Posted inଜାତୀୟ

ତାର୍କିକ ଅସଙ୍ଗତି ତାଲିକାରେ ଥିବା ଲୋକଙ୍କ ନାଁ ପ୍ରକାଶ କର

ନୂଆଦିଲ୍ଲୀ,୨୦ା୧(ପି.ଟି.): ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍‌ ଅଫିସ ଓ ଓ୍ବାର୍ଡ ଅଫିସ୍‌ରେ ପ୍ରଦର୍ଶିତ କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୧.୨୫ କୋଟି ଭୋଟର ଉକ୍ତ ତାଲିକାରେ ରହିଥିବା ଜଣାପଡ଼ିଛି। ୨୦୦୨ର ଭୋଟର ତାଲିକା ସହ ସନ୍ତାନଙ୍କୁ ନେଇ ତାର୍କିକ ବିସଙ୍ଗତି ରହିଛି। ଉଦାହରଣ ସ୍ବରୂପ ମାତାପିତାଙ୍କ ନାମରେ ମେଳ ରହୁ ନ ଥିବାବେଳେ କେଉଁଠି ଭୋଟର ଏବଂ ସେମାନଙ୍କ ମାତାପିତାଙ୍କ ବୟସ ମଧ୍ୟରେ ୧୫ ବର୍ଷରୁ କମ୍‌ କିମ୍ବା ୫୦ ବର୍ଷରୁ ଅଧିକ ବ୍ୟବଧାନ ରହୁଛି। ବର୍ତ୍ତମାନର ଭୋଟର ତାଲିକା ସଂଶୋଧନ ଦ୍ୱାରା ପ୍ରଭାବିତ ହେବା ସମ୍ଭାବନା ଥିବା ଲୋକମାନେ ସେମାନଙ୍କ ଦସ୍ତାବିଜ୍‌ ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅନୁମତି ଦେବାକୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି। ଏଥିପାଇଁ ପ୍ରତି ପଞ୍ଚାୟତ କିମ୍ବା ବ୍ଲକ୍‌ ଅଫିସରେ ଦସ୍ତାବିଜ୍‌ ଓ ଆପତ୍ତି ଦାଖଲ ପାଇଁ ଅଫିସ ଖୋଲିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିପାଇଁ ପଞ୍ଚାୟତ ଭବନ ଓ ବ୍ଲକ୍‌ ଅଫିସ ପାଇଁ ରାଜ୍ୟ ସରକାର ପର୍ଯ୍ୟାନ୍ତ ଲୋକ ନିୟୋଜିତ କରିବେ। ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ନ ହୁଏ ଏବଂ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଅଦାଲତ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri