Posted inଜାତୀୟ

ଦିଲ୍ଲୀରେ ବଡ଼ଧରଣର ଭୂକମ୍ପ ହେବାର ରହିଛି ଆଶଙ୍କା: ଦେଢ଼ ମାସରେ ୧୦ଥର ଥରିଲାଣି ଦେଶର ରାଜଧାନୀ

ନୂଆଦିଲ୍ଲୀ,୩୧।୫: ଗତ ଦେଢ଼ ମାସ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହା ଆଗାମୀ ଦିନରେ ଏଠାରେ ବଡ଼ଧରଣର ଭୂକମ୍ପ ହେବାର ଆଶଙ୍କାକୁ ସୂଚିତ କରୁଛି। ଏନେଇ ଓ୍ବାଡ଼ିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ ଜିଓଲୋଜିର ମୁଖ୍ୟ ଡ. କଳାଚାନ୍ଦ ସେନ୍‌ କହିଛନ୍ତି। ଦିଲ୍ଲୀ  ଭୂକମ୍ପ ପ୍ରବଣ ଜୋନ୍‌ରେ ରହିଛି। ଦିଲ୍ଲୀ ସହରର ପରିସୀମାକୁ ଲାଗି ବହୁ ଘରୋଇ କୋଠା ନିର୍ମିତ ହୋଇଛି। ଏସବୁ କୋଠା ନିର୍ମାଣରେ ସରକାରଙ୍କ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ମାର୍ଗଦର୍ଶିକାକୁ ପାଳନ କରାଯାଇ ନାହିଁ। ଏପରିସ୍ଥଳେ ଯଦି ୫.୫ ଅବା ୬.୦ ତୀବ୍ରତାଯୁକ୍ତ ଭୂକମ୍ପ ଆସେ ତେବେ ଦିଲ୍ଲୀରେ ସଙ୍କଟ ଦେଖାଯିବ ବୋଲି କଳାଚାନ୍ଦ କହିଛନ୍ତି। ମେ ୨୯ରେ ଦିଲ୍ଲୀରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୫ ଥିଲା। ଏହାର ତୀବ୍ରତା ଅଳ୍ପ ଅଧିକ ହୋଇଥିଲେ ଦିଲ୍ଲୀରେ ଏହାର ପ୍ରଭାବ ଦେଖିବାକୁ ମିଳିଥାନ୍ତା। ଏପ୍ରିଲ୍‌ ୧୨ରୁ ମେ ୨୯ ମଧ୍ୟରେ ଦିଲ୍ଲୀ ୧୦ ଥର ଥରିଛି। ଏହି ସମୟ ମଧ୍ୟରେ ଉତ୍ତରାଖଣ୍ଡରେ ୪ଥର ଏବଂ ହିମାଚଳପ୍ରଦେଶରେ ୬ ଥର ଭୂକମ୍ପ ସୃଷ୍ଟି ହୋଇଛି। ଏହା ଭବିଷ୍ୟତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସତର୍କ ସୂଚନା ଦେଇଥିବା କଳାଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri