୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି
ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ତଥା କୁଳାଧିପତି ୩ମାସ କାର୍ଯ୍ୟକାଳ…
ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଊର୍ଦ୍ଧ୍ୱ ଟପିଥିବା ବେଳେ ୩ହଜାର ଊର୍ଦ୍ଧ୍ୱ ମୃତ୍ୟୁ…
‘କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ’
ଭଦ୍ରକ ଅଫିସ,୧୦ା୬ – କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଭଳି ପୂଜ୍ୟପୂଜାଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏମ୍ପି ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ…
ମୋ’ ବସରେ କ୍ୟୁଆର୍ କୋଡ୍ ସେବା ଆରମ୍ଭ
ଭୁବନେଶ୍ୱର, ୧୦ା୬ (ବ୍ୟୁରୋ)-କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ତରଫରୁ ମୋ’ ବସ୍ରେ କ୍ୟାସଲେସ୍ ଟିକେଟ୍ ସେବାର ଆରମ୍ଭ ହୋଇଛି। ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସମ୍ପ୍ରସାରଣକୁ କମ୍ କରିବା ଦିଗରେ ଏକ…
ପୂଜା ବେଳେ ବଜ୍ରପାତ: ଜଣେ ମୃତ, ୧୦ ଆହତ
ବାରିପଦା ଅଫିସ,୧୦ା୬- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ନୂଆଗାଁଠାରେ ମଙ୍ଗଳବାର ଅପରାହ୍ନରେ ଲୋକେ ମେଳି ହୋଇ ପୂଜା କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କୁଅଁରଡିହି ଗ୍ରାମର…
ବାଘ ଆତଙ୍କ, ପାଦ ଚିହ୍ନକୁ ନେଇ ତର୍ଜମା କରୁଛି ବନ ବିଭାଗ
ବଡ଼ସାହି,୧୦ା୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଗାଁକୁ ଫେରୁଥିବା ଜନୈକ ବ୍ୟକ୍ତି…
ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ହୋମ କ୍ୱାରାଣ୍ଟାଇନରେ ରହିଲେ ରାୟଗଡ଼ା ସିଡିଏମ୍ଓ
ରାୟଗଡା ଅଫିସ,୧୦।୬-ରାୟଗଡା ଜିଲାରେ ବୁଧବାର ୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯୁବତୀ ରହିଥିବାବେଳେ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ସେମାନେ ନିକଟରେ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନରେ ଥିଲେ। ସେହିପରି ଅନ୍ୟ ଆକ୍ରାନ୍ତ ଜଣକ…
ବଜ୍ରପାତରେ ଚାଲିଗଲା ୨ ଭଉଣୀଙ୍କ ଜୀବନ
କାମାକ୍ଷାନଗର,୧୦।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ପଞ୍ଚାୟତ କରଡାପାଳ ଗ୍ରାମର ରଜନୀ ଦେହୁରୀ(୪୬) ଓ କୌଶଲ୍ୟା ଦେହୁରୀ(୫୨) ବୁଧବାର ଅପରାହ୍ନରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଦୁହେଁ ସମ୍ପର୍କରେ ଦୁଇ ଭଉଣୀ। ରଜ ପାଇଁ ଉଭୟେ କାଲବୁଧିଆ ଗ୍ରାମକୁ ଧାନ ପେଶିବା ପାଇଁ…
ମେଲୋଡି କଳାକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ‘ହ୍ୟୁମାନ ସାଗର’
କଟକ ଅଫିସ,୧୦ା୬: ଲକ୍ଡାଉନ ମଧ୍ୟରେ ବାନ୍ଧି ହୋଇ ଯାଇଛି କଳା ଜଗତ ଓ କଳାକାରଙ୍କ ଜୀବନ ଜୀବିକା। କଳା ଜଗତକୁ ବଞ୍ଚାଇବା ନିମନ୍ତେ ସରକାରୀ ସହାୟତା ମିଳିବା ଉଚିତ ବୋଲି ବିଭିନ୍ନ ବର୍ଗରୁ ଦାବି ହେଉଛି। ରାଜ୍ୟର ଅନେକ ବରିଷ୍ଠ କଳାକାର…
ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ: ଭାରତ, ଦକ୍ଷିଣ ଆଫ୍ରିକା ସହିତ ଆଲୋଚନା ଚାଲିଛି; ଇସିବି
ଲଣ୍ଡନ,୧୦।୬(ପି.ଟି.): ଚଳିତ ବର୍ଷ ଶେଷ ଆଡକୁ ଏକ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା ଚାଲିଛି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ (ଇସିବି) ତରଫରୁ କୁହାଯାଇଛି। ଇଂଲଣ୍ଡ ବିପକ୍ଷରେ…
ଇଞ୍ଜୁରୀ କାରଣରୁ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଫେଡରର ଖେଳିବେନି
ଲଣ୍ଡନ,୧୦।୬(ଏପି): ଚଳିତ ୨୦୨୦ ବର୍ଷରେ ଆୟୋଜନ ହେବାକୁ ଥିବା ବାକି ଟୁର୍ନାମେଣ୍ଟଗୁଡିକରୁ ବାଦ୍ ପଡିଛନ୍ତି ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ୍ ତାରକା ରୋଜର ଫେଡରର। ଡାହାଣ ଆଣ୍ଠୁରେ ଦେଖାଦେଇଥିବା ଆଘାତ ସମସ୍ୟା ଓ ଅସ୍ତ୍ରୋପଚାରରୁ ସେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିପାରିନାହାନ୍ତି।…
ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଜିଭୋଜିକ୍ଙ୍କ ଅବସର
କିଏଭ୍ ,୧୦।୬ (ଏପି): ପୂର୍ବତନ ବିଶ୍ୱ ଲାଇଟ୍ ହେଭିଓ୍ବେଟ୍ ବକ୍ସିଂ ଚାମ୍ପିୟନ ଆଲେକଜାଣ୍ଡାର ଜିଭୋଜିକ୍ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କ ମ୍ୟାନେଜର ଏଗିସ୍ କ୍ଲିମାସ ବୁଧବାର ସୂଚନା ଦେଇଛନ୍ତି। ଜିଭୋଜିକ୍ ୨୦୧୮ ଡିସେମ୍ବରରେ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଥିଲେ।…

