Home

କାର୍ଯ୍ୟଦକ୍ଷତା ବଢ଼ାଏ ସୁସ୍ଥ ଜୀବନଶୈଳୀ

ସୁସ୍ଥ ଜୀବନଶୈଳୀକୁ ଆଗେଇବା ଏତେ ସହଜ ନୁହେଁ। କାରଣ ଏଥିପାଇଁ ଆମକୁ ଅନେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ। ଆଜିକାଲିର ବ୍ୟସ୍ତମୟ ଜୀବନରେ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ସବୁଠାରୁ ବଡ କଥା। ହେଲେ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

ଭିଟାମିନ୍‌ ‘ଇ’ : ଭିଟାମିନ୍‌-‘ଇ’ର ରହିଛି ଅତି ଫଳପ୍ରଦ ଆଣ୍ଟିଅକ୍ସିଡାଣ୍ଟ ବା ପ୍ରତିଜାରକ ପ୍ରଭାବ। ତେଣୁ ଏହା ଅତ୍ୟନ୍ତ କ୍ଷତିକାରୀ ମୁକ୍ତମୂଳକ ବା ପ୍ରିରେଡିକାଲଗୁଡ଼ିକ ଅକାମୀ କରିିଦିଏ। ଏହି ଭିଟାମିନ୍‌ଟି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଓ ଏହାର ଅଭାବରେ…

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର: କରୋନା ବିପର୍ଯ୍ୟୟ ସମୟରେ କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ

ବରଗଡ଼ ଅଫିସ,୧୮।୫: ଘାତକ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ଫଳରେ ଗରିବ ଶ୍ରମିକଙ୍କଠାରୁ ଆରମ୍ଭ କରି…

କରୋନା ଭୂତାଣୁ ଓ ନାନୋକଣିକା

”କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ ଆହୁରି ଅବିଶ୍ୱସନୀୟ ଓ ଚମକପ୍ରଦ କରିବା ଦିଗରେ ନାନୋକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ନାନୋ’…

ଲକ୍‌ଡାଉନ ୪.୦: କର୍ନାଟକରେ ଖୋଲା ରହିବ ସବୁ ଦୋକାନ

ବେଙ୍ଗାଲୁରୁ,୧୮।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ସୋମବାରଠାରୁ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି। ତେବେ ସୋମବାରଠାରୁ କର୍ନାଟକରେ…

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫନ: କଟକ, ପୁରୀ, ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବଙ୍ଗୋପସାଗର ମଧ୍ୟରେ ସୋମବାର ବାତ୍ୟା ‘ଅମ୍ଫନ’ ମହାବାତ୍ୟାର ରୂପ ନେଇଛି। ପାରାଦୀପଠାର ବର୍ତ୍ତମାନ ୭୮୦ କିମି ଦୂରରେ ବାତ୍ୟା ଅମ୍ଫନ ରହିଥିବା ବେଳେ ଘଣ୍ଟାକୁ ୮ କିମି ବେଗରେ ଗତି କରୁଛି । ଏହି ସମୟରେ ସମୁଦ୍ର ଭିତରେ ୨୩୦…

ଟଙ୍କା ଦେବାକୁ ଯାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଫସିଲେ ପୁଅ

ସରଣ୍ଡା,୧୮ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତରେ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୮ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଫେରିଥିବା ଟୁପାପଡ଼ା ଗ୍ରାମର ଶ୍ରମିକ ଦମ୍ପତି ରହିଛନ୍ତି। ଏଠାକୁ…

ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍‌ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍‌ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି

ବୁଗୁଡ଼ା,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଇ ନଦୀରେ ଛଡ଼ାଯାଇଥିବା ଜଣାପଡ଼ିଛି। ଜଳସମ୍ପଦ ବିଭାଗର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ…

ବେଆଇନ ଭାବେ ଆମେରିକାରେ ରହୁଥିବା ୧୬୧ ଭାରତୀୟ ଫେରିବେ ସ୍ବଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୫: ଆମେରିକାରେ ବେଆଇନ ଭାବେ ରହୁଥିବା ୧୬୧ ଭାରତୀୟ ଚଳିତ ସପ୍ତାହରେ ସ୍ବଦେଶ ଫେରିବେ। ସେମାନେ ଆମେରିକାର ଦକ୍ଷିଣ ସୀମାରେ ଥିବା ମେକ୍ସିକୋ ଦେଇ ପ୍ରବେଶ କରିଥିବା କୁହାଯାଉଛି। ବେଆଇନ ଭାବେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଥିଲା।…

ଅମ୍ଫନ୍‌ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରେ ପ୍ରସ୍ତୁତ ଥିବା ଓଡ୍ରାଫ୍‌ର ଜିଲା କେନ୍ଦ୍ର ପରିଦର୍ଶନ କରିଥିଲେ। ପୋଲିସ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ ଅଫିସ,୧୮ା୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ମଧ୍ୟାହ୍ନରେ ଭଦ୍ରକରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ପ୍ରବାସୀମାନଙ୍କୁ ଜାତୀୟ ରାଜପଥ ଧାମରା ଓଭର ବ୍ରିଜ୍‌ ନିକଟରେ ଜିଲା ପୋଲିସ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ…

ଝାରସୁଗୁଡ଼ା ଡହଲଡେରା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଝାରସୁଗୁଡା ଅଫିସ,୧୮।୫: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କୁଡ଼ାଲୋଇ ଅଧୀନ ଡହଲଡ଼େରା ଅଞ୍ଚଳର ଜଣେ ୪୦ ବର୍ଷିୟା ମହିଳା କରୋନା ପଜିଟିଭ ଥିବା ଗତ ୩ ତାରିଖରେ ଜଣାପଡିଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri