କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟିର ସହାୟତା ମାଗିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ…
ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର
ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମର ୫ ଜଣ ପିଲା ଗାଧୋଇବା ପାଇଁ କୁଶାସିଙ୍ଗା ଘାଟକୁ ରବିବାର ପୂର୍ବାହ୍ନରେ ଯାଇଥିଲେ।…
ନେପାଳ ସଂସଦରେ ସଂଶୋଧନ ବିଲ୍ ଆଗତ: ନୂଆ ମାନଚିତ୍ରରେ ଭାରତର ୩ ଅଞ୍ଚଳ
ନୂଆଦିଲ୍ଲୀ/କାଠମାଣ୍ଡୁ,୩୧।୫: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନେପାଳ ସରକାର ରାଜନୈତିକ ମାନଚିତ୍ର ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ଆଗତ କରିଛନ୍ତି। ଏହାକୁ ନେପାଳ ଆଇନମନ୍ତ୍ରୀ ଶିବମାୟା ତୁମ୍ବାହମ୍ଫେ ଆଗତ କରିଛନ୍ତି। ନେପାଳର ନୂଆ ମାନଚିତ୍ରରେ ଭାରତର…
ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀ-ଗୁଜରାଟରେ ଆଲର୍ଟ
ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ଓ ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଗୁପ୍ତ ସୂଚନା ମିଳିବାପରେ ଏଠାରେ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ୍, ହିଜିବୁଲ୍ ମୁଜାହିଦ୍ଦିନ୍ ଏବଂ ଲଶ୍କର-ଇ-ତୋଏବା ପକ୍ଷରୁ ଆକ୍ରମଣ ଲାଗି ଯୋଜନା କରାଯାଉଥିବା ସମ୍ପର୍କରେ ଗୋଇନ୍ଦା ବିଭାଗ ପକ୍ଷରୁ…
କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା
କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏହି ୩ ଜଣ ତାମିଲନାଡୁରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ। ସେମାନଙ୍କ ଘର…
ହତ୍ୟା ଉଦ୍ୟମ ମାମଲା: ଜେଲ୍ ଗଲେ ଦୁଇ ଭାଇ
ଦିଗପହଣ୍ଡି,୩୧ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛିି। ଉଭୟଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରାଯାଇଥିବା ଆଇଆଇସି…
ଗୁଣ୍ଠାଓ୍ବାର୍ଡା କ୍ୱାରାଣ୍ଟାଇନ୍ ସେଣ୍ଟରରେ ମହିଳାଙ୍କ ସନ୍ତାନ ପ୍ରସବ
ଚିତ୍ରକୋଣ୍ଡା,୩୧ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାର୍ଡl କ୍ୱାରାଣ୍ଟାଇନ୍ ସେଣ୍ଟରରେ ବାହାର ରାଜ୍ୟରୁ ଫେରି ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ତାଙ୍କ ଘର ଗୁଣ୍ଠାଓ୍ବାର୍ଡା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମରେ। ସୂଚନାଯୋ୍ୟ, କନ୍ଧଗୁଡ଼ା ଗ୍ରାମର ସୁଧୀର…
ପ୍ରଦର୍ଶନକାରୀଙ୍କୁ ଟ୍ରମ୍ପ୍ଙ୍କ ଚେତାବନୀ: ଆମ ପାଖରେ ରହିଛି ଭୟଙ୍କର କୁକୁର ସହିତ ମାରଣାସ୍ତ୍ର
ଓ୍ବାଶିଂଟନ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଜଣେ ଅଣ-ଶ୍ୱେତାଙ୍ଗଙ୍କ ମୃତ୍ୟୁ ନେଇ ପ୍ରଦର୍ଶନ ଜାରି ରହିଛି। ମିନେସୋଟା ରାଜ୍ୟର ମିନେପୋଲିସ ସହରରେ ପୋଲିସ ହେପାଜତରେ ଅଣ-ଶ୍ୱେତାଙ୍ଗ ଜର୍ଜ ଫ୍ଲୋୟର୍ଡଙ୍କ ମୃତ୍ୟୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା…
ମୂଲ୍ୟବାନ କାଠ ପଟା, କରତ ଜବତ
ଓଡ଼ଗାଁ,୩୧ା୫(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନ ବିଭାଗ ରବିବାର ସକାଳୁ ବାହାଡ଼ାଝୋଲା ସେକ୍ସନ କଇଁଠପଲି ଗାଁରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ପଟା ଜବତ କରିଛି। ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ପାଳ ଘୋଡ଼ା ହୋଇ କେତେକ ପଟା ରହିଥିବା ବିଭାଗ…
ଭିକ ମାଗି ସମାଜସେବା କରୁଥିବା ରାଜୁଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଭିକ ମାଗି ସମାଜସେବା କରୁଥିବା ପଞ୍ଜାବର ପଠାଣକୋଟ ବାସିନ୍ଦା ରାଜୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ରାଜୁ ନିଜେ ଦିବ୍ୟାଙ୍ଗ। ସେ ଭିକ ମାଗି ଚଳିଥାନ୍ତି। ତେବେ…
ଦିଲ୍ଲୀରେ ବଡ଼ଧରଣର ଭୂକମ୍ପ ହେବାର ରହିଛି ଆଶଙ୍କା: ଦେଢ଼ ମାସରେ ୧୦ଥର ଥରିଲାଣି ଦେଶର ରାଜଧାନୀ
ନୂଆଦିଲ୍ଲୀ,୩୧।୫: ଗତ ଦେଢ଼ ମାସ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ଥର କମ୍ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହା ଆଗାମୀ ଦିନରେ ଏଠାରେ ବଡ଼ଧରଣର ଭୂକମ୍ପ ହେବାର ଆଶଙ୍କାକୁ ସୂଚିତ କରୁଛି। ଏନେଇ ଓ୍ବାଡ଼ିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଲୟାନ ଜିଓଲୋଜିର ମୁଖ୍ୟ…
ଏବେ ଦେଶ ହେଲା ଅନ୍ଲକ୍, ସତର୍କତା ଜରୁରୀ: ମୋଦି
ନୂଆଦିଲ୍ଲୀ,୩୧।୫: ଏବେ ଦେଶ ଅନ୍ଲକ୍ ହୋଇଛି। ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଦେଶର ଏକ ବୃହତମ କ୍ଷେତ୍ରକୁ ଖୋଲି ଦିଆଯାଇଛି। ତେବେ କରୋନା ମହାମାରୀ ରହିଛି। ତେଣୁ ପ୍ରତିଟି କାର୍ଯ୍ୟରେ ତଥା କ୍ଷେତ୍ରରେ ସତର୍କତା ଜରୁରୀ। ୬୫ ତମ ମନ୍ କି ବାତ୍…

