Home

ଦୋକାନରୁ ଚୋରି କରି ନିଆଁ ଲଗାଇଲେ

ଯାଁଳା,୨୪ା୩(ଡି.ଏନ୍‌.ଏ.)- ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଥିବା ଏକ ଫଳ ଦୋକାନରୁ ସୋମବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଫଳ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଖବରପାଇ ଯାଁଳା ପୋଲିସ…

ଅଧା କର୍ମଚାରୀଙ୍କୁ ଛୁଟି ଦେଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୪ା୩ (ଡି.ଏନ୍‌.ଏ)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି ନିରତାର ଦିବ୍ୟାଙ୍ଗ ଗବେଷଣା ଓ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୋମବାର କେତେକ କଟକଣା ଜାରି କରାଯାଇଛି।…

ଫିକା ପଡିବ ଅଲିମ୍ପିକ୍‌ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ

ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍‌ ମଶାଲ ରିଲେ ଫିକା ପଡିବା ନିଶ୍ଚିତ ହୋଇଛି। ଜାପାନର ଉତ୍ତର…

ସଂକ୍ରମିତଙ୍କ ଛେପକୁ ସାବଧାନ !

ଓ୍ବାଶିଂଟନ,୨୪।୩: କରୋନା ଭୂତାଣୁ ସଂକ୍ରମଣ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ସଂକ୍ରମିତଙ୍କ ଛେପ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ଭୂତାଣୁ ଆଦ୍ର ପୃଷ୍ଠଭୂମିରେ ଶୀଘ୍ର ବ୍ୟାପିଥାଏ। ତେଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଏଣେତେଣେ ଛେପ…

କରୋନା ସଚେତନତା: ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ସ୍ବାସ୍ଥ୍ୟ ଏବଂ କୋଭିଡ-୧୯ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ। ମାତ୍ର ଅନ୍ୟ ସମସ୍ତ…

ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶ ଲକ୍‌ଡାଉନ୍‌

ଲକ୍ଷ୍ନୌ,୨୪।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଉତ୍ତରପ୍ରଦେଶର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶର ସମସ୍ତ ଜିଲାରେ ଲକ୍‌ଡାଉନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଘୋଷଣା କରିଛନ୍ତି।…

ବଢ଼ିଲା କ୍ଲୋରୋକ୍ୱିନ୍‌ ଚାହିଦା: ଇପ୍କାର ଶେୟାରରେ ୧୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମିତଙ୍କ ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଣ୍ଡିଆନ୍‌ ମେଡ଼ିକାଲ୍‌ କାଉନସିଲ୍‌ ରିସର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଏହାପରେ କ୍ଲୋରୋକ୍ୱିନ୍‌ର ଚାହିଦା ଯଥେଷ୍ଟ ବଢ଼ିବାରେ ଲାଗିଛି। ଏହା ସହିତ ଏହାର ନିର୍ମାତା କମ୍ପାନୀ ଇପ୍କା…

ହୋମ କ୍ବାରାଣ୍ଟାଇନ୍‌ରେ ୧୪ ଶିଷ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୨୪।୩: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି। ଶଙ୍କରାଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିଥିଲେ। କାର୍‌ ଯୋଗେ ଶଙ୍କରାଚାର୍ଯ୍ୟ ତାଙ୍କର ୧୪ଜଣ ଶିଷ୍ୟଙ୍କ ସହ ସାଢ଼େ…

ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ…

ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ସସ୍‌ପେନ୍ସ

ପୁରୀ ଅଫିସ, ୨୩।୩: ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କାକୁ ନେଇ ପୁଣି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ୟୁନିୟନ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜନ୍ନାଥଙ୍କ ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛି ମନ୍ଦିର ପ୍ରଶାସନ। ପୁନଶ୍ଚ ଟେଣ୍ଡର ହୋଇ…

ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ

ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସଦସ୍ୟ ଡିକ୍‌ ପାଉଣ୍ଡ ଏ ନେଇ ସୂଚନା ଦେଇଛନ୍ତି।…

ସାରା ପୃଥିବୀରେ କରୋନା ଆତଙ୍କ: ଚାଇନାର ହୁବେଇରୁ ହଟିବ ଲକ୍‌ଡାଉନ୍‌

ବେଜିଂ,୨୪।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଚାଇନାର ହୁବେଇରୁ ଦୀର୍ଘ ଦିନ ଧରି ଜାରି ରହିଥିବା ଲକ୍‌ଡାଉନ୍‌ ମଙ୍ଗଳବାର ରାତିରୁ ହଟାଇ ନିଆଯିବ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ସ୍ଥିତି ଉପରେ ନିୟନ୍ତ୍ରଣ ଅଣାଯିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri