Home Middle

ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଗିରଫ

ଦାରିଙ୍ଗବାଡି,୫।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଗତ କିଛିମାସ ତଳେ ତାଙ୍କୁ ବଳାତ୍କାର କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଛାତ୍ରୀଙ୍କ…

ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ: ସର୍ବୋଚ୍ଚ ସ୍ଥାନରେ ନଳିନ୍‌

ନୂଆଦିଲ୍ଲୀ,୫।୬: ପ୍ରକାଶ ପାଇଛି ୨୦୧୯ ନିଟ୍‌(NEET) ପରୀକ୍ଷା ଫଳ। ଏଥିରେ ରାଜସ୍ଥାନର ନଳିନ୍‌ ଖଣ୍ଡେଲଓ୍ବାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟ ୭୨୦ରୁ ସେ ପାଇଛନ୍ତି ୭୦୧ ନମ୍ବର। ଦିଲ୍ଲୀର ଭାବିକ ବଂସାଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ…

ବିଶ୍ୱ ପରିବେଶ ଦିବସ ଅବସରରେ ସୁଦର୍ଶନଙ୍କ ବାଲୁକା କଳା: ଗଛ ଲଗାଇ ବାୟୁ ପ୍ରଦୂଷଣ ରୋକିବାକୁ ବାର୍ତ୍ତା

ପୁରୀ ଅଫିସ,୫।୬(ବ୍ୟୁରୋ): ଆଜି ବିଶ୍ୱ ପରିବେଶ ଦିବସ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ତେବେ ଚଳିତ ବର୍ଷ ଏହି ଦିବସର…

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫ା୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ ହୁ ହୋଇ ବୃଦ୍ଧି ପାଉଥିବା ମୋଟର ଯାନ ବ୍ୟବହାର ଶ୍ୱାସ ରୁନ୍ଧି ଦେଲାଭଳି ପରିସ୍ଥିତି…

ଆଇଏମ୍‌ଡି ନୂତନ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର,୪।୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ମଙ୍ଗଳବାର ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ସେ ଅଗଷ୍ଟ ପହିଲାରୁ ଏହି ଦାୟିତ୍ୱ ତୁଲାଇବେ। ଏବେ ସେ ଆଇଏମ୍‌ଡିର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ମୃତ୍ୟୁଞ୍ଜୟ ଆଗାମୀ…

ନିଖୋଜ ବିମାନ ଏଏନ୍‌-୩୨ ସନ୍ଧାନରେ ଇସ୍ରୋ ଉପଗ୍ରହ

ନୂଆଦିଲ୍ଲୀ,୪।୬: ଇତିମଧ୍ୟରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ର କୌଣସି ଖୋଜ୍‌ ଖବର ମିଳିନାହିଁ। ଏହାର ସନ୍ଧାନରେ ଇସ୍ରୋ ସାଟେଲାଇଟ୍‌କୁ ନିୟୋଜିତ କରାଯାଇଛି। ସାଟେଲାଇଟ ଆସାମ ଏବଂ ଅରୁଣାଚଳପ୍ରଦେଶରେ ସନ୍ଧାନ ଜାରି ରଖିଛି। ବିମାନର ଖୋଜିବା କାର୍ଯ୍ୟରେ ସୁଖୋଇ-୩୦ ଏମ୍‌କେଆଇ,…

ସାଇକେଲ-ହାତୀ ଗଲେ ଦୂରେଇ: ୧୧୨ ଦିନରେ ମେଣ୍ଟରେ ଫାଟ

ଲକ୍ଷ୍ନୌ୍‌,୪।୬: ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସତ ହୋଇଛି। ମାତ୍ର ୧୧୨ ଦିନର ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ଆଗକୁ ଉତ୍ତରପ୍ରଦେଶରେ ହେବାକୁଥିବା ୧୧ଟି ବିଧାନସଭା ଉପନିର୍ବାଚନରେ ଏସ୍‌ପି ଏବଂ ବିଏସ୍‌ପି ଅଲଗା ଅଲଗା ଲଢ଼ିବେ ଏନେଇ…

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ହୋଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ୧୦ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟ ପ୍ରସ୍ତୁତ…

ଚନ୍ଦ୍ରାୟନ-୨: ସହଜ ନୁହେଁ ଯାତ୍ରା; ରହିଛି ୭ ସମସ୍ୟା

ନୂଆଦିଲ୍ଲୀ, ୪।୬: ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ମହାକାଶକୁ ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି। ତେବେ ଏହାର ସଫଳତା ବାଟରେ ୭ ସମସ୍ୟା ରହିଥିବା କୁହାଯାଉଛି। ଏହା ଜୁଲାଇ ୯ରୁ ୧୬ ମଧ୍ୟରେ ମହାକାଶକୁ ଛଡାଯିବ। ଏହାର ଉତ୍‌ କ୍ଷେପଣଠାରୁ…

ମୁଜାଫର୍‌ପୁର ଶେଲ୍ଟର ହୋମ୍‌ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୬: ମୁଜାଫର୍‌ପୁର ସେଲ୍ଟର ହୋମ୍‌ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠର ବିଚାରପତି ଇନ୍ଦୁ ମାଲ୍‌ହୋତ୍ରା ଓ ବିଚାରପତି ଏମ୍‌.ଆର୍‌. ଶାହ ସେଲ୍ଟର ହୋମ୍‌ରେ ଚାଲିଥିବା…

ନିୟମ ମାନୁନାହାନ୍ତି ପୌରସଂସ୍ଥା

ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରେ ବର୍ଜ୍ୟବସ୍ତୁ ବୋଝ ବଢ଼ିବାରେ ଲାଗିଛି। ଦ୍ରୁତ ସହରୀକରଣ ଏବଂ ବେପରୁଆ ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁ ଦୈନିକ ଶହ ଶହ ମେଟ୍ରିକ ଟନ୍‌ ଅଳିଆ ଏଣେତେଣେ ପଡିରହୁଛି। ସେଗୁଡିକୁ ଠିକ୍‌ ଢଙ୍ଗରେ ପରିଚାଳନା କରା ନ ଯିବାରୁ ପରିବେଶ ଉପରେ…

ଡୋଭାଲ୍‌ଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌: ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍‌ ର଼୍ୟାଙ୍କ୍‌ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ ୫ ବର୍ଷ ପାଇଁ କାମ କରିବେ ବୋଲି କୁହାଯାଉଛି। ମୋଦି ସରକାରଙ୍କ ସହିତ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?