‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ ନାଁ ଲେଖୁଥିବା ଯୋଗୁ କେବଳ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ବରଂ ଔଷଧ ଦୋକାନୀ ଏବଂ ଅନ୍ୟମାନେ ମଧ୍ୟ ଏହାକୁ ପଢ଼ିବାରେ ଅସୁବିଧା ଭୋଗୁଛନ୍ତି। ଏଣୁ ପ୍ରେସ୍‌କ୍ରିପସ୍‌ନରେ ଔଷଧଗୁଡ଼ିକର ନାଁ କେବଳ ସୁନ୍ଦର ଅକ୍ଷର ବିଶେଷକରି କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ସର୍କୁଲାର୍‌(ନିର୍ଦ୍ଦେଶମନାମା) ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଜଣେ ବ୍ୟକ୍ତିଙ୍କ ଅନ୍ତରୀଣ ଜାମିନ୍‌ ଆବେଦନର ଶୁଣାଣି ବେଳେ ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆବେଦନକାରୀ ସ୍ବାମୀଙ୍କୁ ଗୋଟିଏ ମାସର ଅନ୍ତରୀଣ ଜାମିନ୍‌ ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ବ୍ରହ୍ମପୁର ସହର ଗୋସାଇଁ ନୂଆଗଁ। ଥାନା ଅନ୍ତର୍ଗତ ନେହେରୁନଗର ଅଷ୍ଟମ ଲେନ୍‌ ନିବାସୀ କୃଷ୍ଣପାଦ ମଣ୍ଡଳ ନିଶାଦ୍ରବ୍ୟ ଚାଲାଣ ଜନିତ ଏକ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ବ୍ରହ୍ମପୁର ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି। ତେବେ ତାଙ୍କ ସ୍ତ୍ରୀ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ପାଖରେ କେହି ନାହାନ୍ତି। ଏଣୁ ସ୍ତ୍ରୀଙ୍କ ଚିକିତ୍ସାରେ ସହଯୋଗ ପାଇଁ କୃଷ୍ଣପାଦ ହାଇକୋର୍ଟରେ ଅନ୍ତରୀଣ ଜାମିନ୍‌ ଆବେଦନ କରିଥିଲେ। ଏଥିରେ ସେ ସ୍ତ୍ରୀଙ୍କ ଚିକିତ୍ସାର ସମସ୍ତ କାଗଜାଦି କୋର୍ଟରେ ଦାଖଲ କରିଥିଲେ। ଶୁଣାଣି ସମୟରେ ବିଚାରପତି ଡାକ୍ତର ଦେଇଥିବା ହାତଲେଖା ମେଡିକାଲ୍‌ ରିପୋର୍ଟକୁ ଠିକ୍‌ରେ ପଢ଼ି ପାରି ନ ଥିଲେ। ପରେ ସେ ଜଣେ ଆଇନ୍‌ଜୀବୀଙ୍କ ସହାୟତାରେ ତାକୁ ପଢ଼ିଥିଲେ। ଏହି ସମୟରେ ବିଚାରପତି କହିଥିଲେ ଯେ, ଅନେକ ସମୟରେ ଡାକ୍ତରଙ୍କ କଦର୍ଯ୍ୟ ହସ୍ତାକ୍ଷରରେ ଲେଖାଯାଇଥିବା ମେଡିକାଲ୍‌ ରିପୋର୍ଟ ଏବଂ ପ୍ରେସ୍‌କ୍ରିପ୍‌ସନ୍‌ ପଢ଼ିବାରେ ଅସୁବିଧା ହେଉଛି। ରୋଗୀ, ଫାର୍ମାସିଷ୍ଟ, ପୋଲିସ, ଆଇନ୍‌ଜୀବୀ ଏପରିକି ବିଚାରପତିମାନେ ମଧ୍ୟ ବିଭିନ୍ନ ମାମଲାର ଶୁଣାଣି ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଡାକ୍ତରମାନେ ଲେଖୁଥିବା ବହିର୍ବିଭାଗ(ଓପିଡି) ଚିଠା, ଶବବ୍ୟବଚ୍ଛେଦ ରିପୋର୍ଟ, ତଦନ୍ତ ରିପୋର୍ଟଗୁଡ଼ିକ ସ୍ପଷ୍ଟ ଭାବେ ପଢ଼ି ହେଉନାହିଁ। ହସ୍ତାକ୍ଷର ସ୍ପଷ୍ଟ ଭାବେ ପଢ଼ି ପାରିବା ଆବଶ୍ୟକ। ଅସ୍ପଷ୍ଟ ହସ୍ତାକ୍ଷରରେ ଲେଖାଯାଇଥିବା ପ୍ରେସ୍‌କ୍ରିପସନ୍‌ ଯେ ଜଣେ ରୋଗୀଙ୍କ ଜୀବନକୁ ବିପଦ ଆଡ଼କୁ ଠେଲିଦେବ, ଏଥିରେ ଦ୍ୱିମତ ନାହିଁ। ଚିକିତ୍ସାରେ ଅଯଥା ବିଳମ୍ବ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହୁଛି। କାରଣ ଅନେକ ସମୟରେ ଫାର୍ମାସିଷ୍ଟ ଏବଂ ଔଷଧ ଦୋକାନୀମାନେ ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌ ପଢ଼ିପାରୁ ନାହାନ୍ତି। ଏପରିକି ଡାକ୍ତରମାନେ ନିଜେ ମଧ୍ୟ ନିଜ ହସ୍ତାକ୍ଷର ପଢ଼ିପାରୁ ନ ଥିବାର ନଜିର ରହିଛି। ସ୍ପଷ୍ଟ ଭାବେ ଲେଖାଯାଇଥିବା ପ୍ରେସ୍‌କ୍ରିପସନ୍‌ ଦ୍ୱାରା ସହଜରେ ଔଷଧର ନାଁ, ସେବନ ପରିମାଣ ଏବଂ ଅନ୍ୟାନ୍ୟ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିବ। ବର୍ତ୍ତମାନ ସମୟରେ ଡାକ୍ତର ଏବଂ ରୋଗୀଙ୍କ ଅନୁପାତ ଓଡ଼ିଶାରେ ବହୁତ କମ୍‌। ସେମାନେ ଅତିରିକ୍ତ ଚାପରେ କାମ କରୁଛନ୍ତି। ସେଥି ପାଇଁ ଚିକିତ୍ସାରେ ଅବହେଳା ଜନିତ ଅଭିଯୋଗ ମଧ୍ୟ ଆସୁଛି। ଏଣୁ ଏଭଳି ସମୟରେ ଡାକ୍ତରମାନେ ନିଜ ପେସା ଏବଂ କାର୍ଯ୍ୟଶୈଳୀକୁ ନେଇ ଅଧିକ ଯତ୍ନବାନ୍‌ ହେବା ଆବଶ୍ୟକ। ୨୦୧୬ ସେପ୍ଟେମ୍ବର ୨୧ରେ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଡାକ୍ତରମାନେ ଔଷଧଗୁଡ଼ିକର ନାଁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବା ଆବଶ୍ୟକ। ଏହା ପଛର ଉଦ୍ଦେଶ୍ୟ ରହିଥିଲା ଯେ, ଯେଉଁମାନଙ୍କ ହସ୍ତାକ୍ଷର ଖରାପ, କ୍ୟାପିଟାଲ୍‌ ଲେଟର୍‌ରେ ଲେଖିଲେ ଅନ୍ତତଃ ସ୍ପଷ୍ଟ ଭାବେ ପଢ଼ିହେବ। ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ସରକାର ଏନେଇ ସ୍ପତନ୍ତ୍ର ସର୍କୁଲାର୍‌ ଜାରି କରିଥିଲେ। ଏଣୁ ଓଡ଼ିଶା ସରକାର ମଧ୍ୟ ଏଭଳି ସର୍କୁଲାର୍‌ ଜାରି କରିବାର ଆବଶ୍ୟକ ରହିଛି। ଏଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବାକୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦର ହସ୍ତାକ୍ଷର ହେଉଛି ଶିକ୍ଷିତ ମଣିଷଙ୍କ ଅମୂଲ୍ୟ ସମ୍ପଦ ବୋଲି ବିଚାରପତି ଜଷ୍ଟିସ୍‌ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତରମାନେ ଯେଭଳି ରୋଗୀସେବା କରୁଛନ୍ତି, ସାରା ଦେଶ ସେମାନଙ୍କୁ ସାଲ୍ୟୁଟ୍‌ କରୁଛି ବୋଲି ଜଷ୍ଟିସ ପାଣିଗ୍ରାହୀ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ସମୂହ ନମାଜ ପାଠ ପାଇଁ ଘଣ୍ଟାଏ ମିଳୁ: ଦାବି ଜଣାଇଲା ଏଏପି

କଟକ ଅଫିସ,୨୩ା୫: ଇଦ୍‌ ଅବସରେ ସମୂହ ନମାଜ ପାଠ ପାଇଁ ଦାବି କରିଛି ଆମ୍‌ ଆଦ୍‌ମି ପାର୍ଟି (ଏଏପି) ସଂଖ୍ୟାଲଘୁ ଶାଖା। ଶାଖା ସଭାପତି ସେଖ୍‌...

ପ୍ରାକୃତିକ ବାଲିସ୍ତୂପ ଉଭାନ୍‌ : ମାଡ଼ିଆସୁଛି ଅଶାନ୍ତ ସମୁଦ୍ର

କାକଟପୁର,୧୨ା୮: ବିସ୍ତୀର୍ଣ୍ଣ ସମୁଦ୍ର ତଟ ପାଇଁ ପୁରୀ ଜିଲା ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ଅଧିକାର କରିଛି। ମାତ୍ର ଗତ କେତେ ବର୍ଷ ଧରି ପୁରୀ...

କଲଭର୍ଟରେ ପିଟି ହୋଇ ନାବାଳିକା ମୃତ

ପାଟଣା/କେନ୍ଦୁଝର, ୨୬।୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଗମ୍ଭାରୀଆ ହାଟଛକ ନିକଟରେ ଶନିବାର ପୂର୍ବାହ୍ନରେ ଏକ ସ୍କୁଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବାରୁ...

ଶିମିଳିପାଳରେ ଫ୍ଲାଗ୍‌ମାର୍ଚ୍ଚ

ବାରିପଦା ଅଫିସ,୧୨।୩ ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନାଗ୍ନିରୁ ସୁରକ୍ଷା ଯୋଗାଇବା ପାଇଁ ବନ ବିଭାଗ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ ଏବଂ କମ୍ବିଂ ଅପରେଶନ ଆରମ୍ଭ...

ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦...

 ମା ଦଣ୍ଡ କାଳୀଙ୍କ ଯାତ୍ରା ଉଦଯାପିତ 

ପୁରୁଷୋତ୍ତମ ପୁର, ୧୪/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବରେ ଉଦ୍ ଯାପିତ ହୋଇଛି।  ପୁରୁଷୋତ୍ତମପୁର...

ଟ୍ରେଡ୍‌ ଲାଇସେନ୍‌ସ ପାଇଁ ବିଏମ୍‌ସିର ଚଢ଼ାଉ: ୧.୨୨ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜସ୍ବ ଆଦାୟର ସମସ୍ତ ଦିଗ ପ୍ରତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ନଜର ରଖିଛି। ଏବେ ଟ୍ରେଡ଼୍‌ ଲାଇସେନ୍ସ ଜନିତ...

କାମ ଦେଲାନି ଚାଲ୍‌, ବନ୍ଧା ହେଲେ ରୂପେଶ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଘରେ ପଶି ମା-ଝିଅଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗୁରୁବାର ଗିରଫ ହୋଇଛନ୍ତି। ଲୁଟ୍‌ ପାଇଁ ରୂପେଶ ରଚିଥିବା ଚାଲ୍‌ କିଛି କାମ...

Advertisement
Archives

Model This Week