୮୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଏସିଆଠାରୁ ୟୁରୋପରେ ଅଧିକ
ନୂଆଦିଲ୍ଲୀ/ପ୍ୟାରିସ,୧୯ା୩: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୁଧବାର ୮୦୦୦ ଅତିକ୍ରମ କରିଛି। ଓ୍ବାଲେର୍ଡାମିଟର୍ସ ଡଟ୍ ଇନ୍ଫୋ ଅନୁଯାୟୀ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪ ହଜାର ୬୬୯ ହୋଇଥିବାବେଳେ ଏହି ରୋଗରେ ୮,୨୭୦ ଜଣ ପ୍ରାଣ ହରାଇଲେଣି।…
ମାସ୍କ, ଗ୍ଲୋଭ୍ ଆବଶ୍ୟକ ନାହିଁ: ବିଶେଷଜ୍ଞ
ପ୍ୟାରିସ,୧୯ା୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ଓ ଗ୍ଲୋଭ୍ର କୌଣସି ଆବଶ୍ୟକତା ନାହିଁ। ବହୁସଂଖ୍ୟାରେ ଲୋକେ ମାସ୍କ ପିନ୍ଧିବା ଅନାବଶ୍ୟକ। ସଂକ୍ରମଣ ରୋକିବାରେ ଏହାର କିଛି ପ୍ରଭାବ ନାହିଁ। ବରଂ ଏହା ସଂକ୍ରମଣକୁ ଦ୍ରୁତତର କରାଇପାରେ ବୋଲି…
ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା
ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ ସଂସ୍ପଶର୍ର୍ରେ ଆସିଥିବା ୫,୭୦୦ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଅଦ୍ୟାବଧି ଜଣେ ବିଦେଶୀଙ୍କୁ ମିଶାଇ…
ଦିଗ୍ବିଜୟଙ୍କ ପିଟିଶନ ଖାରଜ
ବେଙ୍ଗାଲୁରୁ,୧୯ା୩: ବେଙ୍ଗାଲୁରୁରେ ଥିବା ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଭେଟିବା ଲାଗି ଅନୁମତି ଦେବାକୁ ବରିଷ୍ଠ ନେତା ଦିଗ୍ବିଜୟ ସିଂଙ୍କ ଆବେଦନକୁ କର୍ନାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଇସ୍ତଫା ଦେଇଥିବା ୨୨ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ରହିଥିବାବେଳେ ସେମାନଙ୍କୁ ଭେଟିବା…
‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’
ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ ଯୋଗ ଦିଅନ୍ତୁ କି ନ ଦିଅନ୍ତୁ, ସେମାନଙ୍କୁ ଆବଦ୍ଧ କରି ରଖାଯାଇ ପାରିବ ନାହିଁ…
ଗ୍ରାମାଞ୍ଚଳରେ ସଚେତନତା ଜୋର୍ଦାର କରିବାକୁ ପରାମର୍ଶ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜୋର୍ଦାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସରକାରୀ ଏବଂ ଘରୋଇ ସଂସ୍ଥା ମଧ୍ୟ ବନ୍ଦ କରାଗଲାଣି। ଏଭଳି ସ୍ଥିତିରେ ଜିଲା ଏବଂ ଗ୍ରାମାଞ୍ଚଳରେ ଅଧିକ ସଚେତନତା ଲାଗି ସରକାର…
ଦିନକ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ
ନୂଆଦିଲ୍ଲୀ/ଔରଙ୍ଗାବାଦ,୧୯ା୩: ଦିନକ ପରେ ଅର୍ଥାତ୍ ଶୁକ୍ରବାର ସକାଳ ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଏଥିପାଇଁ ତିହାର ଜେଲ ଅଫିସରମାନଙ୍କର ଏକ ଟିମ୍ ମଙ୍ଗଳବାର ମିରଟ ଯାଇ ଘାତକ ପବନ ଜହ୍ଲାଦଙ୍କୁ ଭେଟିଥିଲେ।…
କ୍ଷମତା ପାଇଁ ରିସର୍ଟ ରାଜନୀତି: କର୍ନାଟକ ପାଲଟିଛି ରାଜନୈତିକ ପର୍ଯ୍ୟଟନସ୍ଥଳୀ
ବେଙ୍ଗାଲୁରୁ,୧୯ା୩: ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ରିସର୍ଟରେ ରଖାଯାଇଛି। ବିଧାୟକମାନଙ୍କୁ ବିଭିନ୍ନ ରାଜ୍ୟର ହୋଟେଲଗୁଡ଼ିକରେ ମେଳିକରି ରଖିବା କିଛି ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳି ଆସିଛି। ସମ୍ପ୍ରତି ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସହ ଜଡ଼ିତ ଘଟଣାକ୍ରମ କର୍ନାଟକକୁ…
ରାତି ୭ଟା ୪୫ରେ ଶ୍ରୀମନ୍ଦିର ବନ୍ଦ
ପୁରୀ ଅଫିସ,୧୯।୩: କରୋନା କଟକଣାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ବେଳାଭୂମିର ଉଠା ବ୍ୟବସାୟୀ ହୁଅନ୍ତୁ ଅବା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ସହରର ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସମସ୍ତେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ତେବେ କରୋନା କଟକଣାର…
ଭାଇରାଲ ହେଉଛି କରୋନା ଗୀତ: ଏକାଧିକ ହିନ୍ଦୀ ଫିଲ୍ମ ନିର୍ମାଣ ଯୋଜନାକୁ ସମାଲୋଚନା
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ମହାମାରୀ କରୋନା। ସବୁଠି ଘାରିଛି ଏହି ଭୂତାଣୁ ସଂକ୍ରମଣର ଭୟ। ବୁଧବାର ସୁଦ୍ଧା ବିଶ୍ୱର ୧୬୭ ଦେଶକୁ ବ୍ୟାପିଥିବା ଏହି ଭୂତାଣୁ ବିରୋଧରେ ଜାରି ରହିଛି ଲଢେଇ। ଏପରିସ୍ଥଳେ କିଏ କରୋନାକୁ ମହିଳାଙ୍କ…
ସିବିଏସ୍ଇ ବୋର୍ଡ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୧୯ା୩: କରୋନା ସଂକ୍ରମଣ ରୋକିବା ଦିଗରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଭାରତ ସରକାରଙ୍କ ଉଚ୍ଚଶିକ୍ଷା/ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବଙ୍କ ପରାମର୍ଶକ୍ରମେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା…
ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ମହାମାରୀ କରୋନାର ସଫଳ ମୁକାବିଲା ପାଇଁ ପରସ୍ପରଠାରୁ ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ ରଖିବା ପାଇଁ ବୁଧବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। କରୋନା…
Archives


