Home

କରୋନା ଭୂତାଣୁ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ସୀମାକୁ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା ଲାଗି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ସରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ କରୋନା ଭୂତାଣୁ ଏତେ…

ମାତା-ପିତାଙ୍କ ପାଇଁ ଭାବପ୍ରବଣ ଚିଠି ଲେଖିଲେ ସଚିନ ତେନ୍ଦୁଲକର

ଦେଶରେ କରୋନା ମହାମାରୀ ଧିରେ ଧିରେ ଜଟିଳ ରୂପ ଧାରଣ କରିଛି। ଏହି ସମୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମାତାପିତାଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି। ‘ଗଡ ଅଫ କ୍ରିକେଟ’ ଭାବରେ ଜଣାଶୁଣା ସଚିନ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା…

କାଳବୈଶାଖୀର ତାଣ୍ଡବରେ ଗଛଭାଙ୍ଗି ରାସ୍ତା ଅବରୋଧ : ବିଧାୟକ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ କଲେ ସଫା

ପାଟଣା,୨।୬(ସ୍ବ.ପ୍ର.): କାଳବୈଶାଖୀ ତାଣ୍ଡବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ବହୁ କ୍ଷତି ଘଟିଛି। ଏଠାରେ ଘଡ଼ଘଡ଼ି ସାଙ୍ଗୁ ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି। ଗଛ ଭାଙ୍ଗି ରାସ୍ତା ଅବରୋଧ…

ଜୁନ୍‌ ୧୭ରେ ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ

ଜେନେଭା, ୨।୬: ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍‌ ୧୭ରେ ହେବ। ଏନେଇ ସୂଚନା ପ୍ରକାଶ ପାଇଛି। ଫ୍ରାନ୍ସ୍‌ର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ସୂଚନା ପ୍ରକାଶ ପାଇଛି। ପରିଷଦର ୫ ଅସ୍ଥାୟୀ ସଦସ୍ୟତା ପାଇଁ ହେବାକୁ ଥିବା ଏହି ନିର୍ବାଚନରେ…

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ କରୋନା ତା’ର ଉପସ୍ଥିତି ଜାହିର କରିଛି। ଏଠାରେ ଏକାଥରକେ ୧୩ ଜଣ କରୋନାରେ ପୀଡ଼ିତ ଥିବା ମଙ୍ଗଳବାର ସକାଳେ ଜଣାପଡିବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି। ଦେଶରେ ଅନ୍‌ଲକ ୧.୦…

ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଓଡ଼ାପଡ଼ା, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…

୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ହଜାର ହଜାର କିଲୋମିଟର ଚାଲି ଚାଲି ଘରକୁ ଫେରୁଥିଲା…

ଭାରତରେ କରୋନା ଲଢ଼େଇ: ପ୍ରତି ୧୦ ଲକ୍ଷରେ ଘଟୁଛି ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟୁଛି। ସେହିପରି ପ୍ରତି ୧୦ ଲକ୍ଷରେ ୨,୭୮୩ ଜଣଙ୍କ ନମୁନା ପରୀକ୍ଷା…

ଆତ୍ମନିର୍ଭର ଭାରତ ପାଇଁ ୫-ଆଇ ଯୋଜନା, ଲୋକେ ପାଦେ ଆଗେଇଲେ ସରକାର ଆଗେଇବେ ୪ ପାଦ: ମୋଦି

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଖୁବ୍‌ ଶୀଘ୍ର ଏଥିରେ ସୁଧାର ଆସିବ। ଦେଶପୁଣି ବିକାଶ ପଥରେ ଅଗ୍ରସର ହେବ। ଆତ୍ମନିର୍ଭର ଭାରତ ପାଇଁ ସରକାରଙ୍କ ପକ୍ଷରୁ ୫-ଆଇ ଯୋଜନା ପ୍ରସ୍ତୁତ କରାଯାଇଛି।…

CORONAVIRUS UPDATE:ରାଜ୍ୟରେ ଶତକ ଛୁଇଁଲା ୭ ଜିଲା; ସର୍ବାଧିକ ଆକ୍ରାନ୍ତ ତାଲିକା ଶୀର୍ଷରେ ଗଞ୍ଜାମ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୧୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚିଛି। ସେଥିରୁ ୯୯୧ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।…

୨ ହଜାର କିମି ଚାଲି ଚାଲି ଘରେ ପହଞ୍ଚିଲେ ଶ୍ରମିକ, ଘର ପାଖରେ ସାପ କାମୁଡିବାରୁ ଜୀବନଗଲା

ଗୋଣ୍ଡା,୨।୬: ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଙ୍ଗାଲୁରୁରୁ ଗୋଣ୍ଡା ପ୍ରାୟ ୨ ହଜାର କିମି ଚାଲି ଚାଲି ଆସିଥିବା ଜଣେ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ଗୋଣ୍ଡାର ଥାନେପୁର ଗାଁରେ ରହୁଥିବା ସଲମାନ ନାମକ ଶ୍ରମିକ…

୬ ବର୍ଷରେ ପୋଲିସ ଗୁଳିରେ ୭,୬୬୬ କୃଷ୍ଣକାୟଙ୍କ ଯାଇଛି ଜୀବନ: କାଲିଫର୍ନିଆରେ ସର୍ବାଧିକ

ଓ୍ବାଶିଂଟନ, ୨।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ଥମିବାର ନାଁ ଧରୁନି। ମିନିଆପଲିସ ସହରରେ ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିତ୍ଲା। ଏବେ ଏହା ଦେଶର ୪୦ଟି ସହରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?