Home

ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟରେ ୪୦ ହଜାର କୋଟି ଟଙ୍କା ବଢିଲା ମନରେଗା ବଜେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟର ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କରିଛନ୍ତି। ଏଥର ପ୍ୟାକେଜରେ ଲ୍ୟାଣ୍ଡ, ଲେବର, ଲ, ଲିକ୍ୟୁଡିଟି ଉପରେ ଗୁରତ୍ୱ ଦିଆଯାଇଥିବା…

ଭଣ୍ଡାରିପୋଖରୀରେ ୨ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫

ଭଣ୍ଡାରିପୋଖରୀ,୧୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ପରେ ବ୍ଲକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବ୍ଲକର ରହଣିଆ ଓ କୁରିଗାଁରେ ଏହି ଦୁଇ ପଜିଟିଭ୍‌ ଚିହ୍ନଟ ପରେ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଉଭୟ…

ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ପୋଲିସ

ଭଦ୍ରକ ଅଫିସ,୧୭ା୫: ମହାମାରୀ କରୋନା ଯୋଗୁ ବିପଦରେ ପଡ଼ିଛି ଜୀବନ ଜୀବିକା। ଡହଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରମୁହାଁ ହୋଇଛନ୍ତି ପ୍ରବାସୀ। ଏଭଳି ସ୍ଥିତିରେ କେହି ଯେମିତି ଭୋକିଲା ନ ରହିବେ ସେନେଇ ବେଶ୍‌ ଯତ୍ନବାନ…

ସରପଞ୍ଚଙ୍କୁ କରୋନା

ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ ପଞ୍ଚାୟତର ଅନ୍ୟ ୨ ଜଣ ମଧ୍ୟ ଚିହ୍ନଟ ହୋଇଛନ୍ତି। ସେହିପରି ଭୋଗରାଇ ବ୍ଲକର ୯,…

ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଛି। ଚିହ୍ନଟ ଆକ୍ରାନ୍ତମାନେ ଭୋଗରାଇ ଓ ଜଳେଶ୍ୱର ବ୍ଲକର ବୋଲି ଜଣାପଡ଼ିଛି।…

କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗି ଯାଇଛନ୍ତି। ଇତିମଧ୍ୟରେ ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ)କହିଛି ଏବେସୁଦ୍ଧା…

୨୪ ଘଣ୍ଟାରେ ୧୨୦ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪,୯୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାସହ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।…

କରୋନା ସଂକ୍ରମିତଙ୍କୁ ଭଲ କରିବ ‘ଇଣ୍ଟରଫେରନ’

ଟରଣ୍ଟୋ,୧୭।୫(ପି.ଟି.): ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ବିଶେଷକରି କୋଭିଡ୍‌-୧୯ର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବାରୁ ଏହା…

୧୦୭୪ ଟ୍ରେନ୍‌ରେ ଫେରିଲେଣି ୧୪ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୭।୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବା ଲାଗି ରେଲଓ୍ବେ ମେ’ ୧ ତାରିଖରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧,୦୭୪ଟି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ୧୪ ଲକ୍ଷରୁ ଅଧିକ…

୫ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀର ପୋଲିସ ଶନିବାର ବଡ୍‌ଗାମସ୍ଥିତ ଏକ ଆଡ୍ଡାରୁ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆତଙ୍କବାଦୀମାନେ ଲୁଚି ରହିଥିବାର ଗୋଇନ୍ଦା ସୂଚନା ପାଇ ବଡ୍‌ଗାମ ପୋଲିସ, ୫୩ ଆର୍‌ଆର୍‌ ଏବଂ ସିଆର୍‌ପିଏଫ୍‌ର ୧୫୩ ବାଟାଲିୟନ ପକ୍ଷରୁ ଚଢ଼ଉ…

୨୪ ଘଣ୍ଟାରେ ୪୬ ହଜାର ନୂଆ ମାମଲା

ଓ୍ବାଶିଂଟନ/ଲଣ୍ଡନ/ବ୍ରାଜିଲିଆ, ୧୭।୫: କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇ ଦେଇଛି। ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି କାହାରିକୁ ବାଟ ଦେଖାଯାଉ ନାହିଁ। ଗତ ୪ ମାସରୁ ଊର୍ଦ୍ଧ୍ୱକାଳ ବିଶ୍ୱବାସୀ ଭୂତାଣୁର ଚକ୍ରବୂ୍ୟହ ଭିତରେ ଫସି ରହିଛନ୍ତି। ଏବେ ବିଶ୍ୱରେ ଆକ୍ରାନ୍ତଙ୍କ…

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି। ପୂର୍ବରୁ ରାଜ୍ୟର ୨୧ଟି ଜିଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri