଇକେଲରେ ଫେରୁଛନ୍ତି ୪ ଓଡିଆ ଶ୍ରମିକ
ସୋନପୁର,୧୯।୪(ନି.ପ୍ର.): କରୋନା ଭୂତାଣୁ ସଂକମ୍ରଣକୁ ରୋକିବା ପାଇଁ ଲକ୍ଡାଉନ୍ରେ ରହିଛି ସାରା ଦେଶ। ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ କର୍ମସଂସ୍ଥାନ ହରାଇ ବହୁ ଦୁଃଖରେ ଅଛନ୍ତି। ଶ୍ରମିକଙ୍କ ନିକଟରେ…
ଆଦିବାସୀଙ୍କୁ ମିଳିନି ସହାୟତା, ପତ୍ରରେ ତିଆରି ମାସ୍କ ସାହାରା
ଛତ୍ରପୁର,୧୯ା୪(ଡି.ଏନ୍.ଏ.)-ଗଞ୍ଜାମ ଜିଲାରେ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାରଠାରୁ ଆରମ୍ଭ କରି ପାଣି, ବିଭିନ୍ନ ସରକାରୀ ସହାୟତା ଆଦି ପାଇବାରୁ ବଞ୍ଚିତ ଥିବାବେଳେ ବର୍ତ୍ତମାନର ଲକ୍ଡାଉନ ସମସ୍ୟା ଦ୍ୱିଗୁଣିତ କରିଛି। ଏମାନେ କାମ ପାଇଁ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ମହାମାରୀ କରୋନା…
Archives


