Posted inଜାତୀୟ

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହାୱଡ଼ା ଓ ଗୁୱାହାଟୀ ମଧ୍ୟରେ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ତେବେ ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏକ ଭାଇରାଲ୍ ଭିଡିଓ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନୂଆ ଚକଚକିଆ କୋଚ୍‌ର ଚଟାଣରେ ପ୍ଲାଷ୍ଟିକ୍ ପ୍ୟାକେଟ୍‌, ଚାମଚ ଓ ଅନ୍ୟାନ୍ୟ ଆବର୍ଜନା ପଡ଼ି ରହିଛି।

ଟ୍ରେନ୍ ଚାଲିବା ପୂର୍ବରୁ ରେଳବାଇ ଅଧିକାରୀ ଅନନ୍ତ ରୂପାନଗୁଡ଼ି ଯାତ୍ରୀମାନଙ୍କୁ ସତର୍କ କରି କହିଥିଲେ, “ଯଦି ଆପଣଙ୍କ ପାଖରେ ଶୌଚାଳୟ ବ୍ୟବହାରର ଶିଷ୍ଟାଚାର ଅଛି ଏବଂ ସାର୍ବଜନୀନ ସମ୍ପତ୍ତି ପ୍ରତି ସମ୍ମାନ ଅଛି, ତେବେ ହିଁ ଏହି ଟ୍ରେନରେ ଯାତ୍ରା କରନ୍ତୁ।” କିନ୍ତୁ ପ୍ରଥମ ଦିନର ଦୃଶ୍ୟ ପ୍ରମାଣିତ କରିଛି ଯେ, ଅନେକ ଯାତ୍ରୀଙ୍କ ପାଖରେ ନାଗରିକ ଜ୍ଞାନ ବା ‘ସିଭିକ ସେନ୍ସ’ର ଅଭାବ ରହିଛି।

ଭାଇରାଲ୍ ଭିଡିଓରେ ଉଦ୍‌ଘାଟନୀ ଯାତ୍ରା ସମୟରେ ହିଁ ଟ୍ରେନ୍‌କୁ ଏକ ‘ଡଷ୍ଟବିନ୍‌’ ଭଳି ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି। ବନ୍ଦେ ଭାରତ ସ୍ଲିପରର ୩-ଏସି ଭଡ଼ା ସାଧାରଣ ଟ୍ରେନ୍ (୧୫୦୦ ଟଙ୍କା) ତୁଳନାରେ ଯଥେଷ୍ଟ ଅଧିକ (୨୩୦୦ ଟଙ୍କା)। ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବ୍ୟକ୍ତିମାନେ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ ନଥିବାରୁ ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।

ଭିଡିଓ ଭାଇରାଲ୍ ହେବା ପରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ରେଳ ସମ୍ପତ୍ତି ହେଉଛି ଜନସାଧାରଣଙ୍କ ସମ୍ପତ୍ତି। ଏହାର ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ।

ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ସାଧାରଣ ଜ୍ଞାନ ନାହିଁ।” ଅନ୍ୟ ଜଣେ ବ୍ୟକ୍ତି କଟାକ୍ଷ କରି ଲେଖିଛନ୍ତି, “ଏବେ କେବଳ ପାନ/ଗୁଟଖାର ଦାଗ ଲାଗିବା ବାକି ଅଛି।”

ଜାନୁଆରୀ ୨୨ ରୁ ଏହି ଟ୍ରେନର ନିୟମିତ ଚଳାଚଳ ଆରମ୍ଭ ହେବ। ମାତ୍ର ପ୍ରଥମ ଦିନରୁ ଯାତ୍ରୀଙ୍କ ଏଭଳି ଆଚରଣ ଭାରତୀୟ ରେଳବାଇର ଆଧୁନିକୀକରଣ ପଥରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri