କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ ଆସୁଛି। ହେଲେ ଦୀର୍ଘ ୨୬ବର୍ଷ ଧରି ଜାତୀୟ କଂଗ୍ରେସ କେବଳ ସଂଘର୍ଷ କରି ଚାଲିଛି, ମାତ୍ର ସଫଳତାର ସ୍ବାଦ ପାଇପାରୁ ନାହିଁ। କଂଗ୍ରେସ ଶାସନରେ ୧୯୮୪ରେ ହୋଇଥିବା ଛବିରାଣୀ ହତ୍ୟାକାଣ୍ଡ ଓ ପରେ ୧୯୯୯ ଜାନୁଆରୀ ୯ରେ ହୋଇଥିବା ଅଞ୍ଜନା ମିଶ୍ର ଗଣବଳାତ୍କାରର କଳଙ୍କ ପାଇଁ ଦଳ ଆଗକୁ ବଢ଼ି ପାରୁନାହିଁ। କଂଗ୍ରେସ ଶାସନର ସେହି କଳଙ୍କିତ ଇତିହାସ ପାଇଁ ଦଳର ନେତା ଓ କର୍ମୀଙ୍କ ମନୋବଳ ଦିନକୁ ଦିନ କ୍ଷୀଣ ହୋଇଯାଉଛି। ହେଲେ କଂଗ୍ରେସକୁ ଭଲ ପାଉଥିବା ଲୋକେ ଏବେ ବି ରାଜ୍ୟରେ କିଭଳି ଦଳ କ୍ଷମତାକୁ ଫେରିବ ସେନେଇ ସ୍ବପ୍ନ ଦେଖୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ନୀତି ଓ ଆଦର୍ଶକୁ ନେଇ ଆଗକୁ ଯିବା ପରିବର୍ତ୍ତେ ସେଇ କଳଙ୍କିତ ଇତିହାସକୁ ମୁଣ୍ଡାଇ ବର୍ଷସାରା ବୁଲିବାକୁ ବାହାରିଛି। ଏହା ସମସ୍ତ କଂଗ୍ରେସପ୍ରେମୀଙ୍କୁ ହତୋତ୍ସାହ କରୁଛି।
ସେହିପରି ଦଳ ଭିତରେ ସବୁବେଳେ ଶୃଙ୍ଖଳାର ପାଠପଢ଼ା ଯାଉଛି। ହେଲେ ଦଳର ଛାମୁଆ ନେତାମାନେ ସମୟେ ସମୟେ ଏମିତି କନ୍ଦଳ କାଢ଼ି ଦେଉଛନ୍ତି ଯେ, ପରବର୍ତ୍ତୀ ସମୟରେ ଦଳ ଉପରକୁ ଉଠିବା ପାଇଁ ରାହା ପାଉନାହିଁ; ଯେଉଁଥିପାଇଁ ନିକଟରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ବିଦା କରିବା ପର୍ଯ୍ୟନ୍ତ କଥା ଯାଇଛି। ମୋକିମଙ୍କ ବହିଷ୍କାର ରାଜ୍ୟ କଂଗ୍ରେସରେ ସୁଧାର ଆଣିବ ନା ଦଳକୁ ରସାତଳକୁ ନେଇଯିବ, ତାହା ସମୟ କହିବ। ହେଲେ ଭକ୍ତଙ୍କ କଠୋର ଆଭିମୁଖ୍ୟକୁ ନେଇ ଦଳରେ ଏବେ ବି ଗୁଞ୍ଜରଣ ଲାଗି ରହିଛି।
ଇତିମଧ୍ୟରେ ରାଜ୍ୟ କଂଗ୍ରେସର ମଙ୍ଗ ବହୁ ବରିଷ୍ଠ ନେତାମାନେ ଧରିଛନ୍ତି, ହେଲେ ଯଥା ପୂର୍ବଂ ତଥା ପରମ୍‌ ନ୍ୟାୟରେ କଂଗ୍ରେସର ଗତି ମନ୍ଥର ରହିଛି। ଓଡ଼ିଶାରେ କଂଗ୍ରେସ କିଭଳି କ୍ଷମତାକୁ ଫେରିବ ତାକୁ ନେଇ ଏଆଇସିସି ପକ୍ଷରୁ ୨୦୨୫ ଫେବୃଆରୀରେ ସଂଗ୍ରାମୀ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଆସନରେ ବସାଗଲା। ଏଠାରେ ମନେପକାଇ ଦିଆଯାଇପାରେ ଯେ, ପୂର୍ବରୁ କେଉଁଭଳି ଭାବେ କଂଗ୍ରେସର ହାଇକମାଣ୍ଡ ଓଡ଼ିଶାକୁ ଏକ ଏକ୍ସପେରିମେଣ୍ଟ ଭାବେ ବ୍ୟବହାର କରୁଥିଲେ। ଦିଲ୍ଲୀରୁ ନିଯୁକ୍ତି ପାଇ ଭୁବନେଶ୍ୱର ମାଟି ଛୁଇଁବା ମାତ୍ରେ ନୂଆ ରାଜ୍ୟ କଂଗ୍ରେସ କମିଟି ସଭାପତିଙ୍କୁ ବିରୋଧ ଆରମ୍ଭ କରି ଦିଆଯାଉଥିଲା।

ଗୋଟିଏ ପରିବାରର ବ୍ୟବସାୟିକ ସ୍ବାର୍ଥକୁ ସୁହାଉ ନ ଥିବା ବ୍ୟକ୍ତି କଂଗ୍ରେସର ସଭାପତି ଭାବେ ତିଷ୍ଠିବାର ଅସଫଳ ହେଉଥିଲେ। ଦଳକୁ ବାରମ୍ବାର ବିକ୍ରି କରି ଯେଉଁ ପରିବାର ଲାଭ ଉଠାଉଥିଲା, ତାହାକୁ ଆଜି ଭକ୍ତଙ୍କ ଦ୍ୱାରା ଦମନ କରାଯାଇଛି। ଏହି ପରିସ୍ଥିତିରେ ଭକ୍ତ ଦଳକୁ ଶୃଙ୍ଖଳିତ କରିବା ସହିତ ଆଗକୁ କିଭଳି ବଢ଼ିବ ସେଥିନେଇ ବିଭିନ୍ନ ପ୍ରକାର ରଣକୌଶଳ ପ୍ରୟୋଗ କରି ଚାଲିଛନ୍ତି। ହେଲେ ନିକଟରେ ନୂଆପଡ଼ାରେ ହୋଇଥିବା ଉପନିର୍ବାଚନରେ ଦଳକୁ ସେତେଟା ସଫଳତା ମିଳିପାରିଲା ନାହିଁ। ଯଦିଓ ସଂଖ୍ୟା ଦୃଷ୍ଟିରୁ ନୂଆପଡ଼ାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଲା, ତଥାପି ପୂର୍ବ ନିର୍ବାଚନରେ ଯେତିକି ପରିମାଣର ଭୋଟ ମିଳିଥିଲା ତାହା ବଜାୟ ରଖିପାରିଲା ନାହିଁ। ଏହି ଉପନିର୍ବାଚନ ଭକ୍ତଙ୍କ ପାଇଁ ଅଗ୍ନି ପରୀକ୍ଷା ରହିଥିଲେ ହେଁ ସେ ସଫଳ ହୋଇପାରି ନ ଥିଲେ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାରେ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି। ଏ ସମସ୍ତ ଆସନ ଏବେ ବିଜେଡି ଖାତାରେ ରହିଥିବାବେଳେ ଅଙ୍କ ଦୃଷ୍ଟିରୁ ଏସବୁ ଆଉ ପୁନର୍ବାର ବିଜେଡି ଖାତାକୁ ଫେରିବ ନାହିଁ। ରାଜନୀତି ପାଣିପାଗ କହୁଛି ଯେ, ସେଥିରୁ ଭାଜପା ୨ଟି ଏବଂ ବିଜେଡି ଗୋଟିଏ ଆସନ ପାଇବେ। ଅବଶିଷ୍ଟ ଆସନଟି ପାଇଁ ବିଜେଡି-ଭାଜପା ମଧ୍ୟରେ ଅଙ୍କକଷା ଜୋରଦାର ଚାଲିଛି। ନିକଟରେ ବିଜେଡିରୁ ଦୁଇ ବିଧାୟକ ସଦସ୍ୟ ନିଲମ୍ବନ ହେବା ପରେ ଦଳରେ ହଟଚମଟ ଲାଗି ରହିଛି।
ଭାଜପା ଏବଂ ବିଜେଡି ରାଜ୍ୟ ସଭା ଦୌଡ଼ରେ ରହିଥିବାବେଳେ ଏସବୁ ଦୌଡ଼ରେ କଂଗ୍ରେସ ନାହିଁ। ସଂଖ୍ୟା ଦୃଷ୍ଟିରୁ ବହୁ ପଛରେ ରହିଥିବାରୁ କେତେକ ସଦସ୍ୟ କେବଳ କିଣାବିକା ପାଇଁ ସଜବାଜ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହା କଂଗ୍ରେସର ଛବିକୁ ପୁଣିଥରେ ମଳିନ ଯେ ନ କରିବ ତାକୁ ନେଇ ଏବେଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଆଗକୁ ୨୦୨୭ରେ ରହିଛି ପଞ୍ଚାୟତ ନିର୍ବାଚନ। ଯଦି କଂଗ୍ରେସ ଏବେଠାରୁ ଘର ନ ସଜାଡ଼େ ତେବେ ଏହା ପୁନର୍ବାର ଦଳ ପାଇଁ ଘାତକ ସାବ୍ୟସ୍ତ ହେବ। ଯେଉଁ ପାପକୁ ଧୋଇବା ପାଇଁ ଭକ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ଯଦି ସେ ପୁଣି ଥରେ ସେଥିରେ ଘାଣ୍ଟି ହେବେ ଏବଂ କଂଗ୍ରେସର କଳଙ୍କିତ ଅଧ୍ୟାୟକୁ ସାଙ୍ଗରେ ଧରି ବୁଲିବେ ତେବେ ଦଳର କ୍ଷମତା ଆଶା ମଉଳିଯିବ ବୋଲି ବିଶିଷ୍ଟ ରାଜନେତାମାନେ ବିବେଚନା କରୁଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?