Home Middle

ହେଲାନି ମେଣ୍ଟ, ଆଜି ଆସିପାରେ ଓଡିଶା ପାଇଁ ଭାଜପା ପ୍ରାର୍ଥୀଙ୍କ ନାଁ!

ଭୁବନେଶ୍ୱର,୨୩।୩: ଆଜି ଆସିପାରେ ଓଡ଼ିଶା ପାଇଁ ଭାଜପା ପ୍ରାର୍ଥୀଙ୍କ ନାଁ । ସଂଧ୍ୟାରେ ହେବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ MP ଏବଂ MLA ପ୍ରାର୍ଥୀଙ୍କ ନାଁରେ ବାଜିବ ମୋହର । ଆଉ କିଛି ରାଜ୍ୟର ବି ତାଲିକା ଆସିବ…

କେବଳ କେଜରିଓ୍ବାଲ ନୁହନ୍ତି ଦେଶର ଏହିସବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆରେଷ୍ଟ, ଜେଲ୍‌ରୁ ଚଳାଇଥିଲେ ସରକାର!

ନୂଆଦିଲ୍ଲୀ,୨୩।୩: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ ଇଡି ୬ଦିନିଆ ରିମାଣ୍ଡରେ ନେଇଛି। ତେବେ କୋର୍ଟରେ ଇଡି କେଜରିଓ୍ବାଲଙ୍କୁ ଦୁର୍ନୀତି ମାମଲାରେ ମଷ୍ଟେରମାଇଣ୍ଡ ବୋଲି କହିଛି। ଇଡି କହିଛି, ଅବକାରୀ ଦୁର୍ନୀତି…

ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪

ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ଶନିବାର ଆରମ୍ଭ ହୋଇଛି ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪। ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇଏଏସ୍‌ ମନୋଜ କୁମାର ମିଶ୍ର (ପ୍ରିନ୍ସିପାଲ ସେକ୍ରେଟାରି ଇଲେକ୍ଟ୍ରୋନିକ୍ସ…

କେଜରିଓ୍ବାଲ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୩।୩:ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ACP ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ସେ ACPଙ୍କୁ ହଟାଇବାକୁ କୋର୍ଟଙ୍କ ନିକଟରେ…

କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ

ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି। ଏହି ଭିଡିଓ ଏମିତି ସମୟରେ…

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ

ନୂଆଦିଲ୍ଲୀ,୨୩।୩: ରୁଷିଆର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍‌ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ…

ହୋଲି ବେଳେ ୪୦ ଡେଇଁବ ତାପମାତ୍ରା

ନୂଆଦିଲ୍ଲୀ,୨୩ା୩(ପି.ଟି.): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି। ବୈଜ୍ଞାନିକମାନଙ୍କ ସଂସ୍ଥା…

ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ…

ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ

ଓ୍ବାଶିଂଟନ୍‌,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ…

‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’

ନୂଆଦିଲ୍ଲୀ,୨୩ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ଦିନକ ପରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ବିରୋଧୀ…

ବିଜୟରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କଲା ଚେନ୍ନାଇ

ଚେନ୍ନାଇ, ୨୩।୩: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ…

ବିଜେଡି-ଭାଜପା ମେଣ୍ଟ ହେବନି

ଭୁବନେଶ୍ୱର, ୨୩।୩(ସୁନିତ୍‌ ମିଶ୍ର): ରାଜ୍ୟରେ ଭାଜପା ଏକାକୀ ଲଢ଼ିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ‘ଏକ୍ସ’ରେ ପୋଷ୍ଟ କରିବା ପରେ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ମିଠା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri