Posted inଜାତୀୟ

ଭାଜପା ସଦସ୍ୟ ସଂଗ୍ରହ ଅଭିଯାନ: ‘ସମାଲୋଚକ ପେସାଦାର ନିରାଶାବାଦୀ’

ବାରାଣସୀ,୭ା୭(ଆଇଏଏନ୍‌ଏସ୍‌); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରୁ ଶାସକ ଦଳ ଭାଜପାର ସଭ୍ୟସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ସବୁ ବର୍ଗର ଲୋକଙ୍କୁ ଗୈରିକ ଦଳ ସହ ଯୋଡିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ତାଙ୍କ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସରକାରଙ୍କ ଏହି ଦୂରଦୃଷ୍ଟିକୁ ସମାଲୋଚନା କରୁଥିବା ଲୋକେ ପେସାଦାର ନିରାଶାବାଦୀ ବୋଲି ସେ କହିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଉପସ୍ଥାପିତ କରିଥିବା କେନ୍ଦ୍ର ବଜେଟରେ ଭାରତକୁ ଆଗାମୀ ୫ ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସରକାର କାହିଁକି ଏତେବଡ଼ ଲକ୍ଷ୍ୟଧାର୍ଯ୍ୟ କଲେ, ଏହାର ଆବଶ୍ୟକତା କ’ଣ, ଏହା କିପରି ସମ୍ଭବ ହେବ- ଏଭଳି ପ୍ରଶ୍ନ କେତେଜଣ କରୁଛନ୍ତି। ଏମାନେ ସାଧାରଣ ଲୋକଙ୍କଠାରୁ ଭିନ୍ନ। ଏମାନଙ୍କୁ ପେସାଦାର ନିରାଶାବାଦୀ କୁହାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯଦି ଆପଣ କୌଣସି ସମସ୍ୟା ନେଇ ଜଣେ ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତି, ସେ ଏହାର ସମାଧାନ ଖୋଜି ବାହାର କରିବାରେ ସହାୟତା କରିବେ। କିନ୍ତୁ ଜଣେ ନିରାଶାବାଦୀଙ୍କ ପାଖକୁ ଗଲେ ସେ ସମସ୍ୟାକୁ ବିପଦରେ ପରିଣତ କରିଦେବେ। ଅର୍ଥନୀତି ଦ୍ୱିଗୁଣିତ ହେଲେ ପ୍ରତ୍ୟେକ ଭାରତୀୟ ସେଥିରୁ ଉପକୃତ ହେବେ। ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକ ନିଜସ୍ବ ସଂଘର୍ଷ ବଳରେ ଆଜିର ସ୍ଥିତିରେ ପହଞ୍ଚତ୍ପାରିଛନ୍ତି। ଭାରତ ପାଇଁ ଏବେ ସମୟ ଆସିଛି । ଅର୍ଥନୀତିକୁ ବଢ଼ାଇବାକୁ ହେଲେ କୃଷକମାନଙ୍କୁ କେବଳ ଖାଦ୍ୟ ପ୍ରସ୍ତୁତକାରୀ ଭାବେ ନ ନେଇ ସେମାନଙ୍କୁ ଦେଶର ସମ୍ପତ୍ତି ସୃଷ୍ଟିକାରୀ ଭାବେ ଦେଖିବାକୁ ହେବ। ଏବେ ସେମାନଙ୍କୁ ଆମ ସରକାର ରପ୍ତାନିକାରୀ ଭାବେ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ଭାଜପା ଏହାର ସଭ୍ୟସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଉତ୍ତରପ୍ରଦେଶରୁ ୩୬ ଲକ୍ଷ ନୂଆ ସଭ୍ୟ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ମୋଦି ବିଭିନ୍ନ ବର୍ଗରୁ ୧୧ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାଜପାକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri