‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ ନାଁ ଲେଖୁଥିବା ଯୋଗୁ କେବଳ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ବରଂ ଔଷଧ ଦୋକାନୀ ଏବଂ ଅନ୍ୟମାନେ ମଧ୍ୟ ଏହାକୁ ପଢ଼ିବାରେ ଅସୁବିଧା ଭୋଗୁଛନ୍ତି। ଏଣୁ ପ୍ରେସ୍‌କ୍ରିପସ୍‌ନରେ ଔଷଧଗୁଡ଼ିକର ନାଁ କେବଳ ସୁନ୍ଦର ଅକ୍ଷର ବିଶେଷକରି କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ସର୍କୁଲାର୍‌(ନିର୍ଦ୍ଦେଶମନାମା) ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଜଣେ ବ୍ୟକ୍ତିଙ୍କ ଅନ୍ତରୀଣ ଜାମିନ୍‌ ଆବେଦନର ଶୁଣାଣି ବେଳେ ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆବେଦନକାରୀ ସ୍ବାମୀଙ୍କୁ ଗୋଟିଏ ମାସର ଅନ୍ତରୀଣ ଜାମିନ୍‌ ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ବ୍ରହ୍ମପୁର ସହର ଗୋସାଇଁ ନୂଆଗଁ। ଥାନା ଅନ୍ତର୍ଗତ ନେହେରୁନଗର ଅଷ୍ଟମ ଲେନ୍‌ ନିବାସୀ କୃଷ୍ଣପାଦ ମଣ୍ଡଳ ନିଶାଦ୍ରବ୍ୟ ଚାଲାଣ ଜନିତ ଏକ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ବ୍ରହ୍ମପୁର ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି। ତେବେ ତାଙ୍କ ସ୍ତ୍ରୀ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ପାଖରେ କେହି ନାହାନ୍ତି। ଏଣୁ ସ୍ତ୍ରୀଙ୍କ ଚିକିତ୍ସାରେ ସହଯୋଗ ପାଇଁ କୃଷ୍ଣପାଦ ହାଇକୋର୍ଟରେ ଅନ୍ତରୀଣ ଜାମିନ୍‌ ଆବେଦନ କରିଥିଲେ। ଏଥିରେ ସେ ସ୍ତ୍ରୀଙ୍କ ଚିକିତ୍ସାର ସମସ୍ତ କାଗଜାଦି କୋର୍ଟରେ ଦାଖଲ କରିଥିଲେ। ଶୁଣାଣି ସମୟରେ ବିଚାରପତି ଡାକ୍ତର ଦେଇଥିବା ହାତଲେଖା ମେଡିକାଲ୍‌ ରିପୋର୍ଟକୁ ଠିକ୍‌ରେ ପଢ଼ି ପାରି ନ ଥିଲେ। ପରେ ସେ ଜଣେ ଆଇନ୍‌ଜୀବୀଙ୍କ ସହାୟତାରେ ତାକୁ ପଢ଼ିଥିଲେ। ଏହି ସମୟରେ ବିଚାରପତି କହିଥିଲେ ଯେ, ଅନେକ ସମୟରେ ଡାକ୍ତରଙ୍କ କଦର୍ଯ୍ୟ ହସ୍ତାକ୍ଷରରେ ଲେଖାଯାଇଥିବା ମେଡିକାଲ୍‌ ରିପୋର୍ଟ ଏବଂ ପ୍ରେସ୍‌କ୍ରିପ୍‌ସନ୍‌ ପଢ଼ିବାରେ ଅସୁବିଧା ହେଉଛି। ରୋଗୀ, ଫାର୍ମାସିଷ୍ଟ, ପୋଲିସ, ଆଇନ୍‌ଜୀବୀ ଏପରିକି ବିଚାରପତିମାନେ ମଧ୍ୟ ବିଭିନ୍ନ ମାମଲାର ଶୁଣାଣି ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଡାକ୍ତରମାନେ ଲେଖୁଥିବା ବହିର୍ବିଭାଗ(ଓପିଡି) ଚିଠା, ଶବବ୍ୟବଚ୍ଛେଦ ରିପୋର୍ଟ, ତଦନ୍ତ ରିପୋର୍ଟଗୁଡ଼ିକ ସ୍ପଷ୍ଟ ଭାବେ ପଢ଼ି ହେଉନାହିଁ। ହସ୍ତାକ୍ଷର ସ୍ପଷ୍ଟ ଭାବେ ପଢ଼ି ପାରିବା ଆବଶ୍ୟକ। ଅସ୍ପଷ୍ଟ ହସ୍ତାକ୍ଷରରେ ଲେଖାଯାଇଥିବା ପ୍ରେସ୍‌କ୍ରିପସନ୍‌ ଯେ ଜଣେ ରୋଗୀଙ୍କ ଜୀବନକୁ ବିପଦ ଆଡ଼କୁ ଠେଲିଦେବ, ଏଥିରେ ଦ୍ୱିମତ ନାହିଁ। ଚିକିତ୍ସାରେ ଅଯଥା ବିଳମ୍ବ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହୁଛି। କାରଣ ଅନେକ ସମୟରେ ଫାର୍ମାସିଷ୍ଟ ଏବଂ ଔଷଧ ଦୋକାନୀମାନେ ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌ ପଢ଼ିପାରୁ ନାହାନ୍ତି। ଏପରିକି ଡାକ୍ତରମାନେ ନିଜେ ମଧ୍ୟ ନିଜ ହସ୍ତାକ୍ଷର ପଢ଼ିପାରୁ ନ ଥିବାର ନଜିର ରହିଛି। ସ୍ପଷ୍ଟ ଭାବେ ଲେଖାଯାଇଥିବା ପ୍ରେସ୍‌କ୍ରିପସନ୍‌ ଦ୍ୱାରା ସହଜରେ ଔଷଧର ନାଁ, ସେବନ ପରିମାଣ ଏବଂ ଅନ୍ୟାନ୍ୟ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିବ। ବର୍ତ୍ତମାନ ସମୟରେ ଡାକ୍ତର ଏବଂ ରୋଗୀଙ୍କ ଅନୁପାତ ଓଡ଼ିଶାରେ ବହୁତ କମ୍‌। ସେମାନେ ଅତିରିକ୍ତ ଚାପରେ କାମ କରୁଛନ୍ତି। ସେଥି ପାଇଁ ଚିକିତ୍ସାରେ ଅବହେଳା ଜନିତ ଅଭିଯୋଗ ମଧ୍ୟ ଆସୁଛି। ଏଣୁ ଏଭଳି ସମୟରେ ଡାକ୍ତରମାନେ ନିଜ ପେସା ଏବଂ କାର୍ଯ୍ୟଶୈଳୀକୁ ନେଇ ଅଧିକ ଯତ୍ନବାନ୍‌ ହେବା ଆବଶ୍ୟକ। ୨୦୧୬ ସେପ୍ଟେମ୍ବର ୨୧ରେ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଡାକ୍ତରମାନେ ଔଷଧଗୁଡ଼ିକର ନାଁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବା ଆବଶ୍ୟକ। ଏହା ପଛର ଉଦ୍ଦେଶ୍ୟ ରହିଥିଲା ଯେ, ଯେଉଁମାନଙ୍କ ହସ୍ତାକ୍ଷର ଖରାପ, କ୍ୟାପିଟାଲ୍‌ ଲେଟର୍‌ରେ ଲେଖିଲେ ଅନ୍ତତଃ ସ୍ପଷ୍ଟ ଭାବେ ପଢ଼ିହେବ। ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ସରକାର ଏନେଇ ସ୍ପତନ୍ତ୍ର ସର୍କୁଲାର୍‌ ଜାରି କରିଥିଲେ। ଏଣୁ ଓଡ଼ିଶା ସରକାର ମଧ୍ୟ ଏଭଳି ସର୍କୁଲାର୍‌ ଜାରି କରିବାର ଆବଶ୍ୟକ ରହିଛି। ଏଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବାକୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦର ହସ୍ତାକ୍ଷର ହେଉଛି ଶିକ୍ଷିତ ମଣିଷଙ୍କ ଅମୂଲ୍ୟ ସମ୍ପଦ ବୋଲି ବିଚାରପତି ଜଷ୍ଟିସ୍‌ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତରମାନେ ଯେଭଳି ରୋଗୀସେବା କରୁଛନ୍ତି, ସାରା ଦେଶ ସେମାନଙ୍କୁ ସାଲ୍ୟୁଟ୍‌ କରୁଛି ବୋଲି ଜଷ୍ଟିସ ପାଣିଗ୍ରାହୀ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?