Home Middle

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହାୱଡ଼ା ଓ ଗୁୱାହାଟୀ ମଧ୍ୟରେ ଏହି ଟ୍ରେନର ଶୁଭାରମ୍ଭ…

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର ଶିଶୁ ପୁତ୍ରର ଜୀବନ ଚାଲିଯାଇଛି। ମୃତ ଶିଶୁଟି ସହରର ସୁନାରୀପଡ଼ା ଅଞ୍ଚଳର ସଞ୍ଜିତ ସିହ୍ନାଙ୍କ…

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର ଶେୟାର ଗୁଡ଼ିକରେ ବ୍ୟାପକ ହ୍ରାସ ପାଇଛି। ଫଳରେ ନିବେଶକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି…

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ଜାତୀୟ ସଭାପତି ନିର୍ବାଚିତ ହେବା ପାଇଁ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଉଛି। ଗତ କିଛି…

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ, କାରଣ ଏବକାର ପରିସ୍ଥିତିରେ କୌଣସି ସରକାରୀ କଳ ଦ୍ୱାରା ସଂଗୃହୀତ ତଥ୍ୟ ଉପରେ ଭରସା…

ତାର୍କିକ ଅସଙ୍ଗତି ତାଲିକାରେ ଥିବା ଲୋକଙ୍କ ନାଁ ପ୍ରକାଶ କର

ନୂଆଦିଲ୍ଲୀ,୨୦ା୧(ପି.ଟି.): ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍‌ ଅଫିସ ଓ ଓ୍ବାର୍ଡ ଅଫିସ୍‌ରେ ପ୍ରଦର୍ଶିତ କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ…

ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା ଅଥରିଟିର ସିଇଓ ଏମ୍‌. ଲୋକେଶଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି। ଇଞ୍ଜିନିୟରଙ୍କ ମୃତ୍ୟୁକୁ ନେଇ…

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ ଆସୁଛି। ହେଲେ ଦୀର୍ଘ ୨୬ବର୍ଷ ଧରି ଜାତୀୟ କଂଗ୍ରେସ କେବଳ ସଂଘର୍ଷ କରି ଚାଲିଛି,…

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ଦେଶରେ ଲାଗୁ ହୋଇଥିତ୍ବା ଏକ-ସନ୍ତାନ ନୀତିର ଦୀର୍ଘମିଆଦୀ ପ୍ରଭାବକୁ ଏଥିପାଇଁ ଦାୟୀ କରାଯାଇଛି।…

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ ରାତି ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ…

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ରଞ୍ଜନ ଦାସଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ…

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଡିଜିଟାଲ ମୁଦ୍ରା ମାଧ୍ୟମରେ କାରବାର କରିବା ପାଇଁ RBI ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri