Home

ଆଇନ ଉଲ୍ଲଂଘନକାରୀଙ୍କୁ ଜଗୁଛି କ୍ୟାମେରା

କଟକ ଅଫିସ,୧୮ା୩: କଟକ ସହରର କୌଣସି ଛକରେ ଏବେ ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଅଟକାଉନି। ଆଇନ ଉଲ୍ଲଂଘନକାରୀମାନେ ବେଧଡକ ଭାବେ ଗାଡି ଚାଳନା କରୁଛନ୍ତି। ତଥାପି ଦିନକୁ ୧ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ କଟୁଛି। କରୋନା ଭୂତାଣୁ ସଂକ୍ରମଣର ଭୟ…

ଅକ୍ଷମଙ୍କ ପାଇଁ ଉଦାହରଣ: ଦୃଷ୍ଟିହୀନ ଆଶିଷ ଏବେ ଅଧ୍ୟାପକ

କଟକ ଅଫିସ,୧୮ା୩: ଜନ୍ମରୁ ଦୃଷ୍ଟିହୀନ। ତଥାପି ଅକ୍ଷମତା ତାଙ୍କୁ ସଫଳତା ପଥରୁ ଦୂରେଇ ରଖିପାରିନି। ଅଗାଧ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପନା ଦାୟିତ୍ୱରେ ଅଛନ୍ତି। ଏହି ପ୍ରତିଭା ଜଣଙ୍କ ହେଲେ…

ସ୍କୁଲ୍‌ ଛୁଟି ବଢ଼ାଇଛି ଅଭିଭାବକଙ୍କ ଚିନ୍ତା

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଭାରତ ସମେତ ୧୬୩ ରାଷ୍ଟ୍ରକୁ ଗ୍ରାସ କରିସାରିଲାଣି। ଓଡ଼ିଶାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସ୍କୁଲ ଛୁଟି କରିଦେଇଛନ୍ତି। ଘରୁ ବାହାରିବା…

ଦୋକାନର ନାମ କରୋନା ଟେକ୍ସଟାଇଲ

କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି। ସ୍ଥାନୀୟ ତୁବତୁପୁଝା ଗାଁରେ ଏହି ଦୋକାନ ରହିଛି। ଦୋକାନ ମାଲିକ ପାରିଦ ଇଂଲିଶ୍‌ ଶବ୍ଦକୋଷରୁ…

ୟୁନିଟ୍‌ ମ୍ୟାନେଜରଙ୍କୁ କରୋନା ସମ୍ପର୍କରେ ସଚେତନ: ପାନ୍ଥନିବାସ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିକଲା ଓଟିଡିସି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଣ୍ଟା ଭିଡ଼ିଛି। ଓଟିଡିସି ଦ୍ୱାରା ପରିଚାଳିତ ହୋଟେଲଗୁଡ଼ିକ ଲାଗି ମଙ୍ଗଳବାର ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଓଟିଡିସିର ସମସ୍ତ ପାନ୍ଥନିବାସ, ଯାତ୍ରୀନିବାସ, ଅରଣ୍ୟ ନିବାସ,…

ଘରୋଇ ସିଟି ବସ୍‌, ମୋ ବସ୍‌ରେ କଟକଣା ଉଲ୍ଲଂଘନ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ଯଥାସମ୍ଭବ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାରୀ ଓ ଘରୋଇ ବସ୍‌ ପାଇଁ କଟକଣା ଜାରି କରାଯାଇଛି। ସିଟ୍‌ଠାରୁ ଅଧିକ ଯାତ୍ରୀ ନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଂଘନ ହେଲେ ବସ୍‌ କର୍ମଚାରୀ…

ବାତିଲ ହୋଇନି ବିଇଡି ପରୀକ୍ଷା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌ ପ୍ରତିକାରକୁ ନେଇ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ସହ ପରୀକ୍ଷାକୁ ମଧ୍ୟ ବାତିଲ କରିଦେଇଛନ୍ତି। କିନ୍ତୁ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟ ଅଧୀନରେ ବିିଇଡି କରୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷା ବାତିଲ ହୋଇନାହିଁ । ଆସନ୍ତା…

ରାଜଧାନୀରେ ଆମେରିକା ନିର୍ମିତ ବନ୍ଧୁକ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ରାଜଧାନୀରେ ଚୋରା ପିସ୍ତଲ କାରବାର, ବନ୍ଧୁକ ମୁନରେ ଲୁଟ୍‌ପାଟ ଭଳି ଘଟଣା ବଢ଼ିଚାଲିଛି । ସୋମବାର ରାତିରେ ବୁଦ୍ଧପାର୍କ ନିକଟରେ କ୍ୟୁଏଟି ଓ ଚନ୍ଦ୍ରଶେଖରପୁର ଥାନା ପୋଲିସର ମିଳିତ ଚଢ଼ାଉରେ ଦେଶୀ ଓ ଆମେରିକା ନିର୍ମିତ ପିସ୍ତଲ ଜବତ…

କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ପୁରସ୍କାର ମିଳିବ ଲକ୍ଷେ ୭୫ ହଜାର: ମୋଦି

ନୂଆଦିଲ୍ଲୀ,୧୮।୩: କରୋନା ଭାରତରେ ଆତଙ୍କ ସୃଷ୍ଟି କରିଛି। ତେବେ ସରକାର ଏହାର ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ହୋର୍ଡିଂରେ ଖିଲାପକାରୀଙ୍କ ନାଁ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ବର୍ଷବର୍ଷ ଧରି ହୋଲଡିଂ ଟ୍ୟାକ୍ସ ଦେଇ ନ ଥିବା ୩୪୩ଜଣ ବଡ଼ ଖିଲାପକାରୀଙ୍କ ତାଲିକା ରାଜଧାନୀର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଥିବା ବଡ଼ ହୋର୍ଡ଼ିଂରେ ଲଗାଯାଇଛି। ସେମାନଙ୍କ ନାମକୁ ସର୍ବ ସାଧାରଣରେ ପ୍ରକାଶ କରିବା ସହ ସେମାନେ ମୋଟ…

କରୋନା ଭୟ: ଭିତ୍ତିଭୂମି ସଜାଡୁଛି ଏସ୍‌ସିବି

କଟକ ଅଫିସ,୧୮ା୩: ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତ ରୋଗୀ ଆସିଲେ ସେମାନଙ୍କୁ କିଭଳି ସେବା ଯୋଗାଇ ଦିଆଯିବ ସେ ନେଇ ଚିନ୍ତା ବଢିଛି। କରୋନା ନିମନ୍ତେ ସ୍ବତନ୍ତ୍ର ଭାବେ ୧୦୦୦…

ସତର୍କତା, ସଚେତନତା ନେଇ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟାପକ ସଚେତନତା କରୁଛି। ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ, ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଖାଦ୍ୟ ଦୋକାନ, ରେଷ୍ଟୁରାଣ୍ଟ ଓ ଡ୍ୟାନ୍ସ ବାର, କର୍ପୋରେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri