Home

ବନ୍ଦୀଶାଳାରେ କୃଷ୍ଣ ଜନ୍ମ ହୋଇଥିଲେ, ତୁମେ ବାହାରିବାକୁ ଚାହୁଁଛ

ନୂଆଦିଲ୍ଲୀ, ୧୩।୮: ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି କରିଥିଲା। ସିଜେଆଇ ଆବେଦନକାରୀଙ୍କୁ କହିଥିଲେ, ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣ ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥିଲେ। ଏଭଳି…

ରହିତାଦେଶ ଉଠାଇବାକୁ ସାନି ମାମଲା

କଟକ ଅଫିସ,୧୩।୮: ବାରିପଦା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମଙ୍ଗଳବାର ପୁଣି ଏକ ସାନି ମାମଲା ହୋଇଛି। ଏଥିରେ ପକ୍ଷଭୁକ୍ତ ହେବା ପାଇଁ ମଙ୍ଗଳବାର ଜମାକାରୀ…

କରୋନା ଆରୋଗ୍ୟ ହାର ୭୦% ଟପିଲା

ନୂଆଦିଲ୍ଲୀ, ୧୩।୮(ପି.ଟି.): ଭାରତରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ଅତିକ୍ରମ କରିଛି। ବୁଧବାର ସୁଦ୍ଧା ୧୬,୩୯,୫୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭.୬୪ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି କରୋନାଜନିତ…

ଡାକ୍ତରୀ ପଢ଼ିବାକୁ ଆମେରିକା ଯାଇଥିଲେ କମଲା ହାରିସ୍‌ଙ୍କ ମା’

ଚେନ୍ନାଇ, ୧୩।୮: ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଆମେରିକାର ଡେମୋକ୍ରାଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏହି ସିନେଟରଙ୍କ ମାତୃଭାଷା କନ୍ନଡ଼। ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କ ଜନ୍ମସ୍ଥାନ ଚେନ୍ନାଇ। ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇ କ୍ୟାନ୍‌ସର…

ସନ୍ଦେହ ଘେରରେ ସ୍ପୁଟ୍‌ନିକ୍‌ ଭି

ନୂଆଦିଲ୍ଲୀ, ୧୩।୮: କରୋନା ମହାମାରୀର ମୁକାବିଲା ଲାଗି ରୁଷିଆ ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହାର ନିରାପତ୍ତାକୁ ନେଇ ସାରା ବିଶ୍ୱରୁ ପ୍ରଶ୍ନ ଉଠିବାରେ ଲାଗିଛି। ମସ୍କୋର ଗାମଲେୟା ଇନ୍‌ଷ୍ଟିଚ୍ୟୁଟ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ…

ବଦଳିଲା କୋଭିଡ୍‌ ଉଲ୍ଲଂଘନ ନିୟମ: ୨ ବର୍ଷ କାରାଦଣ୍ଡ, ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଏକ ବୃହତ ସମସ୍ୟା ସୃଷ୍ଟି କରିଛି। ବିଗତ ମାସକ ମଧ୍ୟରେ ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବ୍ୟାପକ ସଚେତନତା ଅଭିଯାନ ସତ୍ତ୍ୱେ କେତେକ ଲୋକ ସାମାଜିକ ଦୂରତା…

ବେଙ୍ଗାଲୁରୁରେ ରାତିଅଧିଆ ଦଙ୍ଗା

ବେଙ୍ଗାଲୁରୁ,୧୩ା୮: ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ପୋଷ୍ଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା ଚାଲିଥିବାବେଳେ ଜନତାଙ୍କ ଉପରକୁ ପୋଲିସ ଗୁଳି ଚଳାଇଛି। ଗୁଳିମାଡ଼ରେ ୩…

କରୋନା ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଅର୍ଥ ଅଭାବରୁ କୌଣସି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ୍‌…

ଝାରସୁଗୁଡ଼ାରେ ଧଳା କୁଆ

ଝାରସୁଗୁଡ଼ା ଅଫିସ,୧୩।୮: ଝାରସୁଗୁଡ଼ା ସହରର ମୁଙ୍ଗାପଡାସ୍ଥିତ ଦିପ୍ତେଓ ସୋନିଙ୍କ ଘର ନିକଟରେ ଏକ ବିରଳ ଧଳା କୁଆ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କୁଆ ଦୀର୍ଘ ସମୟ ଧରି ବସି ରହିବା ଓ ଉଡି ନ ପାରିବାରୁ ଦିପ୍ତେଓ ତାକୁ ଉଦ୍ଧାର…

ଶ୍ରୀମନ୍ଦିର ପାର୍ଶ୍ୱ ଉଚ୍ଛେଦ, ଥଇଥାନକୁ ମୋହର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶ୍ରୀମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ୭୫ ମିଟର ଦୂରତାରେ ଥିବା ସମସ୍ତ ବେସରକାରୀ ଜମି, ବାସଗୃହ, ଦୋକାନ ଆଦି ଅଧିଗ୍ରହଣ କରିଛନ୍ତି। ଜମି ହରାଇଥିବା ପରିବାରକୁ ମଙ୍ଗଳାହାଟ ନିକଟବର୍ତ୍ତୀ ୬.୬୧୬ ଏକର ସରକାରୀ…

ଲେବାନନ୍‌ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିକୁ ନେଇ ସରକାର ତତ୍ପର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଲେବାନନ୍‌ ବିସ୍ଫୋରଣ ଘଟଣା ପରେ ରାଜ୍ୟର କଳକାରଖାନାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଗତ ସୋମବାର ରାଜ୍ୟରେ ଥିବା ସବୁ କଳକାରଖାନାକୁ ଚିଠି ଲେଖିଛନ୍ତି। ଫ୍ୟାକ୍ଟ୍ରିଗୁଡିକର ନିରାପତ୍ତା ଏବଂ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ…

‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ ନାଁ ଲେଖୁଥିବା ଯୋଗୁ କେବଳ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ବରଂ ଔଷଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?