କୋଭିଡ୍-୧୯ ଲଢ଼େଇରେ ସିଟିଟିସି
ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଭାରତର ମହାକାଶ ଅଭିଯାନ ‘ମଙ୍ଗଳାୟନ’ ଏବଂ ‘ଚନ୍ଦ୍ରାୟନ-୨’ ପ୍ରସ୍ତୁତିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବାପରେ ଏବେ କୋଭିଡ୍-୧୯ ଲଢେଇରେ ଗୁରୁଦାୟିତ୍ୱ ନେଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି)। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟ…
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଏସ୍ଆଇ ନିଲମ୍ବିତ
ପାରଳାଖେମୁଣ୍ଡି, ୧୩ା୫(ସ୍ବ.ପ୍ର.) : ଜଣେ ଯୁବତୀଙ୍କୁ ଗଜପତି ଜିଲା ଆର.ଉଦୟଗିରି ଥାନା ଏସଆଇ ରମେଶ ଜେନା ପ୍ରତାରିତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଗଜପତି ଏସପି ସାରା ଶର୍ମା କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହି ଏସଆଇ ପୁରୀର…
୫୫ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ପଠାଇଲା ଜିଲା ପ୍ରଶାସନ
ମାଲକାନଗିରି,୧୩ା୫ (ଡି.ଏନ୍.ଏ.): ନିଜ ରାଜ୍ୟ ହାଇଦ୍ରାବାଦର ସିକନ୍ଦରାବାଦକୁ ଚାଲିଚାଲି ଯାଉଥିବା ୫୫ ଜଣ ଶ୍ରମିକଙ୍କୁ ମାଲକାନଗିରି ଜିଲା ପ୍ରଶାସନ ବୁଧବାର ଗାଡି ବ୍ୟବସ୍ଥା କରି ନିଜ ରାଜ୍ୟକୁ ପଠାଇଛନ୍ତି। ଏହି ଶ୍ରମିକମାନେ ଚାଲିଚାଲି ଓଡିଶା ସୀମାନ୍ତ ମୋଟୁ ଠାରେ ପହଞ୍ଚତ୍ବା ପରେ…
ନାବାଳିକାଙ୍କୁ ଗଣବଳାତ୍କାର, ୩ ଗିରଫ
ବାରିପଦା ଅଫିସ,୧୩ା୫- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ମଧୁବନ ପଡ଼ିଆ ନିକଟସ୍ଥ ଏକ ଗ୍ୟାରେଜରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଯୁବକ ହେଲେ ବାରିପଦା ଷ୍ଟେଶନ ବଜାରର…
ହାଇଦ୍ରାବାଦରୁ ଚାଲିଚାଲି ଆସୁଥିବା ଶ୍ରମିକଙ୍କ ରାସ୍ତାରେ ଜୀବନ ଗଲା
ମାଲକାନଗିରି,୧୩ା୫ (ଡି.ଏନ୍.ଏ.): କରୋନା ସାରା ବିଶ୍ୱରେ ଅନେକ ପରିବାରକୁ ଉଜାଡି ଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଅନେକଙ୍କ ମୃତ୍ୟୁ ଘଟିଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଅନ୍ୟ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଶ୍ରମିକ। ଲକ୍ଡାଉନ ପରେ ବିଭିନ୍ନ କଳକାରଖାନା, ନିର୍ମାଣ…
ଆର୍ଥିକ ପ୍ୟାକେଜ ସମ୍ପର୍କରେ ଯାହା କୁହନ୍ତି …
-ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବ୍ୟବସାୟ ବିଶେଷ କରି ଏମ୍ଏସ୍ଏମ୍ଇ ସେକ୍ଟର ସମ୍ମୁଖୀନ ହୋଇଥିବା ସମସ୍ୟା ଦୂର କରିବାରେ ସହାୟକ ହେବ। ଏହା ନଗଦ ବଢ଼ାଇବା ସହ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ…
ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ଗଲା
ଦେବଗଡ,୧୩।୫(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଅନ୍ତେବାସୀଙ୍କୁ ସାନିଟାଇଜର, ସାବୁନ ଓ ମାସ୍କ ଆଦି ପ୍ରଦାନ କରାଯାଇଛି। ଜେଲ ପ୍ରକୋଷ୍ଠରେ ଅନ୍ତୋବାସୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ…
ଜୁନାଗଡ ଓକିଲ ସଂଘ ବାଛିଲା ଅନ୍ତରୀଣ କମିଟି
ଜୁନାଗଡ,୧୩।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ଓକିଲ ସଂଘ କାର୍ଯ୍ୟନିର୍ବାହୀ କମିଟିର ଜରୁରୀକାଳୀନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ଓକିଲ ସଂଘ ସଭାପତି ଅଶୋକ କୁମାର…
ଚିକିତ୍ସା ସହାୟତା ପାଇଁ ନିବେଦନ, ଧରିତ୍ରୀ ଖବରକୁ ଟୁଇଟ୍ କଲେ ସାମାଜିକ କର୍ମୀ
ବରଗଡ଼ ଅଫିସ୍,୧୩।୫: ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ଭାନୁମତୀ ଓ ଉଦ୍ଧବ ଗୁଣ୍ଡିଙ୍କ ଏକବର୍ଷର ଶିଶୁକନ୍ୟା ନିକିତାଙ୍କ ଶରୀର ଦିନକୁ ଦିନ ବଙ୍କେଇ ଯାଉଛି । ପ୍ରବାସୀ ଶ୍ରମିକ ପରିବାର ହୋଇଥିବା ଯୋଗୁ ସେମାନେ ଶିଶୁକନ୍ୟାର ଚିକିତ୍ସା ପାଇଁ…
ଧାନବିକ୍ରି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ
ବରଗଡ଼ ଅଫିସ୍,୧୩।୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୫ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । କେତେକ ଚାଷୀଙ୍କୁ ଟୋକନ ମିଳି ନଥିବା ଯୋଗୁ ଧାନବିକ୍ରିରୁ ସେମାନେ…
ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍ଡାଉନ, ଦୋକାନ ବଜାର ବନ୍ଦ
ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କୁମ୍ଭାର ୧୨ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଥିଲେ। ଫଳରେ…
ବାଲିଯୋରୀ କପଡ଼ା ବଜାର ବନ୍ଦ, ସ୍ଥାନାନ୍ତର ଦାବି କଲେ ଗ୍ରାମବାସୀ
ବରଗଡ଼ ଅଫିସ୍,୧୩।୫: ବରଗଡ଼ ଜିଲା ବେହେରା ମାର୍କେଟ୍ ୟାର୍ଡ଼ରେ ବସୁଥିବା ବାଲିଯୋରୀ କପଡ଼ା ବଜାରକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବୁଧବାର ବାଲିଯୋରୀ ଗ୍ରାମବାସୀ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ…
Archives


